ଯୋଡ଼ାରେ ଜାଲ ନୋଟ କାରବାର

ଯୋଡ଼ା, ୧୯।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ରାସ୍ତାରେ ପୌରପାଳିକା କମ୍ପ୍ଲେକ୍ସରେ ଜଣେ ମାଛ ବ୍ୟବସାୟୀଙ୍କୁ ଜାଲ ନୋଟ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶନିବାର ଅପରାହ୍ନରେ ପୌରପାଳିକା କମ୍ପ୍ଲେକ୍ସରେ ମାଛ ବ୍ୟବସାୟୀ ସୁକାନ୍ତ କୁମାର ବାନାଙ୍କୁ ରବିବାର ୨୦୦ଟଙ୍କାର ମାଛ ନେବେ ବୋଲି ଜଣେ ବ୍ୟକ୍ତି ଗୋଟିଏ ୫୦୦ଟଙ୍କିଆ ନୋଟ ଦେଇଥିଲେ। ସୁକାନ୍ତ ତାଙ୍କୁ ୩୦୦ଟଙ୍କା ଫେରାଇଦେଇଥିଲେ। ମାତ୍ର ସେ ସେଠାରୁ ଗଲାପରେ ଦେଇଥିବା ୫୦୦ଟଙ୍କିଆ ନୋଟଟି ଜାଲ ବୋଲି ଜାଣିବାକୁ ପାଇ ଉକ୍ତ ବ୍ୟକ୍ତିଙ୍କୁ ଫୋନ କରି ଡକାଇଥିଲେ ଏବଂ ତାଙ୍କ ମନିପର୍ସ ଯାଞ୍ଚ କରିବାରୁ ଆଉ ୪ଟି ୫୦୦ଟଙ୍କିଆ ନୋଟ ମଧ୍ୟ ଜାଲ ଥିବା ଜଣାପଡିଥିଲା। ଏହାପରେ ମାଛ ବ୍ୟବସାୟୀ ସୁକାନ୍ତ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ତେବେ ଖବର ଲେଖାହେବାବେଳକୁ ପୋଲିସ କୌଣସି ମାମଲା ରୁଜୁ କରି ନ ଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଆରମ୍ଭ ହେଲା ମା’ ତାରିଣୀଙ୍କ ଚଇତି ପର୍ବ

ଘଟଗାଁ,୯।୪(ସ୍ବ.ପ୍ର.): ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ । କରୋନା କଟକଣା ଭିତରେ ଚଳିତବର୍ଷ ଏହି ପର୍ବ ପାଳନ...

କୂଅରେ ପଡି ୨ ବର୍ଷ ଶିଶୁର ଜୀବନ ଗଲା

ପାଟଣା, ୯ା୩(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ସକାଳେ ଟୁନା ମୁଣ୍ଡାଙ୍କ ୨ ବର୍ଷର ପୁଅ ଜଗା...

ମଉଳିଲା ରଜ ଉତ୍ସବ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ଆଉ ଶୁଭିବ ନାହିଁ ରଜ ଗୀତ ଓ ଦୋଳିର କଟମଟ ଶବ୍ଦ। କାଂ ଭା ଦେଖିବାକୁ ମିଳିବ ଦୋଳି। କିନ୍ତୁ ପୂର୍ବଭଳି ରଜ ମହୋତ୍ସବ,...

୪୦ ୟୁନିଟ୍‌ ରକ୍ତ ସଂଗ୍ରହ

ତେଲକୋଇ, ୨୮ା୪(ଡି.ଏନ.ଏ.)-ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ପିଟାନାଳୀ ଆଦର୍ଶ ବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ଫ୍ୟାମିଲ ୱେଲଫେୟାର ବିଭାଗ...

ମଣ୍ଡିରେ ଭିଜିଲା ଧାନ

କେନ୍ଦୁଝର, ୫।୧ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଚାଷୀଙ୍କଠାରୁ ଧାନ କିଣା ଚାଲିଛି। ଚାଷୀମାନେ ଧାନ ଓ ଟୋକନ ଧରି ମଣ୍ଡି ଆଗରେ ଅପେକ୍ଷା କରି ରହିଛନ୍ତି।...

ଟୁସୁ ପର୍ବରେ ଶତାଧିକ ଗାଁ ଉତ୍ସବମୁଖର

କେନ୍ଦୁଝର, ୯ା୧ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ କୁଡୁମୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଶତାଧିକ ଗାଁ ପ୍ରସିଦ୍ଧ ଟୁସୁ ପର୍ବ ପାଇଁ ଉତ୍ସବମୁଖର ହୋଇଉଠିଛି। ଆସନ୍ତା ମକର...

ମୋବାଇଲ ଟାଓ୍ବାରକୁ ବିରୋଧ: ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ସାହିବାସିନ୍ଦା

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଗୁଣ୍ଡିଚାମନ୍ଦିର ନିକଟରେ ଥିବା ଚାରିଘରିଆ ସାହିରେ ମୋବାଇଲ ଟାଓ୍ବାର ବସାଇବାକୁ ବିରୋଧକରି ଅନ୍ତେଃବାସୀ ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୋମବାର ସାକ୍ଷାତକରି ଏକ...

ଏସ୍‌ପି କାର୍ଯ୍ୟାଳୟ ଘେରିଲା ଭାଜପା

କେନ୍ଦୁଝର,୭ା୫(ସ୍ବ.ପ୍ର.): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ଓ ତାଙ୍କ ଉପରେ ଥିବା ମୋକଦ୍ଦମା ନିଃସର୍ତ୍ତ ପ୍ରତ୍ୟାହାର, ବ୍ଲକ ସର୍କୁଲାର ୪୭ ର ଅବମାନନା ସହ...

Advertisement
Archives

Model This Week