ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚ ୧୦ରୁ ଊର୍ଦ୍ଧ୍ୱ ଟଙ୍କା

ନୂଆପଡ଼ା ଅଫିସ,୧୭।୧୨: ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଆଦିବାସୀଙ୍କ ସମସ୍ୟା ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଯାଥା ପୂର୍ବଂ ତଥା ପରଂ। ସୁନାବେଡା ପଞ୍ଚାୟତ ଅଧୀନ ଶିବ ନାରାୟଣପୁର, ଝରଲାଆମ, ଉପକାପାଣି ଓ ସୋସେଙ୍ଗ ପଞ୍ଚାୟତ ଅଧୀନ ଭାଓସିଲ ଓ ରଜାକେନ୍ଦୁ ଗ୍ରାମ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଏବେ ବି ଭଲ ରାସ୍ତା ନାହିଁ। ଫଳରେ ସେମାନଙ୍କୁ ପିଡିଏସ୍‌ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଆଣିବାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ପାହାଡିଆ ରାସ୍ତା ହୋଇଥିବାରୁ ପ୍ରତି ମାସରେ ନ ଯାଇ ୩/୪ ମାସରେ ଥରେ ଗାଡି କରି ନୂଆପଡା ଦେଇ ବୁଲି ୧୦୦ କି.ମି. ଦୂର ପଞ୍ଚାୟତକୁ ଯାଉଛନ୍ତି। ପାହାଡିଆ ରାସ୍ତା ଦେଇ ଗଲେ ପଞ୍ଚାୟତ କାର୍ଯ୍ୟାଳୟ ୩୦ କି.ମି. ହେବ। ହେଲେ ବୃଦ୍ଧାବୃଦ୍ଧ, ବିଦ୍ୟାଙ୍ଗମାନେ ପାହାଡିଆ ରାସ୍ତାରେ ଚାଲିି ଯିବା ସମ୍ଭବ ନୁହେଁ। ପାହାଡିଆ ରାସ୍ତା ଦେଇ ଚାଉଳ ବୋହି ଆଣିବା କଷ୍ଟକର ବୋଲି ୩/୪ ମାସରେ ଥରେ ଏକ ଗାଡି ଭଡ଼ାକରି ଧରମବନ୍ଧା, ନୂଆପଡା ଦେଇ ୧୦୦ କି.ମି. ଯାଇ ଚାଉଳ ଓ ଭତ୍ତା ଆଣୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ସରକାର କିଲୋଗ୍ରାମ ଏକ ଟଙ୍କାରେ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେଉଥିବା ବେଳେ ସୁନାବେଡା ଅଭୟାରଣ୍ୟ ଭିତରେ ବାସ କରୁଥିବା ଆଦିବାସୀଙ୍କ ପାଇଁ କିଲୋଗ୍ରାମ ପ୍ରତି ୧୦ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାକୁ ପଡୁଛି। ଗ୍ରାମବାସୀଙ୍କ କହିବା ଅନୁସାରେ ପାହାଡିଆ ରାସ୍ତା ହୋଇଥିବାରୁ ଆମେ ସୁବିଧାରେ ଯାଇପାରୁ ନାହୁଁ। ପାହାଡ ରାସ୍ତା ଦେଇ ଚାଲି କରି ଗଲେ ଆମକୁ ୨ ଦିନରେ ଗାଁକୁ ଫେରିବାକୁ ପଡ଼ୁଛି। ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି, ଏଣୁ ଏହି ତିନି ଚାରିଟି ଗାଁ ମଧ୍ୟ ଭାଗରେ କ୍ୟାମ୍ପ କରି ପ୍ରତି ମାସରେ ଭତ୍ତା ଟଙ୍କା ଓ ରାଶନ ସାମଗ୍ରୀ ଦିଆଗଲେ ଆମେ ସୁବିଧାରେ ପାଇପାରିବୁ ଲୋକାମାନେ କହିଛନ୍ତି। ଏ ସମ୍ପର୍କରେ କୋମନା ବିଡିଓ ସୁଶାନ୍ତ କୁମାର ରଣାଙ୍କୁ ପଚାରିବାରୁ ସର୍ବେ ସରିଛି। ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ଏହି ସମସ୍ୟା ସମାଧାନ ଶୀଘ୍ର କରାଯାଉ ବୋଲି କମଲ ସିଂ ଧରୁଆ, ଦେଓରାଜ ଧରୁଆ, ଧର୍ମୁ ମାଝି, କୁଶୁ ଧରୁଆ, କୁନ୍ତି ଧରୁଆ, ତଳସି ଧରୁଆ, ଭାଗବତି ଧରୁଆ, ସରଦି ମାଝି ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri