Posted inଫୁରସତ

ଏମିତି ଦେଶ, ଯେଉଁଠି ଏକା ସମୟରେ ଖରା ସାଙ୍ଗକୁ ହୁଏ ବର୍ଷା

ଜୁନ୍‌-ଜୁଲାଇରେ ଅନେକ ଥଣ୍ଡା ଦେଶରେ ମଧ୍ୟ ପ୍ରବଳ ଉତ୍ତାପ ହୋଇଥିବା ରେକର୍ଡ ରହିଛି। କାନାଡା କଥା ଯଦି କହିବା ତେବେ ଏଠାରେ ତାପମାତ୍ରା ୫୦ ଡିଗ୍ରୀରେ ପହଞ୍ଚିଛି। କେବଳ ଏତିକି ନୁହେଁ, ଏଠାରେ ଅତ୍ୟଧିକ ତାପମାତ୍ରା ଯୋଗୁ ଅନେକ ଲୋକ ପ୍ରାଣ ବି ହରାଇଛନ୍ତି। ଅଧିକ ଥଣ୍ଡା ଅଞ୍ଚଳ ସାଇବେରିଆ ସମେତ ରୁଷିଆର ଅନେକ ସ୍ଥାନରେ ମଧ୍ୟ ଏପରି ଘଟିଛି। ଏହି ଅଞ୍ଚଳଗୁଡ଼ିକର ପରିସ୍ଥିତି ଆମ ଦେଶ ଭାରତର ଗରମ ରାଜ୍ୟ ପରି ହୋଇଛି। କିନ୍ତୁ ଏମିତି କିଛି ଦେଶ ଅଛି, ଯେଉଁଠାରେ ସମସ୍ତ ପ୍ରକାର ପାଗ ଦେଖାଯାଏ। କେତେକ ଅଞ୍ଚଳରେ ଏକାସାଙ୍ଗରେ ଖରା ଏବଂ ବର୍ଷା ହୋଇଥାଏ।

ଏମିତି ଏକ ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ। ଏଠାରେ ସମସ୍ତ ପ୍ରକାର ପାଗ ଦେଖିବାକୁ ମିଳେ। ଏହା ଏପରି ଏକ ଦେଶ ଯେଉଁଠି ଲୋକେ ତୁଷାରପାତକୁ ପସନ୍ଦ କରନ୍ତି। ଓ୍ବାଟର ସ୍କାଏକିଂକୁ ମଧ୍ୟ ପସନ୍ଦ କରନ୍ତି। ଏଠାରେ ବିଭିନ୍ନ ପର୍ବତ ଏବଂ ଘଞ୍ଚ ଜଙ୍ଗଲକୁ ନେଇ ଏକ ଜାତୀୟ ଉଦ୍ୟାନ ଅଛି। ସ୍ବତନ୍ତ୍ର ପ୍ରାକୃତିକ ଗଠନ ହେତୁ ଏଠାରେ ପାଗ ମଧ୍ୟ ଭିନ୍ନ। ଯେପରିକି ଉତ୍ତର ଭାଗରେ ଗ୍ରୀଷ୍ମ, ପଶ୍ଚିମ ଭାଗରେ ପର୍ବତ ହେତୁ ଶୀତ ଏବଂ ବର୍ଷା ହୋଇଥାଏ। ସେହିପରି ସ୍ପେନ୍‌ର ତିନି ପାର୍ଶ୍ୱରେ ସମୁଦ୍ର ରହିଛି। ଆଧୁନିକତା ସହିତ ଏହି ଦେଶରେ ଥିବା ଦ୍ୱୀପର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା। ଏଠାରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ୨୪ ଡିଗ୍ରୀ ରହୁଥିବା ବେଳେ ଶୀତ ଦିନରେ ୧୫ ଡିଗ୍ରୀ ରହିଥାଏ। ଏପରି ଆଉ ଏକ ଦେଶ ହେଉଛି ଇଟାଲୀ। ଏଠାରେ ବିବିଧତା ଦେଖିବାକୁ ମିଳିଥାଏ। ଏଠାରେ ଅଧିକାଂଶ ପାହାଡ଼ ରହିଛି। ପାଣିପାଗ କଥା ଯଦି ହିସାବ କରିବା ତେବେ ଏହା ଦୁନିଆର ସବୁଠୁ ଭଲ ଦେଶ ବୋଲି ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri