୨ ପାଣିଟାଙ୍କିରେ ଫାଟ

ସୁକିନ୍ଦା,୨୬ା୯(ସତ୍ୟଜିତ ଦାଶ): ଘରେ ଘରେ ପାନୀୟଜଳ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସୁକିନ୍ଦା ବ୍ଲକରେ ମଧ୍ୟ ଜାରି ରହିଛି। ଏହି ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ସାଙ୍ଗକୁ ଦୁର୍ନୀତି ଅଭିଯୋଗ ହୋଇଆସୁଛି। ସଂସାଇଲୋ ପଞ୍ଚାୟତର ପାଟପୁର ଏବଂ ନୂଆସାହି ଗ୍ରାମରେ ନବନିର୍ମିତ ୨ ଉଚ୍ଚ ଜଳଧାରଣ କ୍ଷମତା ସମ୍ପନ୍ନ ପାଣିଟାଙ୍କିରେ ଫାଟ ହୋଇ ସେଥିରୁ ପାଣି ଝରୁଛି। ୨ ପାଣିଟାଙ୍କି ନିର୍ମାଣସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇ ନ ଥିବାବେଳେ ତାହା ବିଭାଗକୁ ହସ୍ତାନ୍ତର ମଧ୍ୟ କରାଯାଇନାହିଁ। ଟାଙ୍କିଗୁଡ଼ିକରୁ ପାଣି ଏପରି ଝରୁଛି ଯେ ଲୋକେ ତାହା ଭୁଶୁଡ଼ି ପଡ଼ିବା ଆଶଙ୍କା କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପ କାର୍ଯ୍ୟକୁ ନାଗାର୍ଜ୍ଜୁନ କନଷ୍ଟ୍ରକଶନ କମ୍ପାନୀକୁ ପ୍ରଦାନ କରାଯାଇଥିଲା। ଓଡ଼ିଶା ଖଣି ପ୍ରଭାବିତ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠି ସହାୟତାରେ ଉକ୍ତ କାର୍ଯ୍ୟକୁ ୨ ଭାଗରେ କରାଯାଇଛି। ପ୍ରଥମାର୍ଦ୍ଧ କାର୍ଯ୍ୟର ମୂଲ୍ୟ ୫୪ କୋଟି ୮୧ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟାର୍ଦ୍ଧ କାର୍ଯ୍ୟ ନିମନ୍ତେ ୧୦୧ କୋଟି ୨୪ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିଲା। ତେବେ ପ୍ରଥମ ଭାଗ କାର୍ଯ୍ୟରେ ଠିକାସଂସ୍ଥା ନିମ୍ନମାନର ଲୁହାଛଡ଼ ବ୍ୟବହାର କରିବା, କଂକ୍ରିଟ ଖୁଣ୍ଟଗୁଡ଼ିକୁ ବଙ୍କାତେଢ଼ା ଭାବେ ନିର୍ମାଣ କରିବା, ଅନୁମୋଦିତ ମାନକର ପାଇପ୍‌ ଉପଯୁକ୍ତ ଗଭୀରରେ ବିଛା ନ ଯିବା ଆଦି ଅଭିଯୋଗ ହୋଇଛି। ଏହାକୁ ନେଇ ୨୦୧୯ ଜୁଲାଇରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିରୋଧ କରିବା ସହ କାର୍ଯ୍ୟକୁ ପୁନର୍ବାର ଠିକ୍‌ ଭାବରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଯନ୍ତ୍ରୀ ମଧ୍ୟ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ୭୨୨୮/୨୦ା୦୮ା୨୦୧୯ ନମ୍ବରରେ ଏକ ଚିଠିକରି ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସମସ୍ତ ତଥ୍ୟ ପ୍ରମାଣ ଥାଇ ମଧ୍ୟ ସମ୍ପୃକ୍ତ କମ୍ପାନୀ କୌଣସିମତେ ଏହି ଅଭିଯୋଗରୁ ନିଜକୁ ମୁକ୍ତ କରିନେବାରେ ସକ୍ଷମ ହୋଇଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟରେ ପାଣି ଟାଙ୍କି ଥିବାରୁ ସେଗୁଡ଼ିକରୁ ମଧ୍ୟ ଅତ୍ୟଧିକ ଲାଭ ଆଶାରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଉପରୋକ୍ତ ୨ ପାଣିଟାଙ୍କି ମଧ୍ୟରୁ ପାଟପୁରସ୍ଥିତ ଟାଙ୍କି ୩ ଲକ୍ଷ ୫୦ ହଜାର ଲିଟର ଜଳ ଧାରଣ କ୍ଷମତା ଥିବାବେଳେ ନୂଆସାହିସ୍ଥିତ ଟାଙ୍କିରେ ୪ ଲକ୍ଷ ୫୦ ହଜାର ଲିଟର ଜଳ ଧାରଣ କରିବାର କ୍ଷମତା ରହିଛି। ସରକାରୀ ହିସାବ ଅନୁଯାୟୀ ପ୍ରତି ଲିଟର ଜଳ ଧାରଣ ନିମନ୍ତେ ୨୨ ଟଙ୍କା ହିସାବରେ ଉକ୍ତ ୨ ଟାଙ୍କି ପାଇଁ ୧ କୋଟି ୭୬ ଲକ୍ଷଟଙ୍କା ପ୍ରଦାନ କରାଯାଇଛି। ଏତେ ଟଙ୍କାର ପ୍ରକଳ୍ପ ଏଭଳି ଭାବେ ନିର୍ମାଣ ହେବା ଏବଂ ସେଥିପ୍ରତି ଉଚ୍ଚାଧିକାରୀମାନେ ଆଖିବୁଜି ଦେବାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିଚାଲିଛି। ଏହି ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ ପ୍ରଶ୍ନ କରାଯିବାରୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକଚନ୍ଦ୍ର ଦାସ ଏହା ଏକ ତ୍ରୁଟି ବୋଲି ମାନିଛନ୍ତି। ଏଥିସହିତ ଏହାର ସମାଧାନ ନିମନ୍ତେ ରାଜ୍ୟ ବାହାରୁ କୁଶଳୀ କାରିଗରମାନଙ୍କୁ ଡକାଯାଇଛି ବୋଲି କହିଛନ୍ତି। ତେବେ ବିପୁଳ ଟଙ୍କାରେ ହେଉଥିବା ନିର୍ମାଣରେ ତ୍ରୁଟି ଯୋଗୁ ପୁଣି ଖର୍ଚ୍ଚ କରାଯାଇ ସମାଧାନ କରାଯିବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?