ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢ଼େ ୪ ଲକ୍ଷ ଠକେଇ ଅଭିଯୋଗ: ଦମ୍ପତି ଗିରଫ

ବଡ଼ବିଲ,୬ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗରରେ ଭଡ଼ା ଘରେ ରହୁଥିବା ପୂର୍ଣ୍ଣମାସୀ ଦଳେଇ ନାମକ ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କ ଆକାଉଣ୍ଟରୁ ସାଢେ ୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ତଥା ଦମ୍ପତିଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ସମସ୍ତ ଟଙ୍କା ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏଥିସହ ପୋଲିସ ଅଭିଯୁକ୍ତ ଦ୍ୱୟଙ୍କ ନିକଟରୁ ଦୁଇଟି ମୋବାଇଲ ଜବତ କରିଥିବା ଜଣାପଡ଼ିଛି। ଗିରଫ ଦମ୍ପତି ହେଲେ କଳିଙ୍ଗନଗର ନ୍ୟୁ କଲୋନୀ ଅଞ୍ଚଳର ସ୍ତ୍ରୀ-ଭାଗ୍ୟଲକ୍ଷ୍ମୀ ଜେନା ଏବଂ ସ୍ବାମୀ-ଅବିନାଶ କର୍ମକାର।

ପ୍ରାପ୍ତ ସୂଚନାନୁଯାୟୀ, କଳିଙ୍ଗନଗର ନ୍ୟୁ କଲୋନୀରେ ପୂର୍ଣ୍ଣମାସୀ ଦଳେଇ ଭଡ଼ା ସୂତ୍ରରେ ରହୁଥିଲେ। ଗତ ୨ ତାରିଖ ଶନିବାର ପୂର୍ଣ୍ଣମାସୀ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଅପଡେଟ କରିବାରୁ ତାଙ୍କ ଆକାଉଣ୍ଟରୁ ତା’ ୨୦.୦୧.୨୦୨୪ରିଖ ଠାରୁ ତା୦୨.୦୩.୨୦୨୪ ରିଖ ମଧ୍ୟରେ ଏକାଧିକବାର ଟ୍ରାଞ୍ଜାକ୍ସନ ହୋଇ ମୋଟ ସାଢ଼େ ୪ ଲକ୍ଷ ଟଙ୍କା ଅନ୍ୟ ଆକାଉଣ୍ଟକୁ ଯାଇଥିବା ଜାଣିବାକୁ ପାଇଥିଲେ। ଏଥିରୁ ସେ ବ୍ୟାଙ୍କ ଆକାଉଣ୍ଟରୁ ଠକେଇ ହୋଇଥିବା ଜାଣିବାକୁ ପାଇ ତୁରନ୍ତ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଡ଼ବିଲ ପୋଲିସ ଏ ନେଇ କେସ୍‌ ନଂ ୧୦୩/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ବେଳେ ଆସାମ ଏବଂ ରାଜସ୍ଥାନର ଦୁଇଟି ଆକାଉଣ୍ଟକୁ ଉକ୍ତ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା। ପୁଣି ସେହି ଆକାଉଣ୍ଟଗୁଡ଼ିକରୁ ପୂର୍ଣ୍ଣମାସୀ ଭଡ଼ାରେ ରହୁଥିବା ଗୃହମାଲିକଙ୍କ ଝିଅ ଭାଗ୍ୟଲକ୍ଷ୍ମୀ ଏବଂ ଜ୍ୱାଇଁ ଅବିନାଶ କର୍ମକାରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା। ପୋଲିସ ଅଭିଯୁକ୍ତ ଦ୍ୱୟଙ୍କ ଥାନାକୁ ଆଣି ପଚରାଉଚରା କରିବାରୁ ସେମାନେ ଦୋଷ ସ୍ବୀକାର କରିଥିବା ପୋଲିସ କହିଛି। ତେବେ ଠକେଇ ହୋଇଥିବା ସମସ୍ତ ଟଙ୍କା ଉଦ୍ଧାର କରିବାକୁ ପୋଲିସ ସକ୍ଷମ ହୋଇଥିବା ବେଳେ ଅଭିଯୁକ୍ତ ଦ୍ୱୟଙ୍କର ଦୁଇଟି ମୋବାଇଲକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି। ଏ ନେଇ ବୁଧବାର ସନ୍ଧ୍ୟାରେ ବଡ଼ବିଲ ଏସ୍‌ଡିପିଓ ପ୍ରିୟରଞ୍ଜନ ଛୋଟରାୟ ପ୍ରେସ୍‌ ବିବୃତି ଦେଇ କହିଛନ୍ତି ଯେ, ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଏହି ଘଟଣାର ତଦନ୍ତ ଏବେବି ଜାରି ରହିଛି। ଟଙ୍କା ଟ୍ରାନ୍ସଫର ହୋଇଥିବା ଆକାଉଣ୍ଟ ଦ୍ୱୟ କାହାର ତାହା ତଦନ୍ତାଧିନ ରହିଛି। ପ୍ରେସ ବିବୃତି ସମୟରେ ବଡ଼ବିଲ ଥାନା ଇନ୍ସପେକ୍ଟର ରମାକାନ୍ତ ମୁଦୁଲି ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri