Posted inଜାତୀୟ

‘କୋର୍ଟରେ ସମୟ ନଷ୍ଟ ନ କରି ମହାମାରୀର ଉପଶମ ଖୋଜ’

ନୂଆଦିଲ୍ଲୀ, ୩।୬ : ଏଲୋପାଥି ଔଷଧ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରାମଦେବଙ୍କ ବିରୋଧରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଥିଲା ଦିଲ୍ଲୀ ମେଡିକାଲ ଆସୋସିଏଶନ (ଡିଏମ୍‌ଏ)। ଗୁରୁବାର ଏହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାମଦେବଙ୍କୁ ସମନ ପଠାଇଛନ୍ତି। ତେବେ ଯୋଗଗୁରୁଙ୍କୁ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟରୁ ଦୂରେଇ ରହିବାକୁ ଡିଏମ୍‌ଏ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ଏହାକୁ ଖାରଜ କରି ଦିଆଯାଇଛି।

ଡିଏମ୍‌ଏକୁ ସମାଲୋଚନା କରି ହାଇକୋର୍ଟ କହିଛନ୍ତି, କୋର୍ଟରେ ସମୟ ନଷ୍ଟ କରିବା ବଦଳରେ କରୋନା ମହାମାରୀରୁ ଉପଶମର ବାଟ ଖୋଜିବା ଦରକାର।

କୋର୍ଟଙ୍କ ଏଭଳି ମନ୍ତବ୍ୟ ଉପରେ ଡିଏମ୍‌ଏ ପ୍ରଶ୍ନ ଉଠାଇଥିଲା। ” ରାମଦେବଙ୍କ ମନ୍ତବ୍ୟ ଡିଏମ୍‌ଏର ସଦସ୍ୟଙ୍କୁ ପ୍ରଭାବିତ କରୁଛି। ସେ ଏଲୋପାଥିକୁ ଦେବାଳିଆ ବିଜ୍ଞାନ କହୁଛନ୍ତି। କୋଭିଡ୍‌ ଉପରେ କରୋନିଲ କାମ ଦେଉଥିବା ରାମଦେବ ମିଛ ଦାବି କରୁଛନ୍ତି। ଏପରି କି କରୋନିଲର ପ୍ରଚାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଇତି ମଧ୍ୟରେ ୨୫୦ କୋଟି ଟଙ୍କାର କରୋନିଲ ବିକ୍ରି କରି ଦେଇଛନ୍ତି “ ବୋଲି ଡିଏମ୍‌ଏ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ କହିଥିଲେ।

ଯଦି ପତଞ୍ଜଳି ନିୟମ ଭାଙ୍ଗିଛି, ତେବେ ସରକାର ପଦକ୍ଷେପ ନେବେ। ତୁମେ କାହିଁକି ମଶାଲ ଧରି ଚାଲିଛ। ଏଲୋପାଥି ଉପରେ ରାମଦେବଙ୍କ ବିଶ୍ୱାସ ନାହିଁ। ଯୋଗ ଓ ଆୟୁର୍ବେଦ ଦ୍ୱାରା ସବୁ ପ୍ରକାର ରୋଗର ଉପଶମ ହୋଇପାରିବ ବୋଲି ସେ ବିଶ୍ୱାସ କରନ୍ତି। ସେ ଭୁଲ କିମ୍ବା ଠିକ୍‌ ଥାଇ ପାରନ୍ତି, କିନ୍ତୁ କୋର୍ଟ କୋରନିଲ ଦ୍ୱାରା ଉପଶମ ମିଳିବ କି ନାହିଁ କହିପାରିବ ନାହିଁ। ଏହା ମେଡିକାଲ ବିଶେଷଜ୍ଞ କହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri