Posted inଜାତୀୟ

ଆନ୍ଦୋଳନରେ ଫାଟ

ନୂଆଦିଲ୍ଲୀ,୨୮।୧: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ଏବେ ଫାଟ ସୃଷ୍ଟି ହୋଇଛି। ସାଧାରଣତନ୍ତ୍ର ଦିବସରେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଦିଲ୍ଲୀ ସୀମାରୁ ଜାତୀୟ ରାଜଧାନୀର ରାଜପଥକୁ ଯାଇଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସା ଓ ଭଙ୍ଗାରୁଜା ଯୋଗୁ ଏହି ଆନ୍ଦୋଳନ ସମର୍ଥନ ହରାଇଛି। ଦିଲ୍ଲୀ ପୋଲିସର ଅନୁମତିକ୍ରମେ ନିର୍ଦ୍ଧାରିତ ରୁଟ୍‌ରେ ଶାନ୍ତିପୂର୍ଣ୍ଣ ଉପାୟରେ ଟ୍ରାକ୍ଟର ପରେଡ୍‌ କରିବା ପାଇଁ ଯୋଜନା ହୋଇଥିବାବେଳେ କେତେକ ଅସାମଜିକ ତତ୍ତ୍ୱଙ୍କ ଅଭାବନୀୟ କାଣ୍ଡ ଉକ୍ତ ଅଭିଯାନକୁ ବାଟବଣା କରିଦେଇଛି। ଏଥିଯୋଗୁ ବୁଧବାର ୨ଟି ପ୍ରମୁଖ କୃଷକ ସଙ୍ଗଠନ ଏଥିରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ କୃଷକ ଆନ୍ଦୋଳନର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସାଧାରଣତନ୍ତ୍ର ଦିବସରେ ହିଂସାତ୍ମକ ଟ୍ରାକ୍ଟର ଶୋଭାଯାତ୍ରା କରାଯିବା ଦିନକ ପରେ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଫାଟ ପଦାକୁ ଆସିଛି। ଦିଲ୍ଲୀରେ ଭଙ୍ଗାରୁଜା, ହିଂସା, ପୋଲିସକୁ ଆକ୍ରମଣ ଓ ଲାଲକିଲ୍ଲାରେ ପତାକା ଉଡ଼ାଇବା ଭଳି ନିନ୍ଦନୀୟ ତଥା କୁକାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ୨ଟି ଚାଷୀ ସଂଗଠନ କୃଷି ଆଇନ ବିରୋଧୀ ଆନ୍ଦୋଳନରୁ ଓହରିଯାଇଛନ୍ତି। ଯେଉଁମାନଙ୍କ ନିର୍ଦ୍ଦେଶ ଭିନ୍ନ ସେମାନଙ୍କ ସହ ଆନ୍ଦୋଳନରେ ଆଗକୁ ବଢ଼ିପାରିବୁ ନାହିଁ ବୋଲି କିଷାନ ସଂଘର୍ଷ କମିଟିର ଭି.ଏମ୍‌. ସିଂ କହିଛନ୍ତି। ସେହିପରି ଭାରତୀୟ କିଷାନ ସଂଘର ଏକ ଗୋଷ୍ଠୀ ମଧ୍ୟ ଆନ୍ଦୋଳନଠାରୁ ଦୂରେଇ ଯାଇଛି। ଚାଷୀମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିବା କୃଷକ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଯାହା ଘଟିଲା ସେଥିପାଇଁ ଗଭୀର ମର୍ମାହତ ବୋଲି ଭାରତୀୟ କିଷାନ ସଂଘ (ଭାନୁ)ର ଅଧ୍ୟକ୍ଷ ଠାକୁର ଭାନୁପ୍ରତାପ ସିଂ କହିଛନ୍ତି। ଷଡ଼ଯନ୍ତ୍ର ଆଶଙ୍କା କରି ସାମ୍ମୁଖ୍ୟ କିଷାନ ମୋର୍ଚ୍ଚା ମଙ୍ଗଳବାର ହିଂସାଠାରୁ ନିଜକୁ ଦୂରେଇ ରଖିଥିଲା। ଲାଲ୍‌କିଲ୍ଲାରେ ଯେଉଁମାନେ ଜାତୀୟ ପତାକାକୁ ଅପମାନିତ କଲେ ସେମାନେ ସର୍ଦ୍ଦାର ନୁହନ୍ତି, ଗଦ୍ଦାର ବୋଲି ଜଣେ କୃଷକ ନେତା କହିଛନ୍ତି। ପଞ୍ଜାବୀ ଅଭିନେତା ଦୀପୁ ସିଦ୍ଧୁ ସଂଘର୍ଷ ପାଇଁ ଲୋକଙ୍କୁ ମତାଇବା ସହ ଲାଲ୍‌କିଲ୍ଲାରେ ଶିଖ୍‌ ଧର୍ମୀୟ ପତାକା ଲଗାଇଥିବା କେତେଜଣ କୃଷକ ନେତା ଅଭିଯୋଗ କରିଛନ୍ତି। ଦୀପୁ ସିଦ୍ଧୁ ଜଣେ ସରକାରୀ ଲୋକ। ସେମାନେ କିପରି ଲାଲ୍‌କିଲ୍ଲାରେ ପହଞ୍ଚତ୍ଲେ? ପୋଲିସ ସେମାନଙ୍କୁ କାହିଁକି ଅନୁମତି ଦେଲା ବୋଲି ଜଣେ ଚାଷୀ ନେତା ପ୍ରଶ୍ନ କରିଛନ୍ତି। ଏହା ପୂର୍ବରୁ ରାକେଶ ଟିକାଏତ୍‌ ଏବଂ ଏସ୍‌. ଏସ୍‌. ପାନ୍ଧେରଙ୍କ ଭଳି ବରିଷ୍ଠ କୃଷକ ନେତାମାନେ ମଧ୍ୟ ଦୀପ ସିଦ୍ଧୁଙ୍କୁ ଭାଜପା କର୍ମୀ ଭାବେ ଅଭିହିତ କରି ଦିଲ୍ଲୀ ହିଂସା ପାଇଁ ଦାୟୀ କରିଥିଲେ। ପାନ୍ଧେରଙ୍କ ମତରେ ପୋଲିସର ନିର୍ଦ୍ଧାରିତ ମାର୍ଗରେ ଟ୍ରାକ୍ଟର ରାଲି କରିବାକୁ ଯୋଜନା ହୋଇଥିଲା। ଲାଲକିଲ୍ଲାକୁ ଯିବା ସେମାନଙ୍କ କାର୍ଯ୍ୟସୂଚୀରେ ନ ଥିଲା। କିନ୍ତୁ କେତେଜଣ ଦୁର୍ବୃତ୍ତ ଲାଲକିଲ୍ଲାକୁ ମାଡ଼ିଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦୀପ ସିଦ୍ଧୁଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟକ୍ତିଙ୍କ ଉପରେ ଆମର ପୂର୍ବରୁ ସନ୍ଦେହ ଥିଲା ବୋଲି କିଷାନ ମଜଦୁର ସଂଘର୍ଷ କମିଟିର ପାନ୍ଧେର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?