କପାମଣ୍ଡିରେ ଅବ୍ୟବସ୍ଥା: ୨୧ ଦିନରେ ୪ଚାଷୀଙ୍କଠୁ କିଣାଯାଇଛି କପା

ରାୟଗଡ଼ା,୨୮।୧୨(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କପାର ରାଜ୍ୟ ତଥା ବାହାରେ ଅନେକ ଚାହିଦା ରହିଛି l ଜିଲାରେ ଉତ୍ପାଦିତ କପାର ଅଭାବୀ ବିକ୍ରି ରୋକିବା ଏବଂ ଚାଷୀ ଯେପରି ଦଲାଲଙ୍କ ଶିକାର ନ ହେବେ ସେଥିପାଇଁ ସରକାର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି ) ବିଭାଗକୁ ସମସ୍ତ ଦାୟିତ୍ୱ ଦେଇଛନ୍ତି। ସେହିପରି ଆର୍‌ଏମ୍‌ସି ଉପସ୍ଥିତିରେ ଭାରତୀୟ କପା ନିଗମ ଲିମିଟେଡ୍‌ (ସିସିଆଇ) ଚାଷୀଙ୍କଠାରୁ କପା କିଣିବ ବୋଲି ସରକାର ଧାର୍ଯ୍ୟ କରିଛନ୍ତି l ରାୟଗଡ଼ା ଆର୍‌ଏମ୍‌ସି ପ୍ରାଙ୍ଗଣରେ ଗତ ୬ ତାରିଖରୁ କପା ମଣ୍ଡିର ଶୁଭାରମ୍ଭ କରାଯାଇଛି । ହେଲେ ଚାଷୀ କପା ବିକିବା ପାଇଁ ମଣ୍ଡିକୁ ନେଲେ ସେଠାରୁ ଫେରସ୍ତ କରାଯାଉଥିବା ଅଭିଯୋଗ ହୋଇଛି। ୨୭ ତାରିଖ ସୁଦ୍ଧା ରାୟଗଡ଼ାରେ କେବଳ ୪ ଜଣ ଚାଷୀ ନିଜର କପା ବିକ୍ରି କରିପାରିଛନ୍ତି l ସିସିଆଇ ୩ ଜଣ ଚାଷୀଙ୍କଠାରୁ ୮୫ କୁଇଣ୍ଟାଲ କପା କିଣିଥିବାବେଳେ ହନୁମାନ କଟନ ଏଜେନ୍ସି ମିଲର ପ୍ରାଇଭେଟ୍‌ ଟ୍ରେଡର ଜଣେ ଚାଷୀଙ୍କଠାରୁ ୧୧ କୁଇଣ୍ଟାଲ କପା କିଣିଛନ୍ତି। ମଣ୍ଡିରେ ମାତ୍ର ୪ ଜଣ ଚାଷୀ ୯୬ କୁଇଣ୍ଟାଲ କପା ବିକ୍ରି କରିପାରିଛନ୍ତି l

ଚଳିତ ବର୍ଷ ୪୯ହଜାର ହେକ୍ଟର ଚାଷଜମିରେ କପା ଚାଷ କରାଯାଇଛି। କେନ୍ଦ୍ର ସରକାରଙ୍କ ସିସିଆଇରେ ରଖାଯାଇଥିବା ସର୍ତ୍ତ ପାଇଁ ଚାଷୀ ନିଜର କପା ବିକ୍ରି କରି ନ ପାରି ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ହାଲୁଆ ଗ୍ରାମର ଜଣେ ଚାଷୀ ଗୋବର୍ଦ୍ଧନ ଯାକକା ଅଭିଯୋଗ କରିଛନ୍ତି, ଭାଗଚାଷ କରୁଥିବା ଚାଷୀ ଜୁଲାଇ ୨୦୨୩ ପୂର୍ବରୁ ଜମି ମାଲିକଙ୍କ ସହ ଲିଜ୍‌ ଏଗ୍ରିମେଣ୍ଟ କରିବା ଦରକାର ବୋଲି ଡିସେମ୍ବର ଶେଷରେ ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କୁ ସଚେତନ କରାଯାଇଥିଲା। ଏତେ ବିଳମ୍ବରେ ଚାଷୀଙ୍କୁ କୁହାଗଲେ ସେମାନେ କିଭଳି ଏଗ୍ରିମେଣ୍ଟ କରିବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଏଗ୍ରିମେଣ୍ଟ ବିଷୟରେ ଆର୍‌ଏମ୍‌ସି ସମ୍ପାଦକ ବିପିନ ବିହାରୀ ସ୍ବାଇଁଙ୍କୁ ପଚାରିବାରୁ ସିସିଆଇ ଆମକୁ ଏହି ନିୟମ ବିଷୟରେ ପୂର୍ବରୁ କୌଣସି ଲିଖିତ ଆକାରରେ ଜଣାଇ ନ ଥିଲେ। ବର୍ତ୍ତମାନ ଜଣାଇବା ପରେ ଆମେ କ’ଣ କରିବୁ, ସେ ଆଗରୁ ଜଣାଇବା ଦରକାର ବୋଲି କହିଛନ୍ତି । ସେହିପରି ସିସିଆଇର ଡେପୁଟି ଜେନେରାଲ ମ୍ୟାନେଜର ଟି.କେ. ଦାସଙ୍କୁ ଯୋଗାଯୋଗ କରିବାରୁ ରାୟଗଡ଼ା ଜିଲାରେ ଧାନମଣ୍ଡିକୁ ଯେପରି ଗୁରୁତ୍ୱ ଦିଆଯାଉଛି, କପାକୁ ମଧ୍ୟ ସେତିକି ଗୁରୁତ୍ୱ ଦେବାକୁ ଆମେ ଆର୍‌ଏମ୍‌ସି ବିଭାଗକୁ ଜଣାଇଥିଲୁ । ଜିଲାସ୍ତରରେ ସମସ୍ତେ ଦାୟିତ୍ୱ ନେଲେ ନିୟମ ବିଷୟରେ ଚାଷୀ ପୂର୍ବରୁ ଜାଣିପାରନ୍ତେ ବୋଲି ସେ କହିଛନ୍ତି l ଏପରିକି ଆର୍‌ଏମ୍‌ସି ବିଭାଗ ଦ୍ୱାରା ସଚେତନ ପତ୍ରରେ ଆର୍‌ଆଇ ଆପ୍ରୁଭାଲ ପାଇଁ ମଧ୍ୟ କିଛି ଲେଖାଯାଇ ନ ଥିବାରୁ ଅନେକ ଚାଷୀ ଜାଣିପାରୁ ନ ଥିବା ଅଭିଯୋଗ କରିଛନ୍ତି l କପା ବିକ୍ରି ପାଇଁ ଆର୍‌ଆଇଙ୍କ ଅନୁମତି ନ ହେଲେ ଚାଷୀ କପା ବିକ୍ରି କରିପାରିବେ ନାହିଁ । ଫଳରେ ବାଧ୍ୟହୋଇ କପାମଣ୍ଡିକୁ ନ ଆଣି ଆନ୍ଧ୍ର ଦଲାଲକୁ ବିକ୍ରି କରିଥିବା ଜଣେ ଚାଷୀ କହିଛନ୍ତି। ସିସିଆଇ କୁଇଣ୍ଟାଲ ପିଛା କପା ଦର ୮ ପ୍ରତିଶତ ଆର୍ଦ୍ରତାରେ ୭୦୨୦ ଟଙ୍କା ରଖିଥିବା ବେଳେ ଚାଷୀ ଦଲାଲଙ୍କୁ ୫୦୦୦ ରେ ବିକ୍ରି କରୁଥିବା କହିଛନ୍ତି l ଚାଷୀ ଉଚିତ ଦର ନ ପାଇ ଆନ୍ଧ୍ର ଦଲାଲଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା ରାୟଗଡା ଗସ୍ତରେ ଆସିଥିବା ରାଜ୍ୟପାଳ ରଘୁବର ଦାସଙ୍କୁ ମଧ୍ୟ ଚାଷୀମାନେ ଅଭିଯୋଗ କରିଥିଲେ। ସାହୁକାରଠାରୁ ଧାରକରି ୨ ଏକର ଜମିରେ କପା ଚାଷ କରିଛି, ହେଲେ କପାର ଉଚିତ ଦର ପାଉନାହୁଁ। ମଣ୍ଡିକୁ ନେଲେ ଆର୍‌ଏମ୍‌ସି ନିୟମ ପୂରଣ କରି ନ ପାରିବାରୁ ମଣ୍ଡିରୁ ଫେରାଇ ଦଲାଲଙ୍କୁ ୫୦୦୦ ଟଙ୍କା ଦରରେ ଦେଉଛୁ ବୋଲି କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri