କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗ: ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତାଙ୍କ ନାଁରେ ମାମଲା

ଲଖନପୁର,୨।୮(ଡି.ଏନ୍‌.ଏ) ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କୋଭିଡ୍‌ ୧୯ ନିୟମକୁ କଡାକଡି କରିଛନ୍ତି । ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁଯାଇ ଦଣ୍ଡିତ ହେବା ନିୟମ ରହିଛି । ଏ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଶାସନ ସ୍ତରରେ ବିଭିନ୍ନ ସଚେତନତା କାଯର୍‌ୟକ୍ରମ କରାଯାଉଛି । ତଥାପି ଅମାନିଆମାନେ ନିୟମ ମାନୁନାହାନ୍ତି । ଅନେକ ସମୟରେ ନିୟମ ଉଲଙ୍ଘନକାରୀ ଦଣ୍ଡିତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଘଟିଛି ଝାରସୁଗୁଡା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ। କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଜିଲା ପ୍ରଶାସନ ତରଫରୁ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ ବନ୍ଧବାହାଲ ମା’ ସମଲେଇ ଟ୍ରକ୍‌ ମାଲିକ ସଂଘର କର୍ମକର୍ତ୍ତାଙ୍କ ନାମରେ ବନହରପାଲି ଥାନାରେ ଶୁକ୍ରବାର ରାତିରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଶାସନର ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୧୧୪/୨୦) ରୁଜୁ କରି ତଦନ୍ତ ଚଳାଇଛି। ଜିଲା ପ୍ରଶାସନର ବିନାନୁମତିରେ ବନ୍ଧବାହାଲ ସ୍ଥିତ ବିଓସିଏମ୍‌ ଛକରେ ଥିବା ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟରେ ଟ୍ରକ୍‌ମାଲିକଙ୍କୁ ନେଇ ଗତ ଗୁରୁବାର ଏକ ବୈଠକ ହୋଇଥିଲା। ଏଥିରେ ଶତାଧିକ ଟ୍ରକ୍‌ ମାଲିକ ଉପସ୍ଥିତ ଥିଲେ। ଫଳରେ କୋଭିଡ୍‌ ନିୟମ ଉଲ୍ଲଂଘନ ହୋଇଥିଲା। ଏ ନେଇ ଜିଲା ପ୍ରଶାସନ ସଂଘର ୬ଜଣ କର୍ମକର୍ତ୍ତାଙ୍କ ସମେତ ଅନ୍ୟ ମାଲିକମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଖୀ ପାଇଁ ମିଠା ଦୋକାନରେ ଭିଡ଼: ୫ ଦୋକାନ ସିଲ୍‌, ୪୦ ଦୋକାନୀଙ୍କୁ ଜରିମାନା

ଝାରସୁଗୁଡ଼ା ଅଫିସ,୩ା୮: ଝାରସୁଗୁଡ଼ାରେ ସୋମବାର ସକାଳୁ ଗହଳି ପରିଲକ୍ଷିତ ହୋଇଥିଲା। ରାଖୀ ପୂର୍ଣ୍ଣିମା ଯୋଗୁ ଲୋକେ କିଣାକିଣି କରିବା ପାଇଁ ଏହି ଭିଡ଼ ହୋଇଥିଲା। ବିଶେଷକରି...

ସ୍ବାସ୍ଥ୍ୟକର୍ମଚାରୀଙ୍କୁ ଶୀଘ୍ର ନିଯୁକ୍ତି, ତାଲିମ ଦିଆଯାଉ

ଝାରସୁଗୁଡା ଅଫିସ,୯ା୪- ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳସ୍ତରୀୟ କମିଟି ପକ୍ଷରୁ କୋଭିଡ-୧୯ ମୁକାବିଲା ପାଇଁ ଗୁରୁତ୍ୱପୁର୍ଣ୍ଣ ଆଲୋଚନା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସ ଜରିଆରେ...

ମଣ୍ଟୁ ଘୋଷ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଝାରସୁଗୁଡା ଅଫିସ/ଲଖନପୁର,୦୬।୧୧(ଡି.ଏନ.ଏ.):ଝାରସୁଗୁଡା ଜିଲା ବ୍ରଜରାଜନଗର ସହରରେ ଗତ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି। ଏଥିରେ କୁଖ୍ୟାତ ଅପରାଧୀ ସୋନୁ ଘୋଷଙ୍କ ଭାଇ ମଣ୍ଟୁ ଘୋଷଙ୍କ...

ଡାକ୍ତରମାନଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା

ବ୍ରଜରାଜନଗର, ୧୨।୯ (ଡି.ଏନ୍‌.ଏ.)  ବ୍ରଜରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସପ୍ତାହ ହେଲା କେତେଜଣ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଉତ୍ତେଜନା ଦେଖାଦେଇଛି। ଦିନେ କିମ୍ବା ଦୁଇ ଦିନ...

ମା’-ବାପାଙ୍କୁ ହରାଇଥିବା ଦିବେଶ ମାଟ୍ରିକ ଟପ୍ପର

ଝାରସୁଗୁଡ଼ା ଅଫିସ,୨୯ା୭: କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସଫଳତା ଆପଣାଛାଏଁ ମିଳିଥାଏ। ଏହି କଥାର  ବାସ୍ତବତା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲାରେ। ଏହି ଜିଲାର ନିକତିମାଲ...

ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବାଲିଯୋରୀ ଉଚ୍ଚ ପ୍ରାଥମିକ ଉନ୍ନିତ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଜଣେ ୫ମ...

କାର୍‌-ମିଲ୍କଭ୍ୟାନ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୨(ଡି.ଏନ.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ମହିମା ଛକ ନିକଟ ୪୯ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି...

ଝାରସୁଗୁଡ଼ାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୮

ଝାରସୁଗୁଡ଼ା ଅଫିସ,୧୫।୬: ଝାରସୁଗୁଡାରେ ସୋମବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *