ନିର୍ବାଚନ ଢାଞ୍ଚାରେ ହେବ କୋଭିଡ୍‌ ଟିକାକରଣ: ବୟସ୍କ, ଦିବ୍ୟାଙ୍ଗ ପାଇଁ ଗାଡ଼ି ସୁବିଧା

ଛତ୍ରପୁର,୪।୬(ଡି.ଏନ୍‌.ଏ.): କରୋନାର ଦ୍ବିତୀୟ ଲହର ପ୍ରତିହତ କରିବା ନିମନ୍ତେ ଟିକାକରଣ ଏକାନ୍ତ ଅପରିହାର୍ଯ୍ୟ। ମୋବାଇଲ ଟିମ୍‌ ଗଠନ କରି ଦୁର୍ଗମ ପାହାଡ଼ିଆ ଅଞ୍ଚଳ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୪୫ ବର୍ଷରୁ ଊଦ୍ଧର୍‌ବ ବୁଲା ବିକାଳୀ, ପରିବା ବିକ୍ରେତା,ସେଲୁନ ବାଲା, ତେଜରାତି ଦୋକାନୀ, ଗ୍ୟାରେଜରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବିଡିଓ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ଜନଗହଳି ପୂର୍ଣ୍ଣ ଅଞ୍ଚଳ, ଛକଜାଗା, ଜନବସତି ଅଞ୍ଚଳ, ଦୂର୍ଗମ ଅଞ୍ଚଳରେ ନିିର୍ବାଚନ ଢାଞ୍ଚାରେ ଟିକାକରଣ କେନ୍ଦ୍ର କରି ଜନ ସାଧାରଣଙ୍କୁ ଟିକାକରଣ କରାଇବେ। ଗ୍ରାମାଞ୍ଚଳଗୁଡିକରେ ସ୍ଥାନୀୟ ସରପଞ୍ଚ ଓ ସହରାଞ୍ଚଳରେ କାଉନସିଲ୍‌ରମାନଙ୍କ ସହ ମିଶି ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦିନକ ପୂର୍ବରୁ ଚିରୁକୁଟି ଦେବାପାଇଁ ଜିଲାପାଳ କହିଥିଲେ। ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ଗାଡିରେ ଆଣି ଟିକାକରଣ କରାଇବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ରେଜିଷ୍ଟେଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଟିକା ଦିଆଯିବ। ଟିକାକରଣ କାର୍ଯ୍ୟ ଜିଲାରେ ଯେପରି ଶତପ୍ରତିଶତ ସଫଳତା ହାସଲ କରିବ ସେଥିପ୍ରତି ସମସ୍ତ ଅଧିକାରୀ, କର୍ମଚାରୀମାନେ ତତ୍ପରତା ଦେଖାଇବାକୁ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ ଗଡ଼ିଲା ମୁଣ୍ଡ

ପୋଲସରା,୧୯।୩: ହୋଲିରେ ରକ୍ତ ରଞ୍ଜିତ ହେଲା ଗାଁ ଦାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବନ୍ଥପଲ୍ଲୀ ପଞ୍ଚାୟତ...

ନାବାଳିକାଙ୍କୁ ଗଣବଳାତ୍କାର ଘଟଣା: ଜଣେ ଅଟକ

କଟକ ଅଫିସ/ତିର୍ତ୍ତୋଲ (ଡି.ଏନ.ଏ),୧୫ା୧୦: ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ଚାଉଳିଆଗଞ୍ଜ ଥାନା ପୋଲିସ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେ ମୁଖ୍ୟ ଅଭିଯୁକ୍ତଙ୍କ...

ମାଓବାଦୀରୁ ପୋଲିସ ସାଜିଥିବା ବ୍ୟକ୍ତିଙ୍କୁ ହତ୍ୟା

ମାଲକାନଗିରି,୨୯ା୧: ମାଲକାନଗିରି ଜିଲା ସୀମନ୍ତ ଛତିଶଗଡ଼ ବିଜାପୁର ଜିଲା ଜଘଲା ଥାନା ଅନ୍ତର୍ଗତ କୋତ୍ରାପାଲ ଗ୍ରାମରେ ମାଓବାଦୀମାନେ ଜଣେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା...

ଭିନ୍ନକ୍ଷମ ପରିଚୟ ପ୍ରଦାନ କର୍ମଶାଳା

  ଦେବଗଡ, ୨୫ା୧୨(ଡ଼ି.ଏନ୍‌.ଏ.)-ଦେବଗଡ଼ ଜିଲା ମୁଖ୍ୟ ଡ଼ାକ୍ତରଖାନା ପରିସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭିନ୍ନକ୍ଷମ ପରିଚୟ ପ୍ରଦାନ ନିମନ୍ତେ...

ଭାଙ୍ଗିଗଲାଣି ତନଖି ଫାଟକ ଗୃହ

ଛେଣ୍ଡିପଦା,୧୯।୯(ସ୍ବ.ପ୍ର.) – କାଠ ମାଫିଆଙ୍କ ଉପରେ ରୋକ ଲଗାଇବାକୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ବନାଞ୍ଚଳର ଉଗୀ-ଅନ୍ତୁଳିଆ ରାସ୍ତାରେ ଥିବା ତନଖି ଫାଟକ କାମରେ...

ଓଡ଼ଗାଁରେ ସରକାରୀ ନିୟମକୁ ବେଖାତିର: ସ୍କୁଲକୁ ପିଲାଙ୍କୁ ଡକାଇ ଶିକ୍ଷକ ବାଣ୍ଟୁଛନ୍ତି ବହି, ସାମାଜିକ ଦୂରତାର ପ୍ରଶ୍ନ ନାହିଁ

ଓଡଗାଁ,୨୫।୪(ସ୍ବ.ପ୍ର.)- କରୋନା ମୁକାବିଲାକୁ ନେଇ ସମ୍ପ୍ରତି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପିଲାଙ୍କୁ ଘରେ ଘରେ ବୁଲି...

ସାପ କାମୁଡ଼ାରେ ନାବାଳକ ମୃତ: ମେଡିକାଲରେ ଗୁଣିଆ କଲେ ଝଡ଼ାଫୁଙ୍କା

ଅନୁଗୋଳ ଅଫିସ, ୧୫।୯ – ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣେ ନାବାଳକଙ୍କ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।...

ଆବର୍ଜନାରେ ପୋତିହେବାକୁ ବସିିଛି କେନାଲ

କଣାସ,୪।୧(ସ୍ବ.ପ୍ର); କଣାସ ବ୍ଲକର କଣାସ କେନାଲ ଏବେ ଅଳିଆ ଆବର୍ଜନାରେ ପୋତିହେବାକୁ ବସିଲାଣି। ସ୍ଥାନୀୟ ବାସିନ୍ଦାଙ୍କ ସମେତ କଣାସ ହାଟର ବେପାରୀମାନେ ନିକଟସ୍ଥ ଏହି କେନାଲରେ...

Advertisement
Archives

Model This Week