Odisha Elections 2024

ରେଙ୍ଗାଲି ଦକ୍ଷିଣପାର୍ଶ୍ୱ କେନାଲରେ ୬୦ ଫୁଟ ଘାଇ

ଖୁଣ୍ଟୁଣୀ,୧୬।୭ (ସଚ୍ଚିଦାନନ୍ଦ ପଣ୍ଡା)ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଶନିବାର ଅପରାହ୍ନରେ ଖୁଣ୍ଟୁଣୀ ଥାନା ଅଧୀନ ଡାଳୁଆ ଗ୍ରାମଠାରେ ନିର୍ମାଣାଧୀନ ରେଙ୍ଗାଲି ଦକ୍ଷିଣପାର୍ଶ୍ୱ କେନାଲର ଉଭୟ ପାର୍ଶ୍ୱରେ ୩୦ ଫୁଟ୍‌ ଲେଖାଏ ଘାଇ ସୃଷ୍ଟି ହୋଇଛି। ଉଦ୍‌ବୃତ୍ତ ବର୍ଷାଜଳ ମାଡିଯିବାରୁ କଣ୍ଡରେଇ, ଡାଳୁଆ, ବାଉଁଶଟାଙ୍ଗର ଓ ସାବିତ୍ରୀପୁର ଗ୍ରାମର ଚାଷୀଙ୍କ ୩୦୦ ଏକରରୁ ଊଦ୍ଧର୍‌ବ ଚାଷଜମି ଜଳମଗ୍ନ ହୋଇଛି। ଫଳରେ ଧାନତଳି ପକାଇଥିବା ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଓ ଶନିବାର ଦୁଇଦିନ ହେବ ବର୍ଷା ଲାଗି ରହିଛି। ଫଳରେ କପିଳାସ ମୁଣ୍ଡିଆରୁ ପାଣି ଆସି ଡାଳୁଆ ସମେତ ଖଣ୍ଡୁଆଳି ଗ୍ରାମ ପାର୍ଶ୍ୱ ବିଭିନ୍ନ ନାଳ ଓ ଜୋର ଦେଇ ରେଙ୍ଗାଲି କେନାଲରେ ପ୍ରବେଶ କରିଥିଲା। ଏହି କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଡେରା ପର୍ଯ୍ୟନ୍ତ ଖୋଳାଯାଇଥିବାରୁ ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ଯାଇପାରି ନ ଥିଲା। ଡାଳୁଆ ଗ୍ରାମଠାରେ ରେଙ୍ଗାଲି କେନାଲର ବନ୍ଧ ସ୍ବାଭାବିକ ଉଚ୍ଚତାଠାରୁ କମ୍‌ ରହିଥିବାରୁ ଘାଇ ସୃଷ୍ଟି ହୋଇଥିବା କୁହାଯାଉଛି। ଗତବର୍ଷ ମଧ୍ୟ ଖଣ୍ଡୁଆଳିଠାରେ ଏହି ବନ୍ଧ ଭାଙ୍ଗି ୫୦୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ ହୋଇଥିଲା। ଏପର୍ଯ୍ୟନ୍ତ ଚାଷୀମାନେ ସେମାନଙ୍କ କ୍ଷତିପୂରଣ ପାଇ ନ ଥିବାବେଳେ ଚଳିତବର୍ଷ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଏ ସମ୍ପର୍କରେ ରେଙ୍ଗାଲି ଦକ୍ଷିଣ ପାର୍ଶ୍ୱ କେନାଲ ଜଗତପୁର ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ବିନୟ ବିଶ୍ୱାଳ କହିଛନ୍ତି, ରବିବାର ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଯାହା ପଦକ୍ଷେପ ନିଆଯିବ। କେନାଲ କାମ ସମ୍ପୂର୍ଣ୍ଣ ହୋଇଗଲେ ଆଉ ଏଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri