ବିଦେଶରେ ପ୍ରସ୍ତୁତ ହେବ କୋଭାକ୍ସିନ

ନୂଆଦିଲ୍ଲୀ, ୨୨।୫: ଭାରତରେ କୋଭିଡ୍‌ ଭାକ୍ସିନ ସଙ୍କଟ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ବିଦେଶରେ ଟିକା ଉତ୍ପାଦନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କୋଭାକ୍ସିନ ଉତ୍ପାଦନ ବଢ଼ାଇବା ପାଇଁ ଭାରତ ବାହାରେ ଏହାର ପ୍ରଡକ୍ସନ ସେଣ୍ଟର ପ୍ରତିଷ୍ଠା କରିବା ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଏହି କ୍ରମରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ନିକଟରେ ଉକ୍ତ ପ୍ରସଙ୍ଗ ଉପସ୍ଥାପନ କରାଯିବ। ସେହିପରି ମଡର୍ନା, ଜନ୍‌ସନ ଆଣ୍ଡ ଜନସନ୍‌ ଓ ଅନ୍ୟ ଟିକା ନିର୍ମାତାମାନଙ୍କୁ ଭାରତରେ ତୃତୀୟ ପକ୍ଷ ଉତ୍ପାଦନକାରୀଙ୍କୁ ପେଟେଣ୍ଟ ଆକ୍ଟ, ୧୯୭୦ ଅନୁଯାୟୀ ଲାଇସେନ୍ସ ଓ ଟିକା ଜ୍ଞାନକୌଶଳ ପ୍ରଦାନ ଲାଗି ଅନୁରୋଧ କରାଯିବ। ମେ’ ୧୮ରେ ହୋଇଥିତ୍ବା ଆନ୍ତଃମନ୍ତ୍ରଣାଳୟ ବୈଠକରେ ଏ ବିଷୟରେ ଆଲୋଚନା ହୋଇଛି। କୋଭିଶିଲ୍ଡ ନିର୍ମାତା ଆଷ୍ଟ୍ରାଜେନିକା ସହ ଆଲୋଚନା କରିବା ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟକୁ କୁହାଯାଇଛି। ମନ୍ତ୍ରଣାଳୟ ଏବଂ ବାୟୋଟେକ୍‌ନୋଲୋଜି ବିଭାଗ କଞ୍ଚାମାଲ କେଉଁଠୁ ଅଣାଯିବ ଏବଂ ତାହା କିଭଳି ଭାବେ ଯୋଗାଇ ଦିଆଯିବ, ସେନେଇ ଏକ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବେ। ଟିକା ଅଭାବକୁ ନେଇ ବିଭିନ୍ନ ରାଜ୍ୟ ଅଭିଯୋଗ କରିଆସୁଥିବାବେଳେ କେନ୍ଦ୍ର ସରକାର କୋଭାକ୍ସିନ ଉତ୍ପାଦନ ବଢ଼ାଇବା ପାଇଁ ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ପରେ ଲାଲୁଙ୍କୁ ଭେଟିଲେ ରାବିଡି ଦେବୀ

ରାଞ୍ଚି,୨୮।୧: ଦୀର୍ଘ ୨ ବର୍ଷ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି ସ୍ତ୍ରୀ ରାବିଡି ଦେବୀ। ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(ରିମ୍ସ)ରେ...

ରାଜ୍ୟରେ ୯,୦୦୮ କୋଭିଡ୍‌ ବେଡ୍‌

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହୁହୁ ବଢ଼ୁଛି। ଅନୁରୂପ ଭାବେ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ବେଡ୍‌ ଅଭାବ...

ଶ୍ରମିକ ଟ୍ରେନ୍‌ରେ ୯୦% ଯାତ୍ରୀଙ୍କୁ ଅନୁମତି

ନୂଆଦିଲ୍ଲୀ,୪ା୫(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକିଥିବା ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ରେଲଓ୍ବେ ପକ୍ଷରୁ ଶ୍ରମିକ ସ୍ପେଶିଆଲ୍‌ ଟ୍ରେନ୍‌ ଚଳାଚଳ କରୁଛି। ଏହି...

କରୋନା ସଂକ୍ରମଣରୁ ରକ୍ଷା କରିବନି ଏନ୍‌ ୯୫ ମାସ୍କ

ନୂଆଦିଲ୍ଲୀ,୨୧।୭: କରୋନା ଭାଇରସ ସଂକ୍ରମଣ ପରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ ଭାବେ ଏନ୍‌ ୯୫ ମାସ୍କ ପିନ୍ଧିବା ଭଲ ବୋଲି କୁହାଯାଇଥିଲା।...

‘ତ୍ୱରିତ ନ୍ୟାୟ ଲାଗି ଖାଲି ପଦବୀ ପୂରଣ ଜରୁରୀ’

ନୂଆଦିଲ୍ଲୀ,୧୬।୪: ନ୍ୟାୟ ପ୍ରଦାନରେ ଉନ୍ନତି ଆଣିବାକୁ ହେଲେ ବିଚାର ବିଭାଗରେ ରହିଥିବା ଖାଲିସ୍ଥାନ ପୂରଣ ହେବା ଜରୁରୀ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି....

ସୋରେନ ସରକାରଙ୍କୁ ଶାହାଙ୍କ ଖୋଲା ଚ୍ୟାଲେଞ୍ଜ: ନିର୍ବାଚନ ମଇଦାନରେ ହେବ ଲଢ଼େଇ…

ଦେଓଘର,୪।୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଦେଓଘରଠାରେ ଭାଜପାର ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରିବାବେଳେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କୁ...

ଭାଜପାରୁ ବହିଷ୍କୃତ ହେଲେ ଅଭିଯୁକ୍ତ ବିଧାୟକ କୁଲଦୀପ ସେନ୍‌ଗାର

ଲକ୍ଷ୍ନୌ,୧।୮: ଉନ୍ନାଓ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଭାଜପା ବିଧାୟକ କୁଲଦୀପ ସିଂ ସେନ୍‌ଗାରଙ୍କୁ ଭାଜପାରୁ ବହିଷ୍କାର କରାଯାଇଛି। ସୂଚନା ଅନୁଯାୟୀ, ଭାଜପାର ପ୍ରଦେଶ ଅଧ୍ୟକ୍ଷ...

କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ଲଢ଼େଇରେ ଭାରତ ଆମେରିକା ଏକଜୁଟ ହୋଇ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବେ। ଏନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଏବଂ ଆମେରିକାର ସେକ୍ରେଟାରୀ...

Advertisement
Archives

Model This Week