Posted inଜାତୀୟ

ଆସନ୍ତା ମାସରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ,୧୮।୮: ପିଲାମାନଙ୍କ ଉପରେ କୋଭିଡ୍‌ ଟିକାର ପରୀକ୍ଷା ଚାଲିଥିବା ବେଳେ ଖୁବ୍‌ଶୀଘ୍ର ଏହାର ଫଳାଫଳ ମିଳିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରାଯିବ। ତେଣୁ ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ ଭାରତରେ ପିଲାମାନଙ୍କ ପାଇଁ କୋଭିଡ୍‌ ଟିକା ଉପଲବ୍ଧ ହେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ପୁଣେସ୍ଥିତି ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ନିର୍ଦ୍ଦେଶକ ପ୍ରିୟ ଆବ୍ରାହାମ କହିଛନ୍ତି।

ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଓଟିଟି ଚ୍ୟାନେଲ ‘ଇଣ୍ଡିଆ ସାଇନ୍ସ’କୁ ଏକ ସାକ୍ଷାତ୍‌କାର ଦେଇ ଆବ୍ରାହମ୍‌ କହିଥିଲେ, ସେପ୍ଟେମ୍ବର ସୁଦ୍ଧା ଭାରତ ପିଲାମାନଙ୍କ ପାଇଁ ସ୍ବଦେଶୀ କୋଭିଡ୍‌ ଟିକା ପାଇବାକୁ ଯାଉଛି। ୨ରୁ ୧୮ ବର୍ଷ ବୟସ ବର୍ଗଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବା ସେ କହିଥିଲେ। ସେହିପରି ଜାଇଡସ୍‌ କାଡିଲା କମ୍ପାନୀ ପିଲାମାନଙ୍କ ପାଇଁ ଜାଇକୋଭ୍‌-ଡି ଟିକା ପ୍ରସ୍ତୁତ କରିଛି। ଡିସିଜିଆଇ ଅନୁମୋଦନ ମିଳିଲେ, ଉକ୍ତ ଟିକାକୁ ମଧ୍ୟ ଭାରତର ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଜରୁରୀ ବ୍ୟବହାର ମଞ୍ଜୁରୀ ପାଇଁ ଏହାର ଆବେଦନ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ମନା କରି ଶେଷରେ ଏମିତି ପ୍ରେମରେ ପଡ଼ିଥିଲେ ଶିବରାଜ ସିଂ, ଜାଣନ୍ତୁ ପୂରା ଘଟଣା…

ଭୋପାଳ,୩ା୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଜଣେ ଦକ୍ଷ ବକ୍ତା ତଥା ଚତୁର ରାଜନେତା ଭାବରେ ଜଣାଶୁଣା। ଏକ ସମୟ ଥିଲା ଯେତେବେଳେ ସେ...

ତେଲଙ୍ଗାନାର ୯ ଟି ଆସନରେ ନିର୍ବାଚନ ଲଢ଼ୁଛି ଓୱାଇସିଙ୍କ ଦଳ, ଜାଣନ୍ତୁ କେଉଁଠି ମିଳିଲା ବିଜୟ ?

ହାଇଦ୍ରାବାଦ,୩।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ରାଜ୍ୟ ଗଠନ ହେବା ପରଠାରୁ ତେଲଙ୍ଗାନା ଉପରେ ଶାସନ କରୁଥିବା କେସିଆରଙ୍କ ବିଆରଏସକୁ କଂଗ୍ରେସଠାରୁ...

ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ରେ ମୋଦି ମ୍ୟାଜିକ୍‌…

ନୂଆଦିଲ୍ଲୀ,୩।୧୨ : ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନ ଫଳାଫଳରେ ମୋଦି ମ୍ୟାଜିକ୍‌ କାମ ଦେଇଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ...

କେସିଆରଙ୍କ କାରକୁ ରୋକିଲା କଂଗ୍ରେସର ହାତ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାରକୁ ଯାଉଛି। ରାଜ୍ୟରେ...

୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ଶିବରାଜ ? ପ୍ରଶ୍ନକୁ ଏଡାଇ ଗଲେ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଆଗୁଆ ରହିଛି। ମୋଟ ୨୩୦ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୬ ରହିଛି। ରାଜ୍ୟରେ...

ତେଲଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ବିଧାୟକଙ୍କୁ ସୁରକ୍ଷା ଦେବାକୁ ହାଇଦ୍ରାବାଦରେ ପହଞ୍ଚିଲେ ଡି.କେ ଶିବକୁମାର

ନୂଆଦିଲ୍ଲୀ,୩।୧୨: ତେଲଙ୍ଗାନାରେ ମ୍ୟାଜିକ ନମ୍ବର ଅତିକ୍ରମ କରିବା ପରେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ୧୦ଜଣ ମନ୍ତ୍ରୀଙ୍କ ସହ ତେଲେଙ୍ଗାନାର ହାଇଦ୍ରାବାଦରେ...

ଭାଜପା ସରକାର ଗଠନ ମୁହାଁ: ମୋଦିଙ୍କୁ ନେଇ ମୁହଁ ଖୋଲିଲେ ଶିବରାଜ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳରେ ପ୍ରାରମ୍ଭିକ ଧାରାରେ ଭାଜପା ବହୁ ଆସନରେ ଆଗୁଆ ରହିଛି। ଏଥି ସହିତ କଂଗ୍ରେସର ଆସନ ସଂଖ୍ୟା ହ୍ରାସ...

ତେଲଙ୍ଗାନାରେ ପ୍ରଥମ ଥର ପାଇଁ କଂଗ୍ରେସ କ୍ଷମତା ଦଖଲ ମୁହାଁ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାରକୁ ଯାଉଛି। ତେଲଙ୍ଗାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri