ଟାଇମ୍‌ ଶେଲ୍‌ଟର ସ୍ରଷ୍ଟା

‘ଟାଇମ୍‌ ଶେଲ୍‌ଟର’। ଓଡ଼ିଆରେ ଅନୁବାଦ କଲେ ଏହା ହେବ ‘ସମୟ ଆଶ୍ରାସ୍ଥଳ ବା ସମୟର ଆଶ୍ରାସ୍ଥଳ’। ୨୦୨୩ ପାଇଁ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ପାଇଥିବା ଜିଓର୍ଜି ଗୋସ୍‌ପୋଡିନୋଭଙ୍କ ଏହା ହେଉଛି ଚର୍ଚ୍ଚିତ ଉପନ୍ୟାସ। ଅତୀତକୁ ମନେପକାଇ ଦେଉଥିବା ଏକ କ୍ଲିନିକ୍‌ ଉପରେ ବିଷୟବସ୍ତୁ ପର୍ଯ୍ୟବସିତ। ଏହାର ପ୍ରତ୍ୟେକ ଚଟାଣ ଗୋଟେ ଦଶନ୍ଧିର କାହାଣୀ ବଖାଣୁଛି। ଦୀର୍ଘସ୍ଥାୟୀ ମାନସିକ ବିକୃତି ଯୋଗୁ ମଣିଷ ହରାଇବସୁଥିବା ସ୍ମୃତିଶକ୍ତି ଫେରାଇ ଆଣିବାରେ ଏହି କ୍ଲିନିକ୍‌ ସହାୟକ ହେଉଛି। ଆଲ୍‌ଝିମର (ଅକାଳ ବାର୍ଦ୍ଧକ୍ୟ ଘଟାଉଥିବା ମସ୍ତିଷ୍କ ରୋଗ) ରୋଗୀଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହାର ପ୍ରତି ଚଟାଣରେ ଚିତ୍ର ଦ୍ୱାରା କୌଣସି ବିଷୟର ବ୍ୟାଖ୍ୟାନକୁ ଦେଖିବାର ଅନୁମତି ଦିଆଯାଇଥାଏ। ଫଳରେ ମଣିଷ ଭୁଲି ଯାଇଥିବା ଅତୀତକୁ ମନେପକାଇ ତା’ ସ୍ମୃତିଶକ୍ତିକୁ ତାଜା କରିପାରିଥାଆନ୍ତି। ବ୍ୟକ୍ତିର ପରିଚୟ ଓ ତା’ର ଅନ୍ତରଙ୍ଗ କାର୍ଯ୍ୟ ମିଶିଯାଇ ଯେଉଁ ସ୍ମୃତି ବହନ କରିଥାଏ, ତାହାକୁ ଦୀର୍ଘଦିନ ଧରି ରଖିବାର ଶକ୍ତି ‘ଟାଇମ୍‌ ଶେଲ୍‌ଟର’ରେ ବର୍ଣ୍ଣନା କରାଯାଇଛି। ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ବିଚାରକମଣ୍ଡଳୀ ମୁଖ୍ୟ ତଥା ଫରାସୀ-ମରୋକ୍କୀୟ ଲେଖକ ଲୈଲା ସ୍ଲିମାନି କହିଛନ୍ତି, ଏହି ଉପନ୍ୟାସ ଦୁଃଖ ଓ ବିଷାଦରେ ପରିପୂର୍ଣ୍ଣ। କିନ୍ତୁ ଏହା ସମକାଳୀନ ପ୍ରଶ୍ନ ଉଠାଇଥାଏ, ଯେତେବେଳେ ଆମେ ସ୍ମୃତିଶକ୍ତି ହରାଇବସୁ ସେତେବେଳେ ଆମର କ’ଣ ହୋଇଥାଏ? ଏହି ଉପନ୍ୟାସରେ ମଣିଷର ସ୍ବାସ୍ଥ୍ୟ, ସମ୍ଭାବନା ଓ ଦର୍ଶନ ମିଶ୍ରିତ ସ୍ମୃତିକୁ ସମୟ କିଭଳି ସାଇତି ରଖିଥାଏ ତାହାର ବ୍ୟାଖ୍ୟା କରାଯାଇଛି। ଏକ ଅନନ୍ୟ ଧରଣର ପୁସ୍ତକ ଲେଖିଥିବା ଜିଓର୍ଜି ଗୋସ୍‌ପୋଡିନୋଭ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ପାଇବାରେ ହେଉଛନ୍ତି ବୁଲ୍‌ଗେରିଆର ପ୍ରଥମ ଔପନ୍ୟାସିକ। ତାହାକୁ ଇଂଲିଶ ଭାଷାରେ ଅନୁବାଦ କରିଥିବା ଆଞ୍ଜେଲା ରୋଡେଲ ମଧ୍ୟ ଏଥିପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସଂକ୍ଷିପ୍ତ ତାଲିକାରେ ଥିବା ୬ଟି ଉପନ୍ୟାସ ମଧ୍ୟରୁ ଟାଇମ୍‌ ଶେଲ୍‌ଟର ପୁରସ୍କୃତ ହୋଇଥିବାରୁ ଏହାର ମୂଳ ଲେଖକ ଜିଓର୍ଜିଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଜିଓର୍ଜି ୭ ଜାନୁୟାରୀ ୧୯୬୮ରେ ବୁଲ୍‌ଗେରିଆରେ ଜନ୍ମଗ୍ରହଣ କରିଥିଲେ। ତେବେ ୧୯୯୦ରେ ତାଙ୍କ ସାହିତ୍ୟ ପ୍ରତିଭାର ଉନ୍ମେଷ ହୋଇଥିଲା। ପ୍ରାରମ୍ଭିକ ଅବସ୍ଥାରେ ସେ କବିତା ଲେଖୁଥିଲେ। ଦୁଇଟି ପୁସ୍ତକ ବୁଲ୍‌ଗେରିଆ ଜାତୀୟ ସାହିତ୍ୟ ସମ୍ମାନ ପାଇବା ପରେ ତାଙ୍କ ଲେଖା ଅଧିକ ଶକ୍ତିଶାଳୀ ହୋଇଥିଲା। ତେବେ ୨୦୧୨ରେ ପ୍ରକାଶିତ ତାଙ୍କ ଉପନ୍ୟାସ ‘ଦି ଫିଜିକ୍ସ ଅଫ୍‌ ସରୋ’ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲା। ଏହାର ଅନୁବାଦ ଇଟାଲି, ଜର୍ମାନୀ, ସର୍ବିଆ, ରୋମାନିଆ ଓ ଇଂଲିଶ ଭାଷାରେ ହେବା ପରେ ବିଶ୍ୱର ବହୁ ଖ୍ୟାତନାମା ଲେଖକ ତାଙ୍କ କୃତିକୁ ସ୍ବୀକୃତି ଦେଇଥିଲେ। ୨୦୨୦ରେ ‘ଟାଇମ୍‌ ଶେଲ୍‌ଟର’ ପ୍ରକାଶ ପାଇବା ଓ ଏବେ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ବିଜୟୀ ହେବା ପରେ ତାଙ୍କ ସୃଷ୍ଟି ଉପରେ ଜୋର୍‌ଦାର ସମୀକ୍ଷା ଚାଲିଛି। ଗତାନୁଗତିକ ଧାରାଠାରୁ ବହୁ ଊର୍ଦ୍ଧ୍ୱକୁ ଉଠି ସେ ଯେଉଁ ଲେଖା ଭେଟି ଦେଉଛନ୍ତି, ତାହା ପାଠିକାପାଠକଙ୍କୁ ବେଶ୍‌ ଧରି ରଖୁଛି ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ନିଆରା ଓ ପ୍ରଭାବଶାଳୀ ସୃଷ୍ଟି ଲାଗି ଜିଓର୍ଜି ବହୁ ପୁରସ୍କାର ଅଧିକାରୀ ହୋଇପାରିଛନ୍ତି। ବର୍ତ୍ତମାନର ୨୦୨୩ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ସମେତ ୨୦୨୧ରେ ଷ୍ଟ୍ରେଗା ୟୁରୋପିଆନ୍‌ ପ୍ରାଇଜ୍‌ (ରୋମ୍‌), ୨୦୧୯ରେ ପୋଲାଣ୍ଡର ଏଞ୍ଜେଲସ୍‌ ଆଓ୍ବାର୍ଡ, ୨୦୧୬ରେ ସୁଇଜରଲାଣ୍ଡଭିତ୍ତିକ ଜାନ୍‌ ମିଚାଲ୍‌ସ୍କି ସମ୍ମାନ ଏବଂ ସେହିବର୍ଷ ଆମେରିକାନ୍‌ ପେନ୍‌ ଟ୍ରାନ୍ସଲେଶନ ପ୍ରାଇଜ୍‌ର ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହେବା ଭଳି ମର୍ଯ୍ୟାଦା ତାଙ୍କୁ ବିଶ୍ୱସ୍ତରୀୟ ଲେଖକ ଆସନରେ ବସାଇପାରିଛି।
ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ବିଚାରକମଣ୍ଡଳୀର ଅଧ୍ୟକ୍ଷ ଲୈଲା ସ୍ଲିମାନିଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ଜିଓର୍ଜିଙ୍କ କୃତିକୁ ବିଚାର କରିଥିଲେ ସେମାନେ ହେଲେ ୟୁକ୍ରେନୀୟ ଅନୁବାଦକ ୟୁଲିୟେମ୍‌ ବ୍ଲାକର, ମାଲେସୀୟ ଲେଖକ ଟାନ୍‌ ଟାଓ୍ବାନ, ଦି ନ୍ୟୁୟର୍କର ସାହିତ୍ୟ ସମୀକ୍ଷକ ପାରୁଲ ସେହଗାଲ ଏବଂ ଦି ଫାଇନାନ୍ସିଆଲ୍‌ ଟାଇମ୍ସର ଲିଟେରାରି ଏଡିଟର ଫ୍ରେଡେରିକ୍‌ ଷ୍ଟୁଡେମାନ୍‌। ଜିଓର୍ଜିଙ୍କ ବିଷୟରେ ସାମଗ୍ରିକ ମତ ହେଲା ଯେ ସେ ସର୍ବଦା ଅସମତୁଲ ଭାବେ ଘୂରୁଥିବା କାର୍ଯ୍ୟକୁ ସମକାଳୀକ ସ୍ପର୍ଶ ଦେବାକୁ ଚେଷ୍ଟା କରିଥାଆନ୍ତି। ତାହାର ସର୍ବୋତ୍କୃଷ୍ଟ କୃତି ହେଉଛି ‘ଟାଇମ୍‌ ଶେଲ୍‌ଟର’।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri