ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍‌ୟୁ’ ନୁହେଁ ଭୟଙ୍କର

ପ୍ୟାରିସ,୮ ।୧: ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍‌ୟୁ’ କୁ ନେଇ ଅଧ୍ୟୟନ କରାଯିବା ପରେ ଏକ ଆଶ୍ୱସ୍ତିକର ଖବର ଆସିଛି । ବିଶେଷଜ୍ଞମାନେ କହିଛନ୍ତି କି ‘ଆଇଏଚ୍‌ୟୁ’ ଭାରିଏଣ୍ଟର ସଂକ୍ରମଣ ଖୁବ୍ କମ୍ । ତେଣୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଏଥିରେ ସଂକ୍ରମିତଙ୍କ ସଂଖ୍ୟା ଖୁବ୍ କମ୍ । ତେବେ ଗବେଷକମାନେ କହିଛନ୍ତି ‘ଆଇଏଚ୍‌ୟୁ’କୁ ନେଇ ଏତେଶୀଘ୍ର ଅନୁମାନ ଲଗାଇବା ସଠିକ୍ ହେବ ନାହିଁ । କାରଣ ଏବେ ପର୍ଯ୍ୟନ୍ତ ଏଥିରେ ଖୁବ୍ କମ୍ ଲୋକ ସଂକ୍ରମିତ ହୋଇଥିବା ବେଳେ ଏହା ଏବେ ପ୍ରାଥମିକ ସ୍ତରରେ ରହିଛି । ଏହି ସପ୍ତାହର ଆରମ୍ଭରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ବି କହିଥିଲା ଏବେ ପର୍ଯ୍ୟନ୍ତ ‘ଆଇଏଚ୍‌ୟୁ’ ଏତେ ଭୟଙ୍କର ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ‘ଆଇଏଚ୍‌ୟୁ’ ଏବେ ପର୍ଯ୍ୟନ୍ତ କେବଳ ଫ୍ୟାନ୍ସରେ ଦେଖାଯାଇଛି ଅନ୍ୟ କେଉଁଠି ନୁହେଁ । ଡବ୍ଲୁଏଚଓର ଏକ ରିପୋର୍ଟରେ କୁହାଯାଇଛି କି ‘ଆଇଏଚ୍‌ୟୁ’ ସମ୍ପର୍କରେ ନଭେମ୍ବର ୨୦୨୧ରେ ଜଣାପଡିଥିଲା । ସେହିପରି ଓମିକ୍ରନ ସମ୍ପର୍କରେ ୨୪ ନଭେମ୍ବର ୨୦୨୧ର ଜଣାପଡିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡିଜିପି ଚୟନ ଶୁଣାଣି ଘୁଞ୍ଚିଲା: ପକ୍ଷ ରଖିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୮।୮: ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର…

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଫସଲ ନଷ୍ଟ ହୋଇଥିଲେ ମିଳିବ ଏତେ…

ଭୁବନେଶ୍ୱର , ୧୮।୮: ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହଜାରେ କୋଟି…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟରୁ ଆସିଲା ଭୟଙ୍କର ଖବର; ଅଭିଜ୍ଞ ଖେଳାଳି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଏକ ଦୁଃଖଦ ଦୃଶ୍ୟ ଦେଖାଦେଇଛି। ଶ୍ରୀଲଙ୍କା କ୍ରିକେଟର ଦିନେଶ ଚାନ୍ଦିମଲ ଫିଲ୍ଡିଂ କରୁଥିବା…

ଜେପି ନଡ୍ଡାଙ୍କର ହେଲା ଆଞ୍ଜିୟପ୍ଲାଷ୍ଟି; ଜାଣନ୍ତୁ ଏବେ କେମିତି ଅଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଅଗଷ୍ଟ ୧୭ ରେ ଆଞ୍ଜିଆପ୍ଲାଷ୍ଟି ହୋଇଥିଲା। ଏମ୍ସ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଅପଡେଟ ପ୍ରଦାନ କରିଛି, ଯେଉଁଥିରେ କୁହାଯାଇଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri