ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢ଼େ ୪ ଲକ୍ଷ ଠକେଇ ଅଭିଯୋଗ: ଦମ୍ପତି ଗିରଫ

ବଡ଼ବିଲ,୬ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗରରେ ଭଡ଼ା ଘରେ ରହୁଥିବା ପୂର୍ଣ୍ଣମାସୀ ଦଳେଇ ନାମକ ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କ ଆକାଉଣ୍ଟରୁ ସାଢେ ୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ତଥା ଦମ୍ପତିଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ସମସ୍ତ ଟଙ୍କା ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏଥିସହ ପୋଲିସ ଅଭିଯୁକ୍ତ ଦ୍ୱୟଙ୍କ ନିକଟରୁ ଦୁଇଟି ମୋବାଇଲ ଜବତ କରିଥିବା ଜଣାପଡ଼ିଛି। ଗିରଫ ଦମ୍ପତି ହେଲେ କଳିଙ୍ଗନଗର ନ୍ୟୁ କଲୋନୀ ଅଞ୍ଚଳର ସ୍ତ୍ରୀ-ଭାଗ୍ୟଲକ୍ଷ୍ମୀ ଜେନା ଏବଂ ସ୍ବାମୀ-ଅବିନାଶ କର୍ମକାର।

ପ୍ରାପ୍ତ ସୂଚନାନୁଯାୟୀ, କଳିଙ୍ଗନଗର ନ୍ୟୁ କଲୋନୀରେ ପୂର୍ଣ୍ଣମାସୀ ଦଳେଇ ଭଡ଼ା ସୂତ୍ରରେ ରହୁଥିଲେ। ଗତ ୨ ତାରିଖ ଶନିବାର ପୂର୍ଣ୍ଣମାସୀ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଅପଡେଟ କରିବାରୁ ତାଙ୍କ ଆକାଉଣ୍ଟରୁ ତା’ ୨୦.୦୧.୨୦୨୪ରିଖ ଠାରୁ ତା୦୨.୦୩.୨୦୨୪ ରିଖ ମଧ୍ୟରେ ଏକାଧିକବାର ଟ୍ରାଞ୍ଜାକ୍ସନ ହୋଇ ମୋଟ ସାଢ଼େ ୪ ଲକ୍ଷ ଟଙ୍କା ଅନ୍ୟ ଆକାଉଣ୍ଟକୁ ଯାଇଥିବା ଜାଣିବାକୁ ପାଇଥିଲେ। ଏଥିରୁ ସେ ବ୍ୟାଙ୍କ ଆକାଉଣ୍ଟରୁ ଠକେଇ ହୋଇଥିବା ଜାଣିବାକୁ ପାଇ ତୁରନ୍ତ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଡ଼ବିଲ ପୋଲିସ ଏ ନେଇ କେସ୍‌ ନଂ ୧୦୩/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ବେଳେ ଆସାମ ଏବଂ ରାଜସ୍ଥାନର ଦୁଇଟି ଆକାଉଣ୍ଟକୁ ଉକ୍ତ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା। ପୁଣି ସେହି ଆକାଉଣ୍ଟଗୁଡ଼ିକରୁ ପୂର୍ଣ୍ଣମାସୀ ଭଡ଼ାରେ ରହୁଥିବା ଗୃହମାଲିକଙ୍କ ଝିଅ ଭାଗ୍ୟଲକ୍ଷ୍ମୀ ଏବଂ ଜ୍ୱାଇଁ ଅବିନାଶ କର୍ମକାରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା। ପୋଲିସ ଅଭିଯୁକ୍ତ ଦ୍ୱୟଙ୍କ ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ଦୋଷ ସ୍ବୀକାର କରିଥିବା ପୋଲିସ କହିଛି। ତେବେ ଠକେଇ ହୋଇଥିବା ସମସ୍ତ ଟଙ୍କା ଉଦ୍ଧାର କରିବାକୁ ପୋଲିସ ସକ୍ଷମ ହୋଇଥିବା ବେଳେ ଅଭିଯୁକ୍ତ ଦ୍ୱୟଙ୍କର ଦୁଇଟି ମୋବାଇଲକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି। ଏ ନେଇ ବୁଧବାର ସନ୍ଧ୍ୟାରେ ବଡ଼ବିଲ ଏସ୍‌ଡିପିଓ ପ୍ରିୟରଞ୍ଜନ ଛୋଟରାୟ ପ୍ରେସ୍‌ ବିବୃତି ଦେଇ କହିଛନ୍ତି ଯେ, ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଏହି ଘଟଣାର ତଦନ୍ତ ଏବେବି ଜାରି ରହିଛି। ଟଙ୍କା ଟ୍ରାନ୍ସଫର ହୋଇଥିବା ଆକାଉଣ୍ଟ ଦ୍ୱୟ କାହାର ତାହା ତଦନ୍ତାଧିନ ରହିଛି। ପ୍ରେସ ବିବୃତି ସମୟରେ ବଡ଼ବିଲ ଥାନା ଇନ୍ସପେକ୍ଟର ରମାକାନ୍ତ ମୁଦୁଲି ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?