Posted inଖେଳ

୨୭୮ ବଲ୍‌ ୩୭ ରନ୍‌ର ଇନିଂସ ଖେଳିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌, ତଥାପି ଦୁନିଆ କରୁଛି ସଲାମ୍‌

କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ହାସିମ ଆମଲା ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ସବୁଠାରୁ ଧୀମା ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ଯୋଗୁଁ ସରେ କାଉଣ୍ଟି ଚାମ୍ପିଅନସିପରେ ହାମ୍ପସାୟର୍‌ ବିପକ୍ଷରେ ମ୍ୟାଚ ଡ୍ର କରିଥିଲେ। ଦି ରୋଜ ବୋଲ୍‌ ଗ୍ରାଉଣ୍ଡରେ ଦିନସାରା ବ୍ୟାଟିଂ କରି ଆମଲା ୨୭୮ ବଲରୁ ମାତ୍ର ୩୭ ରନରେ ଅପରାଜିତ ରହିଥିଲେ। ଦିନର ଖେଳ ଶେଷରେ ତାଙ୍କ ଦଳ ସରେ ୧୨୮ ରନ ସଂଗ୍ରହ କରିଥିଲା। ଆମଲାଙ୍କ ଅପରାଜିତ ୩୭ କେବଳ ଦଳକୁ ପରାଜୟରୁ ରକ୍ଷା କରିବାରେ ସାହାଯ୍ୟ କରି ନ ଥିଲା, ବରଂ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ମଧ୍ୟ ରେକର୍ଡ ସୃଷ୍ଟି ହୋଇଥିଲା। ସେ ୨୭୮ ବଲର ସମ୍ମୁଖୀନ ହୋଇଥିଲେ, ପ୍ରଥମ ଶ୍ରେଣୀ କ୍ରିକେଟରେ ୪୦ରୁ କମ ସ୍କୋରରେ, ଜଣେ ବ୍ୟାଟ୍ସମ୍ୟାନ ଖେଳିଥିବା ସର୍ବାଧିକ ବଲ।
ଡାହାଣହାତୀ ବ୍ୟାଟ୍ସମ୍ୟାନ ଆମଲା ୬ ବର୍ଷ ପୂର୍ବେ ଭାରତ ବିପକ୍ଷରେ ୨୪୪ ବଲରେ ମାତ୍ର ୨୫ରନ ସଂଗ୍ରହ କରିଥିଲେ। ଏହି ସମୟରେ, ସେ ଅନ୍ୟ ପଟରୁ ଏବି ଡି ଭିଲିୟର୍ସଙ୍କ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ଏହା ପରେ ଡି ଭିଲିୟର୍ସ ୨୯୭ ବଲରୁ ୪୩ ରନ ସ୍କୋର କରି ଦକ୍ଷିଣ ଆଫ୍ରିକାକୁ ପରାଜୟରୁ ରକ୍ଷା କରିଥିଲେ। ଷ୍ଟମ୍ପ ପରେ ଆମଲା କହିଛନ୍ତି ଯେ, ମୁଁ ମୋର ଇନିଂସକୁ ବହୁତ ଉପଭୋଗ କରିଛି। ଆମେ ଯୋଜନା କରିଥିଲୁ ଯେ ଆମେ ଯଥାସମ୍ଭବ ବଲ ଖେଳିବୁ। ଆମେ ଜାଣି ନ ଥିଲୁ ଯେ ମ୍ୟାଚର ଏହି ଫଳାଫଳ ବାହାରକୁ ଆସିବ। କିନ୍ତୁ ଆମେ ଆମର ପ୍ରଦର୍ଶନକୁ ନେଇ ଖୁସି। ଆମଲା ତାଙ୍କର ପ୍ରଥମ ୧୦୦ ବଲରେ ମାତ୍ର ୩ ରନ ସଂଗ୍ରହ କରିଥିଲେ। ଆମଲାଙ୍କ ଏହି ଇନିଂସକୁ ସାରା ବିଶ୍ୱରେ ମଧ୍ୟ ସଲାମ କରାଯାଉଛି। କାରଣ ଆମଲା ଦଳକୁ ପରାଜୟ ସ୍ଥିତିରୁ ରକ୍ଷା କରି ଏଭଳି ଇନିଂସ ଖେଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri