ଅଗଷ୍ଟ ଶେଷ ବେଳକୁ ଆସିପାରେ କରୋନାର ତୃତୀୟ ଲହର: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୬ ।୭: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସରୁ ସରୁ ତୃତୀୟ ଲହର ଆରମ୍ଭ ହେବାର ଭୟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆସିଏମ୍‌ଆର୍‌)ର ଡିଭିଜନ ଅଫ୍ ଏପିଡେମିୟୋଲୋଜି ଆଣ୍ଡ କମ୍ୟୁନିକେବଲ ଡିଜିଜର ମୁ୍‌ଖ୍ୟ ଡାକ୍ତର ସମିରନ ପଣ୍ଡା ଅନୁମାନ କରିଛନ୍ତି କି ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନା ଭାଇରସର ତୃତୀୟ ଲହର ଆସିଯାଇପାରେ । ଏକ ନ୍ୟୁଜ ଚ୍ୟାନେଲରେ କଥା ହେବା ସମୟରେ ସେ କହିଛନ୍ତି କରୋନା ସଂକ୍ରମଣର ତୃତୀୟ ଲହର ଦ୍ୱିତୀୟ ଭଳି ଏତେ ଭୟାବହ ନ ହୋଇପାରେ । ହେଲେ ସମ୍ପୂର୍ଣ୍ଣ ଦେଶ ପୁଣିଥରେ କରୋନା ମହାମାରୀ ସହ ଲଢିବ । ସେ କହିଛନ୍ତି କରୋନା ମହାମାରୀ କାରଣରୁ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇ ଯାଇଛି । ତେବେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ ସେମାନେ ଖୁବ୍ ଶୀଘ୍ର ସଂକ୍ରମିତ ହୋଇଯିବେ । ତା’ସହ ଯେଉଁମାନଙ୍କ ନିକଟରେ ଆଣ୍ଟିବଡି ଆସିଯାଇଛି ତୃତୀୟ ଲହରରେ ଏହା କମଯୋର ହୋଇପାରେ । ଯଦି ଏପରି ହେଲା ତେବେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

୭୦ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୫୨ କୋଟିପତି: ୪୩ଙ୍କ ବିରୋଧରେ ଆପରାଧୀକ ମାମଲା

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୭୦ ବିଧାନସଭା ଆସନ ମଧ୍ୟରୁ ଏଏପି ଖାତାକୁ ୬୨ ଯାଇଥିବାବେଳେ...

ଛତ୍ରପତି ଶିବାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ମା ଭାରତୀଙ୍କ...

ବଙ୍ଗାଳି ବେଶଭୂଷା, ଆସାମୀ ଗାମୁଛା ପକାଇ ପୁଡୁଚେରୀ ନର୍ସଙ୍କ ହାତରୁ ଟିକା ନେଲେ ମୋଦି

ନୂଆଦିଲ୍ଲୀ,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀ ଏମ୍ସ୍‌ରେ କରୋନା ଟିକା ନେଇଛନ୍ତି। ସେ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଥିଲେ। ସେ ଟିକା ନେଇ ବିଭିନ୍ନ...

୪ ଘଣ୍ଟାରେ ଚନ୍ଦ୍ରର ୫୦ ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ବାଳକ

ପୁନେ,୨୦।୫: ନାସା ଏବଂ ଇସ୍ରୋ ପରି ସ୍ପେସ ଏଜେନ୍ସିଗୁଡ଼ିକ ଚନ୍ଦ୍ରର ଅନେକ ଫଟୋ ଶେୟାର କରନ୍ତି। କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ରର...

ଟ୍ରମ୍ପ୍‌ଙ୍କ ବ୍ୟୟ ବହୁଳ ଭାରତ ଗସ୍ତ: ସ୍ବାଗତ କରିବେ ଲକ୍ଷେ ଲୋକ; ୭ କିମି ରୋଡ ଶୋରେ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା

ଅହମଦାବାଦ୍‌,୧୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ବ୍ୟୟ ବହୁଳ ଗସ୍ତରେ ଆସି ସେ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ...

ଲକ୍‌ଡାଉନ୍‌: ଜୀବିକା ହରାଇଛନ୍ତି ଶତାଧିକ ମହୁଲଫୁଲ ସଂଗ୍ରହକାରୀ

କୋରୁକୋଣ୍ଡା,୯ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ଫଳରେ ସରକାରଙ୍କ ପକ୍ଷରୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ରାଜ୍ୟବାସୀଙ୍କ...

ଡ୍ରିମ୍ସ ଇଞ୍ଜିନିୟରିଂ କଲେଜରେ ହେବ ସ୍ବତନ୍ତ୍ର କରୋନା ହସ୍ପିଟାଲ

କଟକ ଅଫିସ,୨୮ା୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ମଧ୍ୟ ଗୁରୁବାର ତୃତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା...

ଦିଲ୍ଲୀ ପୋଲିସ୍‌ର ୨ କନେଷ୍ଟବଳ: ରକ୍ତଦାନ କରିବା ତାଙ୍କର ନିଶା

ନୂଆଦିଲ୍ଲୀ,୧।୭: ରକ୍ତଦାନ ହେଉଛି ମହତ୍‌ ଦାନ। ଏନେଇ ଦେଶରେ ସଚେତନତା ଜାରି ରହିଛି। ତେବେ ଦିଲ୍ଲୀ ପୋଲିସ୍‌ର ୨ କନେଷ୍ଟବଳ ଦୀର୍ଘ ବର୍ଷ ଧରି ରକ୍ତଦାନ...

Advertisement


Archives

Model This Week