ପାଳନ ହେଉନି କୋଭିଡ୍‌-୧୯ ନିୟମ

ପାରାଦୀପ,୧୭।୭(ସ୍ବ.ପ୍ର.): କରୋନା ଭୂତାଣୁ ଏବେ ହୁହୁ ହୋଇ ବଢ଼ିଚାଲିଛି। ଫଳରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ୁଛି। କିନ୍ତୁ ଏହାରି ଭିତରେ ପାରାଦୀପ ମାଛଧରା ବନ୍ଦରରେ ମାଛ ଉତ୍ପାଦନ ଆରମ୍ଭ ହୋଇଛି। ପ୍ରାୟ ୧୧୫ ମାଛଧରା ଟ୍ରଲର ସମୁଦ୍ରକୁ ଗଲାଣି। ଏହିସବୁ ଟ୍ରଲରରେ ୧୧ ଶହରୁ ଅଧିକ ମତ୍ସ୍ୟଜୀବୀ ରହିଛନ୍ତି। ଏହାବାଦ ମାଛ ପ୍ରକ୍ରିୟାକରଣ କାମରେ ପ୍ରାୟ ୨ ହଜାର ଲୋକ କାମ କରୁଛନ୍ତି। ଏହି ସମସ୍ତ ଲୋକଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟରୁ ଆସିଛନ୍ତି। ମାତ୍ର ଯେଉଁମାନେ ବାହାରୁ ଆସିଛନ୍ତି ସେମାନଙ୍କ ପାଇଁ କୋଭିଡ୍‌-୧୯ ନିୟମ କାମରେ ଲାଗୁନି। ଯଥା-ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଉନାହିଁ। କୋଭିଡ ଟେଷ୍ଟ ବ୍ୟବସ୍ଥା ମଧ୍ୟ ନାହିଁ। ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ମାଲିକମାନେ ଆଣିବା ପରେ ପାରାଦୀପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାଧାରଣ ଜ୍ବର ଟେଷ୍ଟ କରାଇ ସିଧା ମାଛଧରିବା ପାଇଁ ପଠାଉଛନ୍ତି। ଏହାଦ୍ବାରା ସମସ୍ତ ମତ୍ସ୍ୟଜୀବୀ ଓ ସେମାନଙ୍କ ସହିତ ମିଶୁଥିବା ଲୋକଙ୍କ ମନରେ ଅଜଣା ଭୟ ରହୁଛି ବୋଲି ସେଠାକାର ବ୍ୟବସାୟୀ ପ୍ରତାପ ସାହୁ କହିଛନ୍ତି। ଏତଦ୍‌ବ୍ୟତୀତ ସେଠାରେ ସାପ୍ତାହିକ ଶଟ୍‌ଡାଉନ ନିୟମ ପାଳନ ହେଉନାହିଁ। କାରଣ ମାଛ ଉତ୍ପାଦନ ପ୍ରକ୍ରିୟା ଅନବରତ ଚାଲିଥାଏ। ଏ ସମ୍ପର୍କରେ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମଧୁମୟ ସାମଲ କୁହନ୍ତି, ଏଠାରେ କ୍ବାରାଣ୍ଟାଇନ ବ୍ୟବସ୍ଥା ନାହିଁ। ସେମାନେ ସ୍ବାସ୍ଥ୍ୟକେନ୍ଦ୍ରରୁ କ୍ଲିୟରାନ୍ସ ଆଣୁଛନ୍ତି। ଆମ୍ଭର ପ୍ରବେଶ ପଥରେ କେବଳ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିଛୁ। ଏଥିରେ ଜ୍ବର ମପାଯାଉଛି। ଆଉ କିଛି ନାହିଁ।

ଇ-ଅଭିଯୋଗ କାମ କରୁନି
ପାରାଦୀପ ମତ୍ସ୍ୟ ବିଭାଗରେ ଏବେବି ପୁରୁଣା ପ୍ରଥା ଚାଲିଛି। ଯଥା: କାର୍ଯ୍ୟାଳୟରେ ଲୋକେ ପୂର୍ବବତ ଯାତାୟାତ, ଟଙ୍କା ଜମା କରିବା, କାଗଜପତ୍ର ପଞ୍ଜୀକରଣ କରିବା ଆଦି କାମ କରୁଛନ୍ତି। ଜିଲାପାଳ କରୋନା ପାଇଁ ସରକାରୀ ଅଫିସ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। କିନ୍ତୁ ଏହି ନିୟମ ଏଠାରେ କାମରେ ଲାଗୁନି। ଏ ପ୍ରସଙ୍ଗରେ ମତ୍ସ୍ୟ ଅଧିକାରୀ ସାମଲ କୁହନ୍ତି ଅଫିସରେ ଇ-ଅଭିଯୋଗ ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ମତ୍ସ୍ୟଜୀବୀମାନେ ମଧ୍ୟ ଅନଲାଇନ କାମ ଜାଣିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ଦିଗପହଣ୍ଡିରେ କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ: ପୁଣି ୨ ଅଣଛାତ୍ର ଗିରଫ, ଜେଲ୍‌ ଗଲେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?