ରେଙ୍ଗାଲି ଦକ୍ଷିଣପାର୍ଶ୍ୱ କେନାଲରେ ୬୦ ଫୁଟ ଘାଇ

ଖୁଣ୍ଟୁଣୀ,୧୬।୭ (ସଚ୍ଚିଦାନନ୍ଦ ପଣ୍ଡା)ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଶନିବାର ଅପରାହ୍ନରେ ଖୁଣ୍ଟୁଣୀ ଥାନା ଅଧୀନ ଡାଳୁଆ ଗ୍ରାମଠାରେ ନିର୍ମାଣାଧୀନ ରେଙ୍ଗାଲି ଦକ୍ଷିଣପାର୍ଶ୍ୱ କେନାଲର ଉଭୟ ପାର୍ଶ୍ୱରେ ୩୦ ଫୁଟ୍‌ ଲେଖାଏ ଘାଇ ସୃଷ୍ଟି ହୋଇଛି। ଉଦ୍‌ବୃତ୍ତ ବର୍ଷାଜଳ ମାଡିଯିବାରୁ କଣ୍ଡରେଇ, ଡାଳୁଆ, ବାଉଁଶଟାଙ୍ଗର ଓ ସାବିତ୍ରୀପୁର ଗ୍ରାମର ଚାଷୀଙ୍କ ୩୦୦ ଏକରରୁ ଊଦ୍ଧର୍‌ବ ଚାଷଜମି ଜଳମଗ୍ନ ହୋଇଛି। ଫଳରେ ଧାନତଳି ପକାଇଥିବା ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଓ ଶନିବାର ଦୁଇଦିନ ହେବ ବର୍ଷା ଲାଗି ରହିଛି। ଫଳରେ କପିଳାସ ମୁଣ୍ଡିଆରୁ ପାଣି ଆସି ଡାଳୁଆ ସମେତ ଖଣ୍ଡୁଆଳି ଗ୍ରାମ ପାର୍ଶ୍ୱ ବିଭିନ୍ନ ନାଳ ଓ ଜୋର ଦେଇ ରେଙ୍ଗାଲି କେନାଲରେ ପ୍ରବେଶ କରିଥିଲା। ଏହି କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଡେରା ପର୍ଯ୍ୟନ୍ତ ଖୋଳାଯାଇଥିବାରୁ ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ଯାଇପାରି ନ ଥିଲା। ଡାଳୁଆ ଗ୍ରାମଠାରେ ରେଙ୍ଗାଲି କେନାଲର ବନ୍ଧ ସ୍ବାଭାବିକ ଉଚ୍ଚତାଠାରୁ କମ୍‌ ରହିଥିବାରୁ ଘାଇ ସୃଷ୍ଟି ହୋଇଥିବା କୁହାଯାଉଛି। ଗତବର୍ଷ ମଧ୍ୟ ଖଣ୍ଡୁଆଳିଠାରେ ଏହି ବନ୍ଧ ଭାଙ୍ଗି ୫୦୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ ହୋଇଥିଲା। ଏପର୍ଯ୍ୟନ୍ତ ଚାଷୀମାନେ ସେମାନଙ୍କ କ୍ଷତିପୂରଣ ପାଇ ନ ଥିବାବେଳେ ଚଳିତବର୍ଷ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଏ ସମ୍ପର୍କରେ ରେଙ୍ଗାଲି ଦକ୍ଷିଣ ପାର୍ଶ୍ୱ କେନାଲ ଜଗତପୁର ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ବିନୟ ବିଶ୍ୱାଳ କହିଛନ୍ତି, ରବିବାର ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଯାହା ପଦକ୍ଷେପ ନିଆଯିବ। କେନାଲ କାମ ସମ୍ପୂର୍ଣ୍ଣ ହୋଇଗଲେ ଆଉ ଏଭଳି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri