Posted inଖେଳ

କୋଭିଡ୍‌-୧୯ ଲଢ଼େଇ: କୁମିନ୍ସଙ୍କ ପରେ ଲି’ଙ୍କ ବଦାନ୍ୟତା

ନୂଆଦିଲ୍ଲୀ,୨୮।୪(ପି.ଟି.): ଭାରତର କୋଭିଡ୍‌- ୧୯ ମହାମାରୀ ଲଢେଇରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି। ବିଶ୍ୱର ୧ ନମ୍ବର ବୋଲର ନିଜ ଦେଶର ପ୍ୟାଟ୍‌ କୁମିନ୍ସଙ୍କଠାରୁ ପ୍ରେରଣା ପାଇ ସେ କରୋନା ଲଢେଇରେ ଭାରତକୁ ସାହାଯ୍ୟ କରିବା ପାଇଁ ଗୋଟିଏ ବିଟ୍‌କଏନ ଅର୍ଥାତ୍‌ ପାଖାପାଖି ୪୦ ଲକ୍ଷ ଟଙ୍କା ଦାନ କରିଛନ୍ତି।
ପୂର୍ବରୁ ସୋମବାର କୁମିନ୍ସ ଅକ୍ସିଜେନ ଯୋଗାଣ ପାଇଁ ପିଏମ୍‌ କେୟାର ପାଣ୍ଠିକୁ ୫୦, ୦୦୦ ଡଲାର ଦାନ କରିଥିଲେ। ମହାମାରୀରେ ଲୋକେ ପୀଡିତ ହୋଇ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅକ୍ସିଜେନ ଯୋଗାଣ ପାଇଁ ଏହି ପରିମାଣ ଅର୍ଥ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଲି’ ଟୁଇଟ୍‌ କରି ଜଣାଇଛନ୍ତି। ଭାରତ ମୋ ପାଇଁ ଦ୍ୱିତୀୟ ଘର ସଦୃଶ। ଖେଳିବା ବେଳେ ଓ ଅବସର ନେବା ପରେ ଭାରତର ଲୋକମାନେ ବହୁତ ଭଲ ପାଇଛନ୍ତି ଓ ସମ୍ମାନ ଦେଇଛନ୍ତି ବୋଲି ବିଶ୍ୱର ଅନ୍ୟତମ ଦ୍ରୁତ ବୋଲର ଲି’ କହିଛନ୍ତି। କୁମିନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳୁଛନ୍ତି। ସେହିପରି ଲି’ ମଧ୍ୟ ଆଇପିଏଲ୍‌ ପାଇଁ କମେଣ୍ଟ୍ରି କରୁଛନ୍ତି। କରୋନା ମହାମାରୀ ବିରୋଧରେ ଏକାଠି ହୋଇ ଲଢିବାର ସମୟ ଆସି ପହଞ୍ଚିଛି। ଲୋକମାନେ ନିଜର ଯତ୍ନ ନେବା ସହ ଘରେ ରହି, ନିୟମିତ ହାତ ଧୋଇବାକୁ ଲି’ ନିବେଦନ କରିଛନ୍ତି। ଅତି ଦରକାର ପଡିଲେ ଘରୁ ବାହାରକୁ ଯାଆନ୍ତ ଓ ମାସ୍କ ପରିଧାନ କରନ୍ତୁ। କୁମିନ୍ସଙ୍କ ବଦାନ୍ୟତାକୁ ଲି’ ପ୍ରଶଂସା କରିଛନ୍ତି। ୪୪ ବର୍ଷୀୟ ଲି’ ଅଷ୍ଟ୍ରେଲିଆ ତରଫରୁ ପ୍ରତିନିଧିତ୍ୱ କରି ୭୬ଟି ଟେଷ୍ଟ, ୨୨୧ଟି ଦିନିକିଆ ଓ ୨୫ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ୟାରିୟରରେ ସେ ଅସାଧାରଣ ଭାବେ ସଫଳତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri