Posted inଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ: ଦରମା ନ ନେଇ ସ୍ପେନରେ ବିଳାସପୂର୍ଣ୍ଣ ହୋଟେଲରେ କିପରି ରହିଲେ ମମତା, କଂଗ୍ରେସର ପ୍ରଶ୍ନ…

କୋଲକାତା,୨୫।୯ : ଇଣ୍ଡିଆ ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଅଧୀର  ରଞ୍ଜନ ଚୌଧୁରୀ ମମତା ବାନାର୍ଜୀଙ୍କ ସ୍ପେନ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଡେଙ୍ଗୁ ରୋଗ ବଢୁଥିବା ସମୟରେ ସିଏମ ମମତା  କିପରି ବିଦେଶ ଗଲେ? ସେ ଲୋକଙ୍କ ଦୁଃଖ ଯନ୍ତ୍ରଣା ବୁଝୁନାହାଁନ୍ତି। ସ୍ପେନର ଏକ ବିଳାସପୂର୍ଣ୍ଣ ହୋଟେଲରେ ମମତାଙ୍କ ରହଣି ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ମୁର୍ସିଦାବାଦରେ ଖବରଦାତାଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଅଗଷ୍ଟ-ସେପ୍ଟେମ୍ବରରେ ଡେଙ୍ଗୁ ସଂକ୍ରମଣବୃଦ୍ଧି ପାଇବ ବୋଲି ଆମେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇସାରିଛୁ। ଏହି ସରକାର ସାଧାରଣ ଜନତାଙ୍କ ପ୍ରତି ହେୟ ମନୋଭାବ ପ୍ରଦର୍ଶନ କରୁଛନ୍ତି। ଆମେ ଶୁଣିଛୁ ସିଏମ ଦରମା ନେଉନାହାଁନ୍ତି ଏବଂ ସେ ତାଙ୍କ ବହି, ଚିତ୍ର ବିକ୍ରୟ କରି ତାଙ୍କ ଖର୍ଚ୍ଚ ପୂରଣ କରୁଛନ୍ତି। ଏଭଳି ସ୍ଥିତିରେ ସେ ମାଦ୍ରିଦର ଏକ ବିଳାସପୂର୍ଣ୍ଣ ହୋଟେଲରେ କିପରି ରହିଛନ୍ତି। ଯାହାର ଭଡା ଦିନକୁ ୩ ଲକ୍ଷ ଟଙ୍କା।

ଏହି ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? କେଉଁ ଶିଳ୍ପପତି ଏଠାରେ ବିନିଯୋଗ କରୁଛନ୍ତି? ଲୋକଙ୍କୁ ବୋକା ବନାଇବା ବନ୍ଦ କରନ୍ତୁ। ବିଶ୍ୱ ବଙ୍ଗଳା ଶିଳ୍ପପତି ସମ୍ମିଳନୀ ଆୟୋଜନ ପାଇଁ ସରକାର ଖର୍ଚ୍ଚ କରିଥିବା ଅର୍ଥର ୧୦ ପ୍ରତିଶତ ଯଦି ଫେରସ୍ତ କରାଯାଏ, ତେବେ ଏହା ରାଜ୍ୟ ଲକ୍ଷ ଲକ୍ଷ ବେକାର ଲୋକଙ୍କୁ ରୋଜଗାର ଯୋଗାଇବ। ଆମେ ଜାଣିବାକୁ ଚାହୁଁ କେଉଁ ସ୍ପେନ କମ୍ପାନୀ ବଙ୍ଗଳାରେ ବିନିଯୋଗ କରୁଛି?

ୟୁନେସ୍କୋ ଐତିହ୍ୟ ସ୍ଥଳରେ ଶାନ୍ତି ନିକେତନ ସ୍ଥାନ ପାଇବା ଉପରେ କଂଗ୍ରେସ ଏମପି କହିଛନ୍ତି ଶାନ୍ତି ନିକେତନକୁ କୌଣସି ପ୍ରମାଣ ଦରକାର ନାହିଁ, ଏହାର ନିଜର ପରିଚୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ଆମେରିକାକୁ କଡ଼ା ଜବାବ ଦେଲା ଇରାନ!

ତେହରାନ,୧୧।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ…

ରାହୁଲଙ୍କୁ ମହଙ୍ଗା ପଡ଼ିଲା ଥାଲାପତିଙ୍କ ସହ ଇନଷ୍ଟା ରିଲ ଶେୟାର କରିବା

ନୂଆଦିଲ୍ଲୀ,୧୧।୫: ତାମିଲନାଡୁରେ ବିଜୟ ଥାଲାପତିଙ୍କ ଶପଥ ଗ୍ରହଣ ସମାରୋହ ସମୟରେ, ଟିଭିକେ ମୁଖ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ମଞ୍ଚ ଉପରେ ଏକ ରିଲ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

ଇରାନ ଉପରେ ପୁଣି ଖପ୍ପା ହେଲେଣି ଡୋନାଲ୍ଡ ଟ୍ରମ୍ପ, କହିଲେ ୪୭ ବର୍ଷ ହେଲା…

ଓ୍ବାଶିଂଟନ,୧୧।୫: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଦେଖାଦେଇଥିବା ଭୟଙ୍କର ସଂଘର୍ଷକୁ ବନ୍ଦ କରିବା ପାଇଁ ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ରବିବାର (୧୦ ମଇ) ଦିନ, ଆମେରିକାର ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri