ଓଡ଼ିଶାରେ ଇଣ୍ଡିଆ ମେଣ୍ଟରେ ଫାଟ

ଭୁବନେଶ୍ୱର,୨୨ା୪(ସୁନୀତ ମିଶ୍ର):କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ୨୮ଟି ବିରୋଧୀ ଦଳକୁ ନେଇ ଗଠିତ ‘ଇଣ୍ଡିଆ’ ମେଣ୍ଟ ଧୀରେ ଧୀରେ ପ୍ରଭାବଶୂନ୍ୟ ହେଉଥିବା ଦେଖିବାକୁ ମିଳୁଛି। କେରଳ, ଜମ୍ମୁ-କଶ୍ମୀର ଏବଂ ପଶ୍ଚିମବଙ୍ଗ ପରେ ଓଡ଼ିଶାରେ ଏହି ମେଣ୍ଟ ପ୍ରାୟତଃ ବିଫଳ ହୋଇଛି। ଏଠାରେ କଂଗ୍ରେସ, ସିପିଆଇ, ସିପିଏମ୍‌, ଏସ୍‌ପି ଏବଂ ଜେଏମ୍‌ଏମ୍‌ ଭଳି ୧୬ଟି ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିବେ ବୋଲି ପୂର୍ବରୁ ଆଲୋଚନା ହେଉଥିବାବେଳେ ଏବେ ସେଭଳି ଦେଖିବାକୁ ମିଳୁନାହିଁ। ଓଡ଼ିଶାରେ କଂଗ୍ରେସ ୨୧ ଲୋକ ସଭା ଆସନ ମଧ୍ୟରୁ ୧୯ଟିରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ମୟୂରଭଞ୍ଜ ଏବଂ କଟକ ଆସନ ବାକି ରହିଛି। କଟକରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ଖୁବ୍‌ଶୀଘ୍ର କରିବ ବୋଲି କହୁଥିବାବେଳେ ମୟୂରଭଞ୍ଜ ଆସନ ଜେଏମ୍‌ଏମ୍‌କୁ ଛାଡ଼ିବା ନେଇ ଘୋଷଣା କରି ସାରିଛି। ସେହିପରି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁର ଆସନକୁ ଜେଏମ୍‌ଏମ୍‌ ଏବଂ ବଣାଇ ଆସନକୁ ସିପିଏମ୍‌କୁ ଛାଡ଼ିଥିବା ପ୍ରଥମ ପ୍ରାର୍ଥୀ ତାଲିକାରେ ଦର୍ଶାଇଛି। ତେବେ କଂଗ୍ରେସ ୨ ମେଣ୍ଟ ସହଯୋଗୀଙ୍କୁ ମାତ୍ର ଗୋଟିଏ ଲେଖାଏ ଆସନ ଛାଡ଼ିଥିବାରୁ ଅନ୍ୟ ସହଯୋଗୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ସିପିଆଇ(ଏମ୍‌) ଏବଂ ଏଏପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛନ୍ତି, ଯେଉଁଥିରେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ଆସନ ବୁଝାମଣା ହୋଇ ନ ପାରିବାରୁ କଂଗ୍ରେସ ଏକାକୀ ନିଜର ଦଳୀୟ ପ୍ରାର୍ଥୀ ଦେଇଥିବାରୁ ସମସ୍ତେ କଂଗ୍ରେସକୁ ଦୋଷ ଦେବା ଆରମ୍ଭ କରିଛନ୍ତି।
ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି, ଦଳ କଳାହାଣ୍ଡି ଏବଂ କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ନିଜର ପ୍ରାର୍ଥୀ ଦେବା ସଙ୍ଗେସଙ୍ଗେ ୧୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବ। ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହେବ। ମଙ୍ଗଳବାର ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଏବଂ ଆସନ ବିଷୟରେ ଘୋଷଣା କରାଯିବ। କଂଗ୍ରେସ ରାଜ୍ୟରେ ୩୦ ବିଧାନସଭା ଆସନ ସହଯୋଗୀ ଦଳଗୁଡ଼ିକୁ ନ ଛାଡ଼ିବାରୁ ଏଭଳି ସ୍ଥିତି ଉପୁଜିଛି। ରାଜ୍ୟରେ କଂଗ୍ରେସର ସ୍ଥିତି ଯେପରି ରହିଛି ଅନ୍ୟ ସହଯୋଗୀମାନଙ୍କୁ ବିଧାନସଭା ଆସନ ଛାଡ଼ିଥିଲେ ବିଜେଡି ଏବଂ ଭାଜପା ବିରୋଧରେ ଲଢେଇ ଜୋରଦାର ହୋଇଥାଆନ୍ତା। ଅନ୍ୟ ରାଜ୍ୟଗୁଡ଼ିକରେ କଂଗ୍ରେସ ଇଣ୍ଡିଆ ମେଣ୍ଟକୁ ଧରି ଆଗକୁ ଚାଲୁଥିବା ବେଳେ ଓଡ଼ିଶାରେ ଫେଲ୍‌ ହୋଇଛି ବୋଲି ବେହେରା କହିଛନ୍ତି।
ସେହିପରି ସିପିଆଇଏମ୍‌ ନେତା ଜନାର୍ଦ୍ଦନ ପତି କହିଛନ୍ତି, ତାଙ୍କ ଦଳ ୭ଟି ବିଧାନସଭା ଏବଂ ଭୁବନେଶ୍ୱର ଲୋକ ସଭା ଆସନରେ ପ୍ରାର୍ଥୀ ଦେବ। କଂଗ୍ରେସ କେବଳ ବଣାଇ ଆସନ ସିପିଆଇଏମ୍‌କୁ ଛାଡିଛି। ହେଲେ ସେହି ଆସନରେ ସିପିଏମ୍‌ ବିଧାୟକ ଅଛନ୍ତି। ଓଡ଼ିଶାରେ ସିପିଆଇ ଏବଂ ସିପିଏମ୍‌କୁ ଦୁଇଟି ଲୋକ ସଭା ଆସନ ଛାଡ଼ିବାକୁ କଂଗ୍ରେସ ନିକଟରେ ଦାବି ହୋଇଥିଲା। ହେଲେ ସେଥିରେ ଦଳ ରାଜି ହେଲାନାହିଁ। ଜଗତ୍‌ସିଂହପୁରରେ ସିପିଆଇ ପ୍ରାର୍ଥୀ ଦେଇଛି। ତେଣୁ ସିପିଆଇଏମ୍‌ ଏବଂ ସିପିଆଇ ଯେଉଁଠାରେ ପ୍ରାର୍ଥୀ ଦେଇଛି ସେସବୁ ସ୍ଥାନକୁ ଛାଡ଼ି ଅନ୍ୟ ସବୁଠି ଦଳ କଂଗ୍ରେସକୁ ସମର୍ଥନ କରିବ ବୋଲି ଜନାର୍ଦ୍ଦନ କହିଛନ୍ତି। ଆମ୍‌ ଆଦମୀ ପାର୍ଟି(ଆପ୍‌) ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି, ଦଳ ବର୍ତ୍ତମାନ ସୁଦ୍ଧା ୩୭ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ଆଗକୁ ଆଉ ୧୫ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ ରଖିଛି। ରାଜ୍ୟରେ ଲୋକ ସଭା ଆସନରେ ଦଳ ଲଢ଼ିବ ନାହିଁ। ଓଡ଼ିଶାରେ ମେଣ୍ଟ ସଫଳ ହେଲା ନାହିଁ। କାରଣ ମେଣ୍ଟ ପାଇଁ କଂଗ୍ରେସ ଅଧିକ କିଛି ଚାହିଁଲା ନାହିଁ। ୪ଥର ସହଯୋଗୀ ଦଳ ସହ ଆଲୋଚନା କରିବା ପରେ କଂଗ୍ରେସ ଚୁପ୍‌ ରହିଲା ବୋଲି ନିଶିକାନ୍ତ କହିଛନ୍ତି। ପ୍ରକାଶ ଯେ, ଓଡିଶାରେ ୧୬ ସହଯୋଗୀ ଦଳକୁ ନେଇ ଗଠନ ହୋଇଥିବା ମେଣ୍ଟରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଆବାହକ ଭାବେ ନିଯୁକ୍ତ କରାଯାଇଥିଲା। ତେବେ ରାଜ୍ୟରେ ମେଣ୍ଟକୁ କେଉଁ ଲୋକ ସଭା ଏବଂ ବିଧାନସଭା ଆସନ ଛଡ଼ାଯିବ ଓ ରାଜ୍ୟରେ ମେଣ୍ଟ ସ୍ଥିତି କ’ଣ ବୋଲି ପଚାରିବାରୁ ପ୍ରସାଦ କହିଛନ୍ତି, ସେ ୨ ମାସ ହେଲା ଆଉ ସେହି ଦାୟିତ୍ୱରେ ନାହାନ୍ତି। ଏବେ ପିସିସି ସଭାପତି ସେସବୁ କଥା ବୁଝୁଛନ୍ତି ବୋଲି କହି ଏହା ଉପରେ ଆଉ ମତ ରଖିବାକୁ ଚାହିଁିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?