ଜମିବାଡ଼ି ବିବାଦକୁ ନେଇ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ଲହୁଲୁହାଣ, ୨ ଗୁରୁତର

ପରଜଙ୍ଗ୪।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁରେ ଜମି ବାଡ଼ି ବିବାଦକୁ ନେଇ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ଲହୁଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଦମ୍ପତି ହେଉଛନ୍ତି ସିଆରିମାଳିଆ ଗାଁର ଗୁରୁ ନାଏକ ଏବଂ ସ୍ତ୍ରୀ ରଞ୍ଜିତା ନାଏକ। ରଞ୍ଜିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଗାଁରେ ଘରଡିହ ବିବାଦକୁ ନେଇ ବଟିଆ ନାଏକଙ୍କ ପରିବାର ସହିତ ଗୁରୁଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା। ଯାହା ରକ୍ତପାତର ରୂପ ଧାରଣ କରିଥିଲା। ଏ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ

ରାୟଗଡ଼ା,୧୭ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଉପକଣ୍ଠସ୍ଥ ବାଇସିଂ ପଞ୍ଚାୟତ ଧୁମାଗୁଡ଼ା ଗ୍ରାମ ନିକଟସ୍ଥ ରାସ୍ତାକଡ଼ରେ ଥିବା ଏକ ଛୋଟ ପାହାଡ଼ ଟାପୁ ଉପରେ ଏକ...

ନିଜପାଇଁ ନିଜେ ନାରୀ ସୁରକ୍ଷା ଉପରେ…

ଜି ଉଦୟଗିରି ୧୭/୧( ଶିଶିର ପଟ୍ଟନାୟକ ) ଜି ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ ଦିନଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ...

ଶିଳାନ୍ୟାସରେ ଅଟକିଛି ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ସ୍ବପ୍ନ ହୋଇ ରହିଛି। ୧୯୯୩ରେ ଏହି ଜିଲା ପ୍ରତିଷ୍ଠା ହୋଇଥିଲେ ମଧ୍ୟ...

ଆଇଜି ଅଫିସରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ସମ୍ବଲପୁର,୧୭।୧(ପ୍ରମୋଦ ବହିଦାର): ବରଗଡ଼଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀଙ୍କୁ ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା...

ମୁଁ କଳାହାଣ୍ଡିର ଋଣ ପରିଶୋଧ କରିବି: ସୁରେଶ ପୂଜାରୀ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ଦ୍ୱିତୀୟ ସନ୍ଧ୍ୟା, କଳାହାଣ୍ଡି ଲୋକଙ୍କ ଅବଦାନ ରାଜ୍ୟରେ ଅତୁଳନୀୟ

ଭବାନୀପାଟଣା,୧୭।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଛି।...

ଟୋକନ ଅବଧି ସରିଲା, ଧାନ ବିକିବାକୁ ଚିନ୍ତାରେ ଚାଷୀ

ସଇଁତଲା,୧୭ା୧(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଧରବଗଡ଼ ପଞ୍ଚାୟତ ଅଞ୍ଚଳର ଚାଷୀମାନେ ଧାନ ବିକ୍ରୟ କରି ନ ପାରି ଚିନ୍ତାରେ ଅଛନ୍ତି। ଅଧିକାଂଶ...

ସୁନାବେଡ଼ାକୁ ବ୍ଲକ୍‌ କରି ମିଛାପାଲିଠାରେ କାର୍ଯ୍ୟାଳୟ ସ୍ଥାପନ ଦାବି

ନୂଆପଡ଼ା,୧୭।୧(ମକାରୁ ବେମାଲ)-ନୂଆପଡ଼ା ଜିଲା କୋମନା ବ୍ଲକ୍‌କୁ ବିଭାଜନ କରି ସୁନାବେଡ଼ାଠାରେ ନୂତନ ଅନୁନ୍ନତ ଆଦିବାସୀ ପଞ୍ଚାୟତ ସମିତି (ବ୍ଲକ୍‌) ଗଠନକରି ମିଛାପାଲିଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ...

ମିଥ୍ୟା ବିଜ୍ଞାପନ ପାଇଁ ପାର୍ଲେ କମ୍ପାନୀକୁ ଅର୍ଥଦଣ୍ଡ

ଖୋର୍ଦ୍ଧା,୧୭ା୧(ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ବିଜ୍ଞାପନ ଦେଇ ଖାଦ୍ୟ ଉପତ୍ାଦ ବିକ୍ରି ଅଭିଯୋଗରେ ବିସ୍କୁଟ କମ୍ପାନୀ ‘ପାର୍ଲେ’ ଅଧିକୃତ ସଂସ୍ଥା ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷ, ଡିଷ୍ଟ୍ରିବ୍ୟୁଟରଙ୍କୁ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri