Posted inଜାତୀୟ

ଇଣ୍ଡିଆ ମେଣ୍ଟରେ ଫାଟ, କାବେରୀ ଜଳ ବିବାଦ ନେଇ ତାମିଲନାଡୁ-କର୍ନାଟକ ମୁହାଁମୁହିଁ…

ଚେନ୍ନାଇ/ବେଙ୍ଗାଲୁରୁ,୧୨।୮ : କାବେରୀ ଜଳ ବିବାଦ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସରକାର କର୍ନାଟକ ସହ ଚାଲିଥିବା କାବେରୀ ଜଳ ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁୁ ନିଷ୍ପତ୍ତି ନେଇଛନ୍ତି।

ପଡୋଶୀ ରାଜ୍ୟ ଏହାର ସ୍ଥିତି ବଦଳାଇଛନ୍ତି ଏବଂ କମ ପରିମାଣର ଜଳ ଛାଡୁଛି ବୋଲି ଷ୍ଟାଲିନ ସରକାର କହିଛନ୍ତି। ୧୫ ହଜାର କ୍ୟୁସେକ ଜଳ ତୁଳନାରେ କେବଳ ୮ ହଜାର କ୍ୟୁସେକ ଜଳ ଛଡ଼ାଯାଉଛି। ଦିଲ୍ଲୀରେ ଅନୁଷ୍ଠିତ କାବେରୀ ଜଳ ପରିଚାଳନା ପ୍ରାଧିକରଣ ବୈଠକରେ ତାମିଲନାଡୁର ଜଳ ସମ୍ପଦ ମନ୍ତ୍ରୀ ଦୁରାଇମୁରୁଗାନ କହିଛନ୍ତି ରାଜ୍ୟ ଏହାର ଆବଶ୍ୟକତାକୁ ଉପସ୍ଥାପନ କରିଛି। ଏହା ସତ୍ତ୍ୱେ କର୍ନାଟକ ନିଜର ଆଭିମୁଖ୍ୟ ବଦଳାଇ କହିଛି କେବଳ ୮ ହଜାର କ୍ୟୁସେକ ଜଳ ଛଡାଯିବ। ଏହା ଅଗଷ୍ଟ ୨୨ ପର୍ଯ୍ୟନ୍ତ ଜାରି ରହିବ।

ମନ୍ତ୍ରୀ କହିଛନ୍ତି ଏହାପୂର୍ବରୁ ଅଗଷ୍ଟ ୧୦ରେ କାବେରୀ ଜଳ ନିୟାମକ କମିଟି ସର୍ବସମ୍ମତି କ୍ରମେ କର୍ନାଟକ ଦ୍ୱାରା ୧୫ ଦିନ ପାଇଁ ୧୫ ହଜାର କ୍ୟୁସେକ ଜଳ ଛଡାଯିବ ବୋଲି ନିଷ୍ପତ୍ତି ନେଇଛି। ମନ୍ତ୍ରୀ ଦୁରାଇମୁରୁଗାନ କହିଛନ୍ତ ତେଣୁ ତାମିଲନାଡୁ ସରକାରଙ୍କ ପାଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ। ଖୁବ ଶୀଘ୍ର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାଏର କରାଯିବ।

ତାମିଲନାଡୁର ଶାସକ ଡିଏମକେ ଏବଂ କର୍ନାଟକର ଶାସକ ଦଳ କଂଗ୍ରେସ, ଉଭୟ ଇଣ୍ଡିଆ ମେଣ୍ଟର ପ୍ରମୁଖ ସହଯୋଗୀ। ଭାଜପା ବିରୋଧରେ ଗଠିତ ବିରୋଧୀ ଦଳରେ ଦେଖା ଦେଇଥିବା ଫାଟ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ମଧ୍ୟ ଚିନ୍ତିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

ଶିକ୍ଷା ବିଭାଗରେ ଚହଳ! ଘରେ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର, ବିରୋଧ କରିବାରୁ….

ଲକ୍ଷ୍ନୌ,୯ା୮: ଉତ୍ତରପ୍ରଦେଶର ହରଦୋଇ ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି…

ମମତା ବାନାର୍ଜୀଙ୍କ କାର ଉପରକୁ ପଥରମାଡ଼: ଚୋର-ଚୋର ନାରା ଦେଲେ….

କୋଲକାତା,୯ା୮: ପଶ୍ଚିମବଙ୍ଗର ହାଲିସହରରେ ତୃଣମୂଳ କଂଗ୍ରେସର ଜଣେ ମୃତ କର୍ମୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ିଛି…

ବିଶ୍ୱ ଆଦିବାସୀ ଦିବସରେ ପେସା ଆଇନ ଲାଗୁ ନେଇ ଉଠିଲା ଦାବି

ପଟ୍ଟାଙ୍ଗି,୯ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଏକାଠି ହୋଇ ପାଳନ କଲେ ବିଶ୍ୱ ଆଦିବାସୀ ଦିବସ। ସୂଚନା ଅନୁଯାୟୀ, ସାରା ରାଜ୍ୟରେ ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri