ଫାଟ ମରାମତି, ମୋରମ ପକାଇ ଲୁଚାଇବା ଉଦ୍ୟମ

ଲୋଇସିଂହା, ୧୧।୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ମିଶନ ଶକ୍ତି ଭବନ କାର୍ଯ୍ୟକ୍ଷମ ହୋଇନାହିଁ। ହେଲେ କାର୍ଯ୍ୟାଳୟ ବ୍ୟବହାର ପୂର୍ବରୁ କାନ୍ଥ ଚାରିପଟେ ଫାଟ ସୃଷ୍ଟି ହୋଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠାର ଏପରି ଦୂରାବସ୍ଥାକୁ ଦେଖିଲା ପରେ ସ୍ଥାୟିତ୍ୱକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଥିଲେ। ଏ ସଂକ୍ରାନ୍ତରେ ଧରିତ୍ରୀରେ କାର୍ଯ୍ୟକ୍ଷମ ହୋଇନି, କାନ୍ଥରେ ଫାଟ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ବିଭାଗୀୟ ଅଧିକାରୀ ତପତ୍ରତା ଦେଖାଇଛନ୍ତି। ଫାଟକ ମରାମତି କାମ ଚାଲିଛି। ଏହାବ୍ୟତୀତ ସେହି ସ୍ଥାନରେ ମୋରମ ପକାଇ ଦୋଷ ଲୁଚାଇବାକୁ ଉଦ୍ୟମ ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
୨୦୨୨-୨୩ ଆର୍ଥିକ ବର୍ଷରେ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ବ୍ଲକ (ଡୁଡୁକା) ପରିସରରେ ମିଶନ ଶକ୍ତି ଭବନ ନିର୍ମାଣ ହୋଇଛି। କୋଠା ନିର୍ମାଣ ବାବଦକୁ ୫୦ଲକ୍ଷ ବ୍ୟୟ ହୋଇଛି। ଗତ ଜୁଲାଇ ୭ ତାରିଖରେ ନବନିର୍ମିତ ମିଶନ ଶକ୍ତି ଭବନକୁ ଜିଲା ପରିଷଦ ଅଧ୍ୟକ୍ଷା ଦେବାକୀ ସାହୁ ଲୋକାର୍ପଣ କରିଥିଲେ। ଲୋକାର୍ପଣର ଅଳ୍ପଦିନରେ କୋଠାର ଅବ୍ୟସ୍ଥାକୁ ନେଇ ଜିଲା ପରିଷଦ ସଭ୍ୟା ବୀଣାପାଣି ଦାଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ କୋଠା କାମ ଦୁର୍ନୀତିକୁ ନେଇ ବ୍ଲକ ଭାଜପା ପକ୍ଷରୁ ଅଙ୍ଗୁଳି ଉଠାଇବା ସହ ଏଠି କୁଆଡେ ଗଲା ୫-ଟି ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ସେତେବେଳେ ଏସ୍‌ଡିଓ ଉଦୟଚରଣ ବେହେରା ପଚାରିବାରୁ ସେ ନିଜେ କ୍ଷେତ୍ର ପରିଦର୍ଶନ କରିବେ ବୋଲି କହିଥିଲେ। ଅଦ୍ୟାବଧି ସେ କ୍ଷେତ୍ର ପରିଦର୍ଶନ କରି ନାହାନ୍ତି। ମରାମତି କରି ଦୋଷ ଲୁଚାଇବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ ହେଉଛି। ମିଶନ ଶକ୍ତି ଭବନ ଓ ନିର୍ମାଣାଧୀନ ବ୍ଲକ ସଭାଗୃହ ମଝିରେ ମୋରମ ପକାଇ ଦିଆଯାଉଛି। ଫଳରେ ଲୋକଙ୍କୁ ଫାଟ ମରାମତି ସ୍ଥାନ ଆଉ ଦେଖା ଯିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଦୁର୍ଯ୍ୟୋଧନ କୁମ୍ଭାର କହିଛନ୍ତି ସେତେବେଳେ ମୋରମ ପକାଯାଇ ପାରି ନ ଥିବାରୁ ଏସବୁ ସମସ୍ୟା ହେଲା। ମରାମତି ଚାଲିଛି ୨ରୁ ୩ଦିନ ମଧ୍ୟରେ କାମ ସରିଯିବ। ଫ୍ରେମ ଷ୍ଟକଚରରେ ଏସବୁ ଜିଣିଷ ହୋଇଥାଏ, କିଛି ଅସୁବିଧା ହେବନାହିଁ ବୋଲି କହିଛନ୍ତି। ସାଧାରଣ ଲୋକେ କ’ଣ କହିବେ, କେଉଁଟା ସୁରକ୍ଷିତ ଓ ଅସୁରକ୍ଷିତ ଆମେ କହି ପାରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଧରିଲେ ମୋଦି: ପାଦରେ ଚାଲି ଚାଲି ସଂସଦ ଅଭିମୁଖେ ଯାତ୍ରା

ନୂଆଦିଲ୍ଲୀ,୧୧।୮: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏନଡିଏ ଏମ୍‌ପିଙ୍କ ସମାବେଶରେ ଭାଷଣ ଦେବା ପୂର୍ବରୁ ଆଜି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ‘ବନ୍ଦେ ମାତରମ’ ଧ୍ୱନି…

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ କଲେଜ ଛାତ୍ରୀ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ଭାପୁର,୧୧।୮ (ପ୍ରଭାତ ବରାଡ): ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ (୧୮) ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: ୧୫ ଅଗଷ୍ଟରେ ହେବ… ଶୁଣିକି ସରକାର ଛାନିଆ

ନୂଆଦିଲ୍ଲୀ, ୧୧।୮: କକ୍ରୋଚ ଜନତା ପାର୍ଟି (ସିଜେପି.) NEET ପେପର୍‌ ଲିକ୍‌ ବିରୋଧୀ ଆନ୍ଦୋଳନର ସଫଳତାରୁ ପ୍ରେରଣା ପାଇ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି।…

ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଭାଜପାର ବଡ଼ ଘୋଷଣା: ଆଜି ବନ୍ଦ ରହିବ…

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡ ଆଜି ବନ୍ଦ ରହିବ, କାରଣ ଭାଜପା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ ଅଶ୍ରୁଗ୍ୟାସ ଆକ୍ରମଣ କରାଯିବା ପ୍ରତିବାଦରେ ବନ୍ଦ ଆହୱାନ କରିଛି। ଏହି…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

କୋଣ ଅନୁକୋଣରେ ପହଞ୍ଚିବ କୃମି ନାଶକ ବଟିକା: ଲୋକଙ୍କୁ କରାଯିବ ସଚେତନ

ମହାକାଳପଡ଼ା,୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ବାୟାବାବା କଲେଜ ସଭାଗୃହଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି…

ବାଲିଘାଟରୁ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଦେବଗଡ,୧୧ା୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସିଂହଶାଳ ଗ୍ରାମ ପଂଚାୟତର ଚଟିଆପାଲି ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଘଟଣାରେ ବାରକୋଟ ଥାନା ପୋଲିସ ଏକ ହତ୍ୟା ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri