Posted inଜାତୀୟ

ଗିରଫ ନେତାଙ୍କୁ ଗୃହବନ୍ଦୀ ନିର୍ଦ୍ଦେଶ

କୋଲକାତା, ୨୨।୫: ନାରଦ ଷ୍ଟିଙ୍ଗ ଅପରେଶନ ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ କ୍ୟାବିନେଟର ଦୁଇ ମନ୍ତ୍ରୀ ଫିର୍‌ହାଦ ହକିମ ଏବଂ ସୁବ୍ରତ ମୁଖାର୍ଜୀଙ୍କ ସମେତ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଓ ଶୋଭନ ଚାଟାର୍ଜୀଙ୍କୁ ଗୃହବନ୍ଦୀ ରଖିବାକୁ କୋଲକାତା ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ନାରଦ ଷ୍ଟିଙ୍ଗ ଅପରେଶନ ଲାଞ୍ଚ କାରବାର ମାମଲାର ତଦନ୍ତ କରୁଥିବା ସିବିଆଇ ଗତ ସୋମବାର ଉକ୍ତ ନେତାମାନଙ୍କୁ ଗିରଫ କରିଥିଲା। ଦୁଇ ମନ୍ତ୍ରୀଙ୍କ ଗିରଫଦାରିକୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ୬ ଘଣ୍ଟା ଧାରଣା ଦେବା ସହ ଟିଏମ୍‌ସି କର୍ମୀମାନେ ସୁରକ୍ଷା ବଳ ଉପରେ ଡେଲାମାଡ଼ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଟିଏମ୍‌ସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହିଦିନ ସିବିଆଇର ସ୍ବତନ୍ତ୍ର ଅଦାଲତ ଉପରୋକ୍ତ ନେତାମାନଙ୍କୁ ଜାମିନ ମଞ୍ଜୁର କରିଥିଲେ। ଏହା ବିରୋଧରେ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ମାମଲାର ବିଚାର ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ଅନୁରୋଧ କରିଥିଲା। କିଛି ସମୟ ପରେ ହାଇକୋର୍ଟ ଟିଏମ୍‌ସି ନେତାମାନଙ୍କ ଜାମିନ ଆବେଦନ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ଗୃହବନ୍ଦୀ ନିର୍ଦ୍ଦେଶ ସ୍ଥଗିତ ରଖିବା ଲାଗି ଟିଏମ୍‌ସି ନେତାମାନଙ୍କ ଓକିଲ ଅଭିଷେକ ମନୁ ସିଂଘଭି କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଜଷ୍ଟିସ୍‌ ଅରିଜିତ ବାନାର୍ଜୀ ଟିଏମ୍‌ସି ନେତାମାନଙ୍କୁ ଜାମିନ ଦେବା ପାଇଁ ରାଜି ହୋଇଥିବାବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେନ୍ଦ୍ର ବିନ୍ଦଲ ଗୃହବନ୍ଦୀ ପାଇଁ ନିର୍ଦ୍ଦେଶ ଦେବା ସହ ଜାମିନ ଆବେଦନର ବିଚାର ପାଇଁ ୫ଜଣିଆ ଖଣ୍ଡପୀଠକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬୦ କୋଟିର ଡ୍ରଗ୍ସ ଜବତ: ୬ ଗିରଫ

ଗୁଆହାଟୀ, ୨୮ା୯: ଆସାମର କାଚର ଜିଲାରୁ ପୋଲିସ ୧୬୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ...

ଲମ୍ବା ଓ୍ବେଟିଂ ଲିଷ୍ଟ ଯୋଗୁ ଲୋକେ ଭୋଗୁଛନ୍ତି ଅସୁବିଧା, ୨୦୨୨-୨୩ ବର୍ଷରେ ଟିକେଟ କିଣିବା ସତ୍ତ୍ୱେ ୨.୭ କୋଟି ଯାତ୍ରାରୁ ବଞ୍ଚିତ: ଥରୁର…

ନୂଆଦିଲ୍ଲୀ,୩୦।୫ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ୱେଟିଂ ଲିଷ୍ଟ ଟ୍ରେନ ଟିକେଟ ନେଇ ସରକାରଙ୍କୁ ଘେରି ଛନ୍ତି। ମଙ୍ଗଳବାର ସେ କହିଛନ୍ତି ଆଜି...

୬ ରାଜ୍ୟର ୬ଟି ଗ୍ରୀନ୍‌ଜୋନ୍‌ ଉପରେ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ,୫।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ସେହିପରି ସଂକ୍ରମଣ ଆଧାରରେ...

ଦିନକୁ ୨୦୦ ଜଣଙ୍କ ସହ ଭାବ ବିନିମୟ କରୁଛନ୍ତି ମୋଦି

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ଭାଇରସ୍‌ ବିରୋଧରେ ଭାରତର ଲଢ଼େଇ ସମ୍ପର୍କରେ ମତାମତ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବେ ଦେଶବାସୀଙ୍କ ସହ ଯୋଗାଯୋଗ କରୁଛନ୍ତି।...

ଉଭୟ ପକ୍ଷ ସତ ଲୁଚାଉଛନ୍ତି

ନୂଆଦିଲ୍ଲୀ/ବେଜିଂ,୧୭ା୬: ଗଲଓ୍ବାନ ଉପତ୍ୟକାରେ ସୋମବାର ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର...

ମଦ୍ରାସାରେ ପୂଜାର୍ଚ୍ଚନା: ୯ ଜଣଙ୍କ ନାମରେ ଥାନାରେ ମାମଲା

ବେଙ୍ଗାଲୁରୁ,୭।୧୦: କର୍ନାଟକର ବିଦର ଜିଲାରେ କିଛି ଲୋକ ମହମ୍ମଦ ଗଓ୍ବାନ ମଦ୍ରାସାରେ ପୂଜାର୍ଚ୍ଚନା କରିବା ଘଟଣାରେ ୯ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।...

ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଲେ ମୋଦି

ଉତ୍ତରାଖଣ୍ଡ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଦର୍ଶନ କରିବା ପରେ ରବିବାର ସକାଳୁ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଛନ୍ତି। ମନ୍ଦିରରେ ପୂଜା ସାରି...

ରାତାରାତି ମାଲାମାଲ୍‌ ହୋଇଗଲେ ଗ୍ରାମବାସୀ, ଜାଣନ୍ତୁ କିପରି…

ସୁନାକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଦୁର୍ବଳତା ରହିଛି। ମାତ୍ର ବଜାରରେ ସୂନାର ମୂଲ୍ୟ ଯାହା ହେଲାଣି ତାହାକୁ କିଣିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର...

Advertisement
Archives

Model This Week