ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି। କଂଗ୍ରେସ ଛାଡ଼ି ପ୍ରଦୀପ ମାଝି ବିଜେଡିରେ ମିଶିବା ପରେ ଝରିଗାଁ ନିର୍ବାଚନମଣ୍ଡଳୀରେ ଦଳରେ ପୂର୍ବରୁ ରହିଥିବା ଅସନ୍ତୋଷ ଫାଟ ସୃଷ୍ଟି କରିଥିଲା। ଏହି ନିର୍ବାଚନମଣ୍ଡଳୀରେ ୨ ଟାଣୁଆ ନେତା ରମେଶ ଚନ୍ଦ୍ର ମାଝି ଏବଂ ପ୍ରଦୀପ ମାଝିଙ୍କ ଗଡ଼ ରହିଥିବାବେଳେ ତାହା ଗୋଟିଏ ଦଳ ମଧ୍ୟରେ ଦୁଇ ଗୋଷ୍ଠୀର ରୂପ ନେଇଥିଲା। ବିଜେଡିର ଅସନ୍ତୋଷ ଗୋଷ୍ଠୀ ପ୍ରଦୀପ ଗୋଷ୍ଠୀରେ ସାମିଲ ହୋଇଥିଲେ l ଏହା ମଧ୍ୟରେ ଗତ ପଞ୍ଚାୟତ ନିର୍ବାଚନରୁ ସାଧାରଣ ନିର୍ବାଚନ ବିଗୁଲ୍‌ ବାଜିଲା ହେଲେ ରମେଶ ଗୋଷ୍ଠୀ ଏବଂ ପ୍ରଦୀପଙ୍କ ଗୋଷ୍ଠୀ ଗୋଟିଏ ଦଳ ଗୋଟିଏ ନିର୍ବାଚନମଣ୍ଡଳୀରେ ରହି ଏକ ହୋଇପାରି ନ ଥିଲେ l
ବିଜେଡି ଜିଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀଙ୍କ ନେତୃତ୍ୱରେ ଝରିଗାଁ ବ୍ଲକ୍‌ ଦେଉଳକୋଣାଠାରେ ବ୍ଲକ୍‌ ସଭାପତିଙ୍କ ସହାୟତାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ବିଜେଡିର ଜୋନ୍‌ ସଭାପତି ମୋହନ ନାୟକ, ଚୈତନ୍ୟ ଗଣ୍ଡ, ୨୩ ପଞ୍ଚାୟତ ସଭାପତି, ୧୬ ପଞ୍ଚାୟତ ସରପଞ୍ଚ, ଜିଲା ପରିଷଦ ସଭ୍ୟ ଯମୁନା ଗଣ୍ଡ, ଶ୍ୟାମସୁନ୍ଦର ନାୟକ, ତ୍ରମିଳା ପୂଜାରୀ, ଜିଲା ଛାତ୍ର ଉପସଭାପତି ହିରଣ୍ୟ ହରିଜନ, ବ୍ଲକ୍‌ ଛାତ୍ର ସଭାପତି ମଦନମୋହନ କହାଳିଆ, ନିର୍ବାଚନମଣ୍ଡଳୀ ଯୁବ ସଭାପତି ଚିତ୍ତରଞ୍ଜନ ପାଣ୍ଡେଙ୍କ ସହ ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝି ମିଶ୍ରଣ ବୈଠକ ନେଇ ପୂର୍ବାହ୍ନରୁ ଉପସ୍ଥିତ ଥିଲେ। ଅପରାହ୍ନ ପ୍ରାୟ ୨ଟାରେ ବିଜେଡି ଜିଲା ପର୍ଯ୍ୟବେକ୍ଷକଙ୍କ ସହ ଏମ୍‌ପି ପ୍ରାର୍ଥୀ ପ୍ରଦୀପ ମାଝି ଏବଂ ତାଙ୍କ ସହଯୋଗୀମାନେ ବୈଠକ ସ୍ଥଳୀରେ ପହଞ୍ଚିଥିଲେ। ବୈଠକ ଆରମ୍ଭ ପୂର୍ବରୁ ହିଁ ଉଭୟ ଗୋଷ୍ଠୀ କର୍ମୀ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇ ପାଟିତୁଣ୍ଡ ହୋଇଥିଲା। ଫଳରେ ୨ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ନ ହୋଇ ପୁଣି ଅସନ୍ତୋଷ ଦେଖାଯାଇଥିଲା। ଘଟଣା ସମ୍ପର୍କରେ ଏମ୍‌ପି ପ୍ରାର୍ଥୀ ପ୍ରଦୀପ ମାଝି ଓ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝିଙ୍କୁ ପଚାରିବାରୁ ସେମାନେ ଏହାକୁ ଅସ୍ବୀକାର କରିଛନ୍ତି। ଏନେଇ ଜିଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ୨ ନେତାଙ୍କ ମଧ୍ୟରେ କନ୍ଦଳ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ବ୍ଲକ ସଭାପତି କୌଣସି ପ୍ରକାର ବୈଠକ ଆୟୋଜନ କରୁ ନ ଥିବା ନେଇ କେତେଜଣ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ସେ କହିଥିଲେ। ଏ ନେଇ ବ୍ଲକ୍‌ ସଭାପିତ ଟିକ୍‌ଚାନ୍ଦ ମାଝିଙ୍କୁ ପଚାରିବାରୁ ଆମର ନେତା ନବୀନ ପଟ୍ଟନାୟକ। ଆମେ ଜଣେ ଜଣେ ଶୃଙ୍ଖଳିତ କର୍ମୀ। ଦଳର ସୁପ୍ରିମୋ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା କିଭଳି ସଫଳ ହେବ, ଉଭୟ ଲୋକ ସଭା ଓ ବିଧାନସଭାରେ ବିଜେଡି କିଭଳି ବିପୁଳ ବିଜୟ ହାସଲ କରିବ ତାହା କର୍ମୀଙ୍କୁ ଜଣାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri