କଫ୍‌ ସିରପରେ ନିଶା ବଟିକା ମିଶାଇ ବିକୁଥିଲେ: ୨ ଅଭିଯୁକ୍ତ କୋର୍ଟଚାଲାଣ

କଟକ ଅଫିସ,୨।୧୧: କଫ୍‌ ସିରପରେ ବେଆଇନ ଭାବେ ନାଇଟ୍‌-୧୦ ବଟିକା ମିଶାଇ ବିକ୍ରି କରିବା ଅଭିଯୋଗରେ ମର୍କତନଗର ପୋଲିସ ରବିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଜିଲା ଚୌଦ୍ୱାର ଥାନା ଅଧୀନ ଓଟିଏମ୍‌ ଦୁର୍ଗା ବଜାର ଅଞ୍ଚଳର କୁଳମଣି ମିଶ୍ର(୪୦) ତଳ ବଜାରର ଦିଲୀପ କୁମାର ସାହୁ (୪୨)। ସେମାନଙ୍କଠାରୁ ୩୨୧୮ ବୋତଲ କଫ୍‌ ସିରପ, ୫ ଷ୍ଟ୍ରିପ ନାଇଟ୍‌-୧୦ ବଟିକା ଓ ଗୋଟିଏ ବାଇକ ଜବତ କରାଯାଇଛି। ଜବତ କଫ୍‌ ସିରପର ମୂଲ୍ୟ ପ୍ରାୟ ସାଢେ ୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୯୯/୨୦) ରୁଜୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ କୁଳମଣି ବହୁ ପରିମାଣର କଫ୍‌ ସିରପ ନେଇ ଏକ ବାଇକ୍‌ରେ ନରାଜ ଆଡୁ ମର୍କତନଗର ଆସୁଥିଲେ। ଖବରପାଇ ମର୍କତ ନଗର ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାୟକ ଜୁଡିସିଆଲ ଏକାଡେମୀ ଛକରେ କୁଳମଣିଙ୍କୁ ଅଟକାଇ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ବିଭିନ୍ନ କମ୍ପାନୀର କଫ୍‌ ସିରପ ମିଳିଥିଲା। ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କଠାରୁ ଉକ୍ତ କଫ୍‌ ସିରପ ଜବତ କରାଯାଇଥିଲା। ପରେ କୁଳମଣିଙ୍କ ସୂଚନା ଆଧାରରେ ପୋଲିସ ଚୌଦ୍ୱାର ତଳ ବଜାରର ଦିଲୀପଙ୍କ ଘରେ ଚଢଉ କରିଥିଲା। ଦିଲୀପଙ୍କ ଘର ପଛପଟେ ଥିବା ଏକ ପାଇଖାନା ଭିତରୁ ବହୁ ପରିମାଣର କଫ୍‌ ସିରପ ଜବତ କରାଯାଇଥିଲା।
ଦିଲୀପଙ୍କର ସ୍ଥାନୀୟ ଅଞ୍ଚଳରେ ଏକ ଔଷଧ ଦୋକାନ ରହିଛି। ଏହା ମାଧ୍ୟମରେ ସେ କଫ୍‌ ସିରପ ମଗାଉଥିଲେ। ପରେ ଉଭୟ ମିଶି କଫ୍‌ ସିରପରେ ବେଆଇନ ଭାବେ ନାଇଟ୍‌-୧୦ ବଟିକା ମିଶାଉଥିଲେ। କାରଣ ଏହି କଫ୍‌ ସିରପରେ ନାଇଟ୍‌-୧୦ ବଟିକା ମିଶିବା ଫଳରେ ଏହା ଅଧିକ ନିଶା ହେଉଥିଲା। ଲକ୍‌ଡାଉନ୍‌ ସମୟରେ ମଦ ମିଳୁ ନ ଥିବାରୁ ନିଶାସକ୍ତ ବ୍ୟକ୍ତିମାନଙ୍କୁ ସେମାନେ ଏହି କଫ ସିରପ ବିକୁଥିଲେ। ଏଭଳି ବେଆଇନ କାର୍ଯ୍ୟ କରିବା ସମ୍ପର୍କରେ ଅଭିଯୁକ୍ତ ଦ୍ୱୟ ପୋଲିସ ନିକଟରେ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?