ସିପିସି ଓ କେନ୍ଦ୍ର କର୍ମଚାରୀ

Dillip Cherian

କେନ୍ଦ୍ର ସରକାର ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ (ସିପିସି) ଗଠନ ପାଇଁ ସ୍ବୀକୃତି ଦେବାର ପ୍ରାୟ ୪ ମାସ ବିତିଗଲାଣି କିନ୍ତୁ ଏଯାବତ୍‌ ସେଭଳି ନୂଆ ପଦକ୍ଷେପ ନିଆଯାଇନାହିଁ। ଏବେ ଗୁଞ୍ଜରଣ ସୃଷ୍ଟି ହେଉଛି ଯେ, ପ୍ରକ୍ରିୟାରେ ଅଗ୍ରଗତି ହେଉଛି। କିନ୍ତୁ ଏଥିରେ ତ୍ୱରିତ୍‌ ପଦକ୍ଷେପ ନେବା ବଦଳରେ ଅମଲାତନ୍ତ୍ରର ଅଭିଯୋଗ ଉଠୁଥିବା ମନେ ହେଉଛି। ସରକାର ସିପିସି ଗଠନ ଚୂଡ଼ାନ୍ତ କରିବା ପାଇଁ ସାବଧାନ ସହକାରେ ଧୀରେ ଧୀରେ ଆଗକୁ ବଢ଼ିବା ସହ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ବାଛୁଛନ୍ତି। ତାହା ଠିକ୍‌, ତଥାପି ଆମେ ଟିମ୍‌ ଗଠନ ସମ୍ପର୍କରେ କହୁଛୁ, ଚୂଡ଼ାନ୍ତ ଚିଠା କଥା କିମ୍ବା ବିଚାର ବିମର୍ଶ ବିଷୟରେ କହୁନାହଁୁ। କେନ୍ଦ୍ର ସରକାରୀ କର୍ମଚାରୀଙ୍କର ୧୦ ବର୍ଷରେ ଦରମା ଓ ପେନ୍‌ସନ ସମୀକ୍ଷା କରିବାର ପରମ୍ପରା ରହିଛି । ଏହା ଜୀବନଯାପନର ଖର୍ଚ୍ଚ, ଆର୍ଥିକ ସ୍ଥିତି ଓ ମୁଦ୍ରସ୍ଫୀତି ବିଷୟ ବିଚାରକୁ ନେଇ କରାଯାଏ। ଏହା ଠିକ୍‌ କଥା। କିନ୍ତୁ ଏହା ପାଖାପାଖି ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନ୍‌ସନଭୋଗୀଙ୍କୁ ପ୍ରଭାବିତ କରୁଥିବାବେଳେ ଏହି ପ୍ରକ୍ରିୟାକୁ ଜରୁରୀଭିତ୍ତିରେ ଆରମ୍ଭ କରିବା ଅନିବାର୍ଯ୍ୟ ବୋଲି ବିଚାର କରିବା ଉଚିତ ଥିଲା। କିନ୍ତୁ ଏହା ପରିବର୍ତ୍ତେ, ଶିଥିଳତା ଲକ୍ଷ୍ୟ କରାଯାଉଛି। ଗତ ସପ୍ତାହରେ, ଏକ ଔପଚାରିକ ଚିଠି ଜାରି କରାଯାଇ ଡେପୁଟେଶନ ଆଧାରରେ ୩୫ଟି ପଦବୀ ପୂରଣ କରିବା ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଏଥିରୁ ବଝାପଡ଼ୁଛି, କାର୍ଯ୍ୟାଳୟର ପୁନର୍ଗଠନ ପ୍ରକ୍ରିୟା ଏବେ ବି ଚାଲିଛି। ଯଦି ସବୁ କିଛି ଠିକ୍‌ଠାକ୍‌ ଚାଲେ, ତେବେ ଅଷ୍ଟମ ସିପିସି ୨୦୨୬ ମଧ୍ୟ ଭାଗରେ ଏହାର ରିପୋର୍ଟ ଦାଖଲ କରିବ। ପୂର୍ବର ଦରମା ଓ ପେନ୍‌ସନର ପୁନଃନିର୍ଦ୍ଧାରଣ ୨୦୨୭-୨୮ରେ ହୋଇପାରେ। ବେତନକୁ ମହଙ୍ଗାମାଡ଼ ହେଉଥିବାବେଳେ, ଲୋକଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ କୁହାଯାଉଛି। ମନେରଖିବାକୁ ହେବ ଯେ, ଲୋକଙ୍କ ବାସ୍ତବ ଖର୍ଚ୍ଚକୁ ଲକ୍ଷ୍ୟକରି ଶୀଘ୍ର ପଦକ୍ଷେପ ନେବା ଦରକାର ଏବଂ ଏହା ହିଁ ଉପଯୁକ୍ତ ସମୟ।
ଆଗରେ ୧୯୯୪ ବ୍ୟାଚ୍‌ ସରକାର ତାଙ୍କର ବାବୁମାନଙ୍କୁ ଅଦଳବଦଳ କରିବା ସମୟରେ କିଛି ଉତ୍ତେଜନା ବା ପ୍ରଶାସନିକ ହଲଚଲ ଦେଖିବାକୁ ମିଳିଥାଏ। ଏହା ନିୟମିତ ଭାବେ ପ୍ରକାଶ ପାଉଥିଲେ ମଧ୍ୟ ତାହା ଅନେକ କ୍ଷେତ୍ରରେ ଅଜଣା ରହିଯାଏ। କିନ୍ତୁ ଏଥର ସମସ୍ୟା ସାମ୍ନାକୁ ଆସିଛି। ନିକଟରେ କରାଯାଇଥିବା ସଦ୍ୟତମ ଅଦଳବଦଳର ଏକ ତାଲିକାଠାରୁ ଅଧିକ କିଛି ବିଷୟ ସାମ୍ନାକୁ ଆସିଛି। ଅଦଳବଦଳରେ ଆଗୁଆ ରହିଛି ୧୯୯୪ ବ୍ୟାଚ ଆଇଏଏସ୍‌। ଏକ ପଦକ୍ଷେପ କ୍ରମେ, ଏହି ବ୍ୟାଚ୍‌ର ୯ ଜଣ ଅଧିକାରୀଙ୍କୁ ଅତିରିକ୍ତ ସଚିବରୁ ସଚିବ ପଦବୀକୁ ପଦୋନ୍ନତି ଦିଆଯାଇଛି ଏବଂ ଆଉ ଦୁଇ ଜଣଙ୍କୁ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ଗୋଟିଏ ବ୍ୟାଚରୁ ୧୧ ଜଣ ଏବେ ଭାରତରେ ଅମଲାତନ୍ତ୍ରିକ ଶୀର୍ଷରେ ବସିଛନ୍ତି। ଏହିସବୁ ଅଧିକାରୀଙ୍କ ମଧ୍ୟରୁ ଅନେକେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏବଂ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି। କାର୍ଯ୍ୟରତ ରାଜସ୍ବ ସଚିବ ଅରବିନ୍ଦ ଶ୍ରୀବାସ୍ତବ ଏବକାର ପଦୋନ୍ନତି ପାଇବା ପର୍ଯ୍ୟନ୍ତ ପିଏମ୍‌ଓରେ ଥିଲେ। ଆର୍ଥିକ ବ୍ୟାପାର ସଚିବ ଭାବେ ନିଯୁକ୍ତ ହୋଇଥିବା ଅନୁରାଧା ଠାକୁର ପୂର୍ବରୁ କ୍ୟାବିନେଟ ସଚିବ ରହିଥିଲେ। ଏହି ସବୁ ନିଯୁକ୍ତି ସେମାନଙ୍କୁ ଭାରତର ବିତ୍ତୀୟ ଏବଂ ଆର୍ଥିକ ନୀତି ପରିଚାଳନାର କେନ୍ଦ୍ରରେ ରଖିଛି। ଏଭଳି ପଦକ୍ଷେପ ଗୋଟିଏ ବ୍ୟାଚ୍‌କୁ ନେଇ ପ୍ରଶାସନିକ ନେତୃତ୍ୱର ଏକୀକରଣ, ସମ୍ଭବତଃ ମୂଲ୍ୟାୟନ କେନ୍ଦ୍ରର ପ୍ରାଥମିକତାକୁ ପ୍ରତିପାଦନ କରୁଛି। ଏକାବେଳକେ ଗୋଟିଏ ବ୍ୟାଚର ଆଇଏଏସ୍‌ଙ୍କ ପଦୋନ୍ନତି ଅପ୍ରତ୍ୟାଶିତ ନୁହେଁ। କିନ୍ତୁ ଯେଉଁଭଳି ଭାବେ ଯେଉଁ ସ୍ତରରେ ସେମାନଙ୍କୁ ନିଯୁକ୍ତ କରାଯାଇଛି ତାହା ଗୁରୁତ୍ୱପୂର୍ଣ୍ଣ।
ଗୁପ୍ତା ମଙ୍ଗ ଧରିଲେ
ସାତବର୍ଷ ପୂର୍ବେ ଏନ୍‌ଏସ୍‌ଇ ଇଣ୍ଟରନ୍ୟାଶନାଲ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ-ଆଇଏକ୍ସ) ଧୁମ୍‌ଧାମରେ ଗିଫ୍ଟ ସିଟି (ଗୁଜରାଟ ଇଣ୍ଟରନ୍ୟାଶନାଲ ଫାଇନାନ୍ସ ଟେକ୍‌ ସିଟି)ରେ ଆରମ୍ଭ କରାଯାଇଥିଲା। ବିଶ୍ୱ ଅର୍ଥନୀତିରେ ଏହି ସହର ପରବର୍ତ୍ତୀ ସିଙ୍ଗାପୁର କିମ୍ବା ଲଣ୍ଡନ ହେବ ବୋଲି ଅଧିକାଂଶ ଲୋକେ ଗ୍ରହଣ କରିନେଇଥିଲେ। ହେଲେ ଏଯାବତ ପ୍ରଚାରପ୍ରସାର ତୁଳନାରେ ଅଗ୍ରଗତି ଠିକ୍‌ ଭାବେ ହୋଇପାରିନାହିଁ। ଏକ ଯତ୍ନଶୀଳ ଢାଞ୍ଚା ଓ ରାଜନୈତିକ ଇଚ୍ଛାଶକ୍ତି ଗଠନ କରିବା ପରିବର୍ତ୍ତେ, ଏନ୍‌ଏସ୍‌ଇ-ଆଇଏକ୍ସ ଫିକା ପଡ଼ିଯାଇଛି। ପୂର୍ବତନ ଅର୍ଥ ସଚିବ ଓ ବିନିବେଶ କ୍ଷେତ୍ରରେ ଦାୟିତ୍ୱ ବହନ କରିଥିବା ନୀରଜ କୁମାର ଗୁପ୍ତା ଏନ୍‌ଏସ୍‌ଇ-ଆଇଏକ୍ସର ଚେୟାରମ୍ୟାନ ଏବଂ ପବ୍ଲିକ ଇଣ୍ଟରେଷ୍ଟ ଡାଇରେକ୍ଟର ଭାବେ ଯୋଗଦେଇଛନ୍ତି। ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ଏବଂ ଏକ୍ସଚେଞ୍ଜ ଡ୍ରେଡ୍‌ ଫଣ୍ଡକୁ ନିୟନ୍ତ୍ରଣ କରିବାରେ ତାଙ୍କର ଗଭୀର ଅଭିଜ୍ଞତା ଓ ନୀତି ପୁନର୍ଗଠନର ନେତୃତ୍ୱରେ ଦଶନ୍ଧି ବ୍ୟାପୀ ଅଭିଜ୍ଞତା ରହିଛି। ତେବେ ଗୁପ୍ତାଙ୍କ ନିଯୁକ୍ତି ଏନ୍‌ଏସ୍‌ଇ-ଆଇଏକ୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ତେବେ ଗିଫ୍ଟ ସିଟିର ଏକୀକୃତ ନିୟାମକ ଆଇଏଫ୍‌ଏସ୍‌ସିଏ କିଛି ନୂତନତ୍ୱ ଆଣିପାରିନାହିଁ। ଏହା ସେବି ଓ ଆର୍‌ବିଆଇର ପୁରୁଣା ନିୟାମକ ଉପରେ ନିର୍ଭର କରୁଛି । ସ୍ପଷ୍ଟ ଭାବେ କହିବାକୁ ଗଲେ ଆଇଏଫ୍‌ଏସ୍‌ସିଏ ଏହାକୁ ହଟାଇବାକୁ ଚାହଁୁନାହିଁ। ଏନ୍‌ଏସ୍‌ଇ-ଆଇଏକ୍ସକୁ ଏକ ବିତ୍ତୀୟ ଆକର୍ଷକ କରିବାକୁ ସିଙ୍ଗାପୁରଠାରୁ ଅଧିକ କାରବାର ସୁବିଧା ପ୍ରଦାନ କରିବା ହେବ । ଅର୍ଥାତ୍‌ ତ୍ୱରିତ୍‌ ସ୍ବୀକୃତି, ଅନୁପାଳନ ଏବଂ ଏକ ସ୍ମାର୍ଟ ନିବେଶକ ନିୟମ ଆଣିବାକୁ ପଡ଼ିବ । ତେବେ ନିୟାମକଗୁଡ଼ିକୁ ସେହିଭଳି କରିବା ଉପାୟ ଗୁପ୍ତା ଜାଣନ୍ତି ଏବଂ ଏହି ସମୟରେ ସେ ଏହା ପ୍ରମାଣ କରିପାରିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri