ଶ୍ରାବଣରେ ଫାଟିଲା ଭୂଇଁ: ମରୁଡ଼ି ଆଶଙ୍କା

ନିଶ୍ଚିନ୍ତକୋଇଲି,୧୪ା୭(ଅଶୋକ କୁମାର ମହାପାତ୍ର): ଆଷାଢ ଯାଇ ଶ୍ରାବଣ ହେଲାଣି ଏହାସତ୍ତ୍ୱେ ବର୍ଷା ହେଉନାହିଁ। ଫଳରେ ଜ୍ୟେଷ୍ଠ ଓ ଆଷାଢରୁ ପଡ଼ିଥିବା ତଳି ଏବେ ନଷ୍ଟ ହେବାକୁ ବସିଲାଣି। ଅପରପକ୍ଷେ କେନାଲରେ ପାଣି ଆସୁ ନ ଥିବାରୁ ଏପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ପାଣିର ଅଭାବ ଫଳରେ ଚଳିତ ଖରିଫ ଋତୁରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ଫଳରେ ନିଶ୍ଚିନ୍ତକୋଇଲି ବ୍ଲକରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି। ଅନେକ ସମୟରେ କଳା ହାଣ୍ଡିଆ ମେଘ ଘୋଟିଆସୁଥିଲେ ମଧ୍ୟ ବର୍ଷା ହେଉନାହିଁ। ଚାଷୀମାନେ କ୍ଷେତ ପ୍ରସ୍ତୁତି କରିଥିଲେ ମଧ୍ୟ ପାଣି ଅଭାବରୁ ରୁଆପୋତା କାର୍ଯ୍ୟ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। କିଛି ସ୍ଥାନରେ ଚାଷୀ ତଳି ବଞ୍ଚାଇବା ପାଇଁ ପାଣି ମୋଟର ସାହାଯ୍ୟରେ ପାଣି ମଡାଉଥିବା ଦେଖିବାକୁ ମିଳିଛି। ଏପରିକି ସଦର କେନାଲରେ ପାଣି ଆସିଥିଲେ ମଧ୍ୟ ଶାଖା କୋନାଲ ଏପର୍ଯ୍ୟନ୍ତ ସଫା ନ ହୋଇ ପଡ଼ି ରହିଛି। ଜଳସମ୍ପଦ ବିଭାଗର ଦାୟିତ୍ୱହୀନତା ଓ ଅବହେଳା ଯୋଗୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ନିଶ୍ଚିନ୍ତକୋଇଲି ଅଞ୍ଚଳର ବହୁ ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ଧାନଚାଷ କରିବା ନିମନ୍ତେ ବହୁ ଚାଷୀ ଚଢା ଦରରେ ବିହନ ଆଣି ପକାଇଥିଲେ। ତେବେ ଚଳିତ ବର୍ଷ ମୌସୁମୀରେ ଅନିୟମିତତା ଦେଖାଦେଇଛି। ଶ୍ରାବଣରେ ବର୍ଷା ପରିବର୍ତ୍ତେ ଅସହ୍ୟ ଗୁଳୁଗୁଳି ଓ ପ୍ରଚଣ୍ଡ ରୌଦ୍ରତାପ ହେଉଛି। ଫଳରେ ଚାଷୀମାନେ ତଳି ନିମନ୍ତେ ପକାଇଥିବା ବିହନଗୁଡିକ ମଧ୍ୟରୁ ଅଧିକାଂଶ ମରିଗଲାଣି। ଏପରିକି କିଛି ବିଲରେ ତଳିଗୁଡ଼ିକ ପାଚି ହଳଦିଆ ପଡ଼ିଗଲାଣି। ବହୁ ସ୍ଥାନରେ ଜଳ ଅଭାବରୁ ବିଲ ଫାଟି ଆଁ କଲାଣି । ଚାଷୀମାନେ ବର୍ଷାକୁ ଅପେକ୍ଷା କରି ନିରାଶ ହୋଇପଡିଲେଣି। ଏପରିସ୍ଥିତିରେ ସ୍ଥାନୀୟ ଜଳ ସମ୍ପଦ ବିଭାଗ ଚାଷୀଙ୍କ ନିମନ୍ତେ କାଳ ସାଜିଛି। ସ୍ଥାନୀୟ କେନ୍ଦୁପାଟଣା,ଛତା, ନଗସପୁର ଓ ବ୍ୟାରେଜ ଡିଭିଜନ ଅଧୀନରେ ଥିବା ମୁଖ୍ୟ କେନାଲ ଓ ଶାଖା କେନାଲ ଗୁଡିକ ମଧ୍ୟରୁ ଅଧିକାଂଶ ଏପର୍ଯ୍ୟନ୍ତ ସଫେଇ ହୋଇନାହିଁ। କେନାଲ ଗୁଡିକ ଘାସ ଓ ଅଳିଆ ଆବର୍ଜନାରେ ଭରି ରହିଛି। ନାମକୁ ମାତ୍ର କିଛି ସ୍ଥାନରେ କେନାଲ ସଫେଇ ହୋଇଛି। ଫଳରେ କେନାଲର ଶେଷ ମୁଣ୍ଡକୁ ପାଣି ଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏସମ୍ପର୍କରେ କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ ମଲିକ କୁହନ୍ତି, ସଦର କେନାଲରେ ପାଣି ଛଡାଯାଇଛି। ବହୁ ଶାଖା କେନାଲର ଉନ୍ନୟନ କାର୍ଯ୍ୟ ଚାଲୁରହିଛି, ଖୁବ ଶୀଘ୍ର ସମସ୍ତ କେନାଲରେ ପାଣି ଛଡାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?