ସହାୟତା ଅପେକ୍ଷାରେ ପକ୍ଷାଘାତ ପୀଡ଼ିତ ଦମ୍ପତି

ପୋଲସରା,୧୦ା୪: ଗରିବ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର। ହେଲେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଉଛନ୍ତି ମଦନଙ୍କ ପରିବାର। ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ୱାର୍ଡ ବାଲିଘାଇ ଗ୍ରାମରେ ବସବାସ କରନ୍ତି ମଦନ ଗୌଡଙ୍କ ପରିବାର। ପରିବାର କହିଲେ ୭ ଜଣ। ମଦନ ତଳ ଦିନେ ଦିନ ମଜୁରିଆ ଭାବେ କାମ କଲେ ଚଳୁଥିଲା ପରିବାର। ଏବେ କାମ କରିବାକୁ ସକ୍ଷମ ହେଉ ନାହାଁନ୍ତି ମଦନ। ୭ ବର୍ଷ ହେଲା ମଦନ ଓ ତାଙ୍କ ସ୍ତ୍ରୀ ଝୁନୁ ଉଭୟ ଏବେ ପାରାଲିସ ରୋଗରେ ପୀଡିତ। ସାନ ଝିଅ କୁନି ଅନ୍ଧ। ବଡ଼ ଝିଅ ଅନିତା ଯାହା କାମ କରେ ସେତିକିରେ ଚଳେ ପରିବାର। ଓଳିଏ ଖାଇଲେ ଆଉ ଓଳିଏ ଭୋକ ଉପାସରେ ବିତେ ଜୀବନ। ହେଲେ ବୃଦ୍ଧ ଦମ୍ପତିଙ୍କ ଚିକିତ୍ସା ଲାଗି ନାହିଁ ପାଖରେ ଟଙ୍କା। ଯାହା ଥିଲା ବିକି ଭାକି ଚିକିତ୍ସା କରାଇଲେ। କିନ୍ତୁ ଏବେ ଆଉ ଚିକିତ୍ସା କରି ପାରୁନାହାନ୍ତି। ଅନ୍ୟପଟେ ଏହି ଅସହାୟ ଗରିବ ପରିବାରକୁ ମିଳି ପାରିଲା ନାହିଁ ବିଜୁ ସ୍ବାସ୍ଥ୍ୟ କାର୍ଡ ଖଣ୍ଡେ। କୁନି ପଢ଼ିବାକୁ ଆଶା କରିଥିଲେ ମଧ୍ୟ ପାଖରେ ଟଙ୍କା ନଥିବାରୁ ତାହା ବାଧକ ସାଜୁଛି। କେବଳ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଏହି ଅସହାୟ ପରିବାର। ଯଦି ସରକାରୀ ଚିକିତ୍ସା ମିଳି ପାରନ୍ତା ତା’ହେଲେ ଭଲ ହୋଇ କାମ କରି ପରିବାରକୁ ଦୁଇ ମୁଠା ଖାଇବାକୁ ଦେଇପାରିଥାନ୍ତି ବୋଲି ମଦନ କୋହଭରା କଣ୍ଠରେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri