Posted inଜାତୀୟ

କୋଭିଡ୍‌ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ

ନୂଆଦିଲ୍ଲୀ, ୧୨।୬(ଆଇଏଏନ୍‌ଏସ୍‌): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି ବୋଲି କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସମ୍ପର୍କରେ ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଏମ୍‌.ଆର୍‌. ଶାହାଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି। ଜନସ୍ବାର୍ଥ ମାମଲାରେ ଉଠାଯାଇଥିବା ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ସରକାର ଏହା ଉପରେ ନିଜର ଜବାବ ରଖିବେ ବୋଲି ସେ କହିଥିଲେ। ତେବେ ସରକାର ଏକ ଜାତୀୟ ନୀତି ଉପରେ ବିଚାର କରୁଥିବାରୁ ଜବାବ ଦାଖଲ ପାଇଁ ଦୁଇ ସପ୍ତାହ ସମୟ ଦେବାକୁ ମେହେଟ୍ଟା ଅନୁରୋଧ କରିଥିଲେ।
ବ୍ଲାକ୍‌ ଫଙ୍ଗସ୍‌ରେ ହେଉଥିତ୍ବା ମୃତ୍ୟୁ ମଧ୍ୟ କରୋନାଜନିତ। ଏଥିପାଇଁ ମୃତ୍ୟୁ ପ୍ରମାଣପତ୍ରରେ କାରଣ ଉଲ୍ଲେଖ ରହିବା ଆବଶ୍ୟକ। କେନ୍ଦ୍ର ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ସଲିସିଟର ଜେନେରାଲ କହିଥିଲେ। ସରକାର ଜବାବ ଦାଖଲ ପାଇଁ ଅଧିକ ସମୟ ମାଗିବାରୁ ପିଟିଶନର ପରବର୍ତ୍ତୀ ଶୁଣାଣି ଜୁନ୍‌ ୨୧କୁ ଧାର୍ଯ୍ୟ କରାଯାଇଥିଲା।
ସୂଚନାଯୋଗ୍ୟ କୋଭିଡ୍‌ରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ଯୋଗାଇ ଦେବା ଲାଗି ଆଇନଜୀବୀ ଗୌରବ କୁମାର ବଂଶଲ ଏବଂ ରୀପକ କଂଶଲ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରି ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ଉପରେ ଗତ ମାସ ୨୪ରେ ଅଦାଲତ କେନ୍ଦ୍ରକୁ ଜବାବ ମାଗିଥିଲେ। କୋଭିଡ୍‌ରେ ପ୍ରାଣ ହରାଇଥିଲେ ମୃତ୍ୟୁ ପ୍ରମାଣପତ୍ର ଜାରି କରିବାରେ ସମାନ ନୀତି କାର୍ଯ୍ୟକାରୀ ହେଉଛି କି ନାହିଁ ଜଣାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍‌ କାରଣରୁ ମୃତ୍ୟୁ ହୋଇଥିଲେ ମଧ୍ୟ ଅନେକ ସମୟରେ ଡେଥ୍‌ ସାର୍ଟିଫିକେଟରେ ହୃଦ୍‌ଘାତ କିମ୍ବା ଫୁସ୍‌ଫୁସ୍‌ କାମ ନ କରିବା କାରଣରୁ ମୃତ୍ୟୁ ଘଟିଥିବା ଦର୍ଶାଯାଉଛି ବୋଲି ଖଣ୍ଡପୀଠ କହିଥିଲେ। ବିଜ୍ଞପିତ ବିପର୍ଯ୍ୟୟରେ ମୃତ୍ୟୁ ଘଟିଲେ ପରିବାରକୁ ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ବିପର୍ଯ୍ୟୟ ପରିଚାଳନା ଆଇନ (ଡିଏମ୍‌ଏ)ର ଧାରା ୧୨ (୩)ରେ ଉଲ୍ଲେଖ ଥିବା ବଂଶଲ ତାଙ୍କ ପିଟିଶନରେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?