Posted inଜାତୀୟ

ଏଣିକି ଟିକା ପ୍ରମାଣପତ୍ର ହ୍ବାଟ୍ସଆପ୍‌ରେ

ନୂଆଦିଲ୍ଲୀ,୮।୮: କୋଭିଡ୍‌ ଟିକା ନେଉଥିବା ଲୋକଙ୍କୁ ଏଣିକି ହ୍ବାଟ୍ସଆପ୍‌ ଜରିଆରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ପ୍ରମାଣପତ୍ର ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବ୍ୟଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଏହି ସୂଚନା ଜାରି କରାଯାଇଛି। ଟିକା ସାର୍ଟିଫିକେଟ କୋଓ୍ବିନ୍‌ ପୋର୍ଟାଲରୁ ଡାଉନ୍‌ଲୋଡ କରିବାକୁ ପଡୁଥିଲା। ଏବେ ମାଇଁଗଭ୍‌ କରୋନା ହେଲ୍ପଡେସ୍କ ମାଧ୍ୟମରେ ସହଜ ଉପାୟରେ ସାର୍ଟିଫିକେଟ ମିଳିିବ। ହ୍ବାଟ୍ସଆପ୍‌ରେ ‘କୋଭିଡ୍‌ ସାର୍ଟିଫିକେଟ’ ଲେଖି ନମ୍ବର +91 9013151515କୁ ପଠାନ୍ତୁ ଏବଂ ଓଟିପି ଦିଅନ୍ତୁ। କିଛି ସେକେଣ୍ଡରେ ସାର୍ଟିଫିକେଟ ଆସିଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜାନୁୟାରୀ ୧୬ରୁ ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ରବିବାର ସକାଳ ସୁଦ୍ଧା ମୋଟ ୫୦,୬୮,୧୦,୪୯୨ କୋଭିଡ୍‌ ଭାକ୍ସିନ ଡୋଜ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସ୍‌ବୁକ ଲାଇଭରେ କୁମାରସ୍ବାମୀ ଓ ତାଙ୍କ ପରିବାରଙ୍କୁ ଅଭଦ୍ର ଟିପ୍ପଣୀ ଦେଇ ୨ ଗିରଫ

ବେଙ୍ଗାଲୁର,୧୧।୬: ଫେସ୍‌ବୁକ ଲାଇଭ ସମୟରେ କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଓ ପୂର୍ବତନ ଏଚ୍‌ଡି ଦେବଗୌଡାଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେଇଥିବା ୨ଜଣ ବ୍ୟକ୍ତିଙ୍କୁ ଗିରଫ...

ଅଗଷ୍ଟ ୧୫ ନିଆରା ଢ଼ଙ୍ଗରେ ହେବ ପାଳନ: ଲାଲ୍‌ କିଲ୍ଲାରେ ଯୋଗଦେବେ ୧୫୦୦ କରୋନା ବିଜେତା

ନୂଆଦିଲ୍ଲୀ, ୧୫।୭: ଚଳିତ ବର୍ଷ ଅଗଷ୍ଟ ୧୫ରେ ଲାଲ୍‌ କିଲ୍ଲାରେ ହେବାକୁ ଥିବା ସ୍ବାଧୀନତା ଦିବସ ଉତ୍ସବରେ ଛୋଟ ପିଲା ଯୋଗଦେବେ ନାହିଁ। ସେମାନଙ୍କ ବଦଳରେ...

ଚାଷୀଙ୍କ ପୁଅଙ୍କୁ ଆମେରିକା ପ୍ରଦାନ କରିବ ଗ୍ରେନେଲ୍‌ ପୁରସ୍କାର: ମିଳିବ ୭୦ ଲକ୍ଷ ଟଙ୍କା

ପାଟନା, ୩।୮: ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବ। ଗୟା ଜିଲାର ହମ୍‌ଜାପୁର...

କୃଷି ଆଇନ ରିପୋର୍ଟ ସାର୍ବଜନୀନ ହେଉ

ନୂଆଦିଲ୍ଲୀ, ୨୪।୧୧: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ କମିଟି ଦେଇଥିବା ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରାଯାଉ କିମ୍ବା ଏହାକୁ...

ଭାରତରେ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ୨ ଦିନିଆ ଭାରତ ଗସ୍ତରେ ଆସି ସୋମବାର ନୂଆଦିଲ୍ଳୀରେ ପହଞ୍ଚିଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦଶେଖର ତାଙ୍କୁ ବିମାନ ବନ୍ଦରରେ...

୩ ବର୍ଷ ପରେ ଚେନ୍ନାଇରୁ ଜାଫ୍‌ନା ଉଡ଼ିଲା ବିମାନ

ଚେନ୍ନାଇ,୧୩।୧୨: ୩ ବର୍ଷ ପରେ ସୋମବାର ଚେନ୍ନାଇରୁ ଶ୍ରୀଲଙ୍କାର ଜାଫ୍‌ନାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। କୋଭିଡ୍‌ କାରଣରୁ ଚେନ୍ନାଇରୁ ଜାଫ୍‌ନା ବିମାନ ଚଳାଚଳ ବନ୍ଦ...

ଭାରତ ସହିତ ସମ୍ପର୍କ ଅଧିକ ସୁଫଳ ପ୍ରଦାନ କରିବ: ଆମେରିକା…

ନୂଆଦିଲ୍ଲୀ,୧୪।୧ : ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ କହିଛନ୍ତି ଯେ ବିଶ୍ୱର ଦୁଇ ବୃହତ୍ତମ, ଉତ୍ପାଦନକାରୀ...

ନିଜ ଇଚ୍ଛାରେ କରୋନା ସଂକ୍ରମିତ ହେବାକୁ ଚାହୁଁଛନ୍ତି ୩୦ ହଜାରରୁ ଅଧିକ ଲୋକ !

ନୂଆଦିଲ୍ଲୀ,୫।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର କୌଣସି ଔଷଧ ବା ଟିକା ବାହାରି ପାରି...

Advertisement
Archives

Model This Week