ସାମାନ୍ୟ ନୁହେଁ ଓମିକ୍ରନ୍‌: ଏକ ସପ୍ତାହ ମଧ୍ୟରେ ବିଶ୍ୱରେ ଦେଢ କୋଟି ସଂକ୍ରମିତ, ୪୮ ହଜାର ମୃତ୍ୟୁ

ଜେନେଭା,୧୩ ।୧: ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହୋଇଚାଲିଛି । ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଏକ ନୂଆ ରିପୋର୍ଟରେ ଦର୍ଶାଇଛି ଗତ ସପ୍ତାହ ମଧ୍ୟରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୫୫ ପ୍ରତିଶତ ବୃଦ୍ଧି ହୋଇଛି । ମଙ୍ଗଳବାର ରାତିରେ ଜାରି କରାଯାଇଥିବା ରିପୋର୍ଟରେ ଡବ୍ଲୁଏଚଓ କହିଛି ଗତ ସପ୍ତାହରେ ପାଖାପାଖି ୧୫ ମିଲିୟନ ଅର୍ଥାତ୍ ଦେଢ କୋଟି ନୂଆ କୋଭିଡ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏହାସହ ୪୩ ହଜାରରୁ ଅଧିକ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ସଂଖ୍ୟା ସ୍ଥିର ଥିବା ରିପୋର୍ଟ ଦର୍ଶାଯାଇଛି । ଆଫ୍ରିକାକୁ ବାଦ୍ ଦେଇ ବିଶ୍ୱର ଅନ୍ୟ ସମସ୍ତ ଦେଶରେ କୋଭିଡ ସଂକ୍ରମଣରେ ବୃଦ୍ଧି ହୋଇଛି । ହେଲେ ଆଫ୍ରିକାରେ କରୋନା ସଂକ୍ରମଣ ୧୧ ପ୍ରତିଶତ କମ ହୋଇଛି ।
ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ ଆଦାନମ ଗେବ୍ରିୟେସସ କହିଛନ୍ତି ଗତ ସପ୍ତାହରେ କରୋନା ସଂକ୍ରମଣରେ ପ୍ରାୟ ଦେଢ କୋଟି ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏବେ ପର୍ଯ୍ୟନ୍ତ ଗୋଟିଏ ସପ୍ତାହରେ ହୋଇଥିବା ସଂକ୍ରମଣଠାରୁ ଏହା ସର୍ବାଧିକ । ତେବେ ଅଧିକାଂଶ ସଂକ୍ରମଣ ଓମିକ୍ରନ୍ ଭାରିଏଣ୍ଟ ଯୋଗୁୁ ହୋଇଥିବା ସେ କହିଛନ୍ତି । ଏବେ ଓମିକ୍ରନ୍ ଡେଲ୍ଟାର ସ୍ଥାନ ନେଇଛି । ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇ ସାରିଛନ୍ତି ଓ ଯେଉଁମାନେ ଟିକା ନେଇ ସାରିଛନ୍ତି ସେମାନେ ବି କରୋନାରେ ସଂକ୍ରମିତ ହେଉଥିବା ଡବ୍ଲୁଏଚଓ ମୁଖ୍ୟ ପ୍ରକାଶ କରିଛନ୍ତି । ତେବେ ଓମିକ୍ରନକୁ ହାଲୁକା ଭାବେ ନ ନେଇ କରୋନାର ସମସ୍ତ ନିୟମ ପାଳନ କରିବାକୁ ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ନ ନେଲେ ହରାଇବାକୁ ପଡିବ ଚାକିରି

ଓଟାୱା,୯ ।୯: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏୟାର ଲାଇନ୍ସ ପକ୍ଷରୁ ଚେତାବନୀ ଜାରି କରାଯାଇଛି । କମ୍ପାନୀ କହିଛି ଯେଉଁ କର୍ମଚାରୀମାନେ ଏପର୍ଯ୍ୟନ୍ତ କରୋନା...

ହ୍ବାଇଟ୍ ‌ହାଉସ୍‌ ଛାଡିବା ନେଇ ଟ୍ରମ୍ପଙ୍କ ମତ

ନ୍ୟୁୟର୍କ,୨୭।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ହାରିଯାଇଛନ୍ତି। ଜୋ ବାଇଡେନ୍‌ ଆମେରିକାର ଆଗାମୀ ରାଷ୍ଟ୍ରପତି ହେବା ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେ ଟ୍ରମ୍ପ...

ଗ୍ୟାସ ଲିକରେ ଗୁରୁତର ଆହତ ନେପାଳ ସାଂସଦ ଚନ୍ଦ୍ର ଭଣ୍ଡାରୀ ଚିକିତ୍ସା ପାଇଁ ଯିବେ ବିଦେଶ…

କାଠମାଣ୍ଡୁ,୧୬।୨ : ଏଲପିଜି ଗ୍ୟାସ ଲିକ ଯୋଗୁଁ ହୋଇଥିବା ବିସ୍ଫୋରଣରେ ନେପାଳର ସାଂସଦ ଚନ୍ଦ୍ର ଭଣ୍ଡାରୀ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ଚନ୍ଦ୍ର ଭଣ୍ଡାରୀଙ୍କ...

ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି...

ମୃତଦେହ ସଂସ୍କାର ପରେ ରିପୋର୍ଟ ଆସିଲା ପଜିଟିଭ୍‌

ବୁଗୁଡ଼ା,୧୨ା୭(ଡି.ଏନ୍‌.ଏ.)-ବୁଗୁଡ଼ା ବ୍ଲକ ପାଣିକେଶର ଗ୍ରାମର ବସନ୍ତ ନାୟକ (୪୨)ଙ୍କ ମୃତ୍ୟୁ ପରେ ରବିବାର ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା...

୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଦିଆଗଲା ପ୍ରୋତ୍ସାହନ ରାଶି

ଭଦ୍ରକ ଅଫିସ,୧୧।୪: ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲାର ୬୮,୯୮୦ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ...

୭ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ,୭ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବାବେଳେ ସୋମବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି। ୨୪ ଘଣ୍ଟା ମଧ୍ୟରେ ୨୪,୨୪୮ ନୂଆ...

ବେଡ୍‌ ପଡୁଛି ଖାଲି, ତୃତୀୟ ଲହରରେ ହସ୍ପିଟାଲ ଭର୍ତ୍ତିିଙ୍କ ସଂଖ୍ୟା କମ୍‌…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି। ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ବିଭିନ୍ନ ହସ୍ପିଟାଲରେ ବେଡ୍‌...

Advertisement
Archives

Model This Week