Posted inଫୁରସତ

ଖ୍ରୀଷ୍ଟମାସ ପାଇଁ ସାଣ୍ଟାଙ୍କୁ ଏମିତି ଉପହାର ମାଗିଲେ କୁନି ଝିଅ, ଜାଣିଲେ ଆଖିରେ ଭରିଯିବ ଲୁହ

ଆଉ କିଛିଦିନ ପରେ ଆସିଯିବ ଖ୍ରୀଷ୍ଟମାସ। ସମଗ୍ର ବିଶ୍ୱରେ ଲୋକମାନେ ଏହାକୁ ଆନନ୍ଦର ସହ ପାଳନ କରିବେ। ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଏହି ପର୍ବରେ ବେଶି ଖୁସି ହୁଅନ୍ତି, ବହୁତ ମଜା କରନ୍ତି ଏବଂ ସେମାନଙ୍କ ମାତାପିତାଙ୍କଠାରୁ ଉପହାର ମଧ୍ୟ ପାଇଥାନ୍ତି। ଖ୍ରୀଷ୍ଟମାସରେ ଏକ ପ୍ରଥା ରହିଛି, ପିଲାମାନେ ସାଣ୍ଟା କ୍ଲଜ୍‌ଙ୍କୁ କିଛି ମାଗନ୍ତି। ସେମାନଙ୍କ ସମ୍ପର୍କୀୟମାନେ କୁହନ୍ତି, ଯଦି ସେମାନେ ଭଲ ଆଚରଣ କରନ୍ତି, ସାଣ୍ଟା ସେମାନଙ୍କୁ ସେହି ଉପହାର ଦେବେ। ସାଧାରଣତଃ ପିଲାମାନେ ଖେଳନା କିମ୍ବା ପୋଷାକ ମାଗନ୍ତି। କିନ୍ତୁ ଜଣେ ୮ ବର୍ଷର ଝିଅ ଏପରି କିଛି ଜିନିଷ ମାଗିଛନ୍ତି, ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କୁନି ଝିଅଙ୍କ ଏକ ହାତଲେଖା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିକୋଲ କନେଲ ତାଙ୍କ ଟୁଇଟର ପେଜ୍‌ରେ ନିଜ ଭାଣିଜୀଙ୍କର ଏକ ଚିଠି ପୋଷ୍ଟ କରି ସମସ୍ତଙ୍କୁ ଭାବପ୍ରବଣ କରିଥିଲେ। ଏହାର କାରଣ ଝିଅଟି ଚିଠିରେ ଲେଖିଛନ୍ତି ଖ୍ରୀଷ୍ଟମାସ ଦିନ, ମାତାପିତା ନିଜ ଇଚ୍ଛା ଅନୁଯାୟୀ ପିଲାମାନଙ୍କୁ ଭଲ ଉପହାର ଦିଅନ୍ତି। କିନ୍ତୁ ଥରେ ଭାବିଲେ ଯେଉଁ ଲୋକମାନଙ୍କ ନିକଟରେ ପର୍ଯ୍ୟାପ୍ତ ଅର୍ଥ ନାହିଁ ସେମାନେ ଉପହାର ଦେବାକୁ କ’ଣ କରିବେ?

ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ଖ୍ରୀଷ୍ଟମାସରେ ମୁଁ କେବଳ ମୋର ମାତାପିତାଙ୍କ ପାଇଁ ଟଙ୍କା ଚାହୁଁଛି। ସେମାନେ ଖର୍ଚ୍ଚ ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ଯାହା ଦେଖି ମୁଁ ବହୁତ ଦୁଃଖିତ। ଦୟାକରି ସାଣ୍ଟା, ଆପଣ ଏହା କରିପାରିବେ କି? ମୁଁ ଜାଣେ ଏହା ବହୁତ ଅଧିକ, ଯାହା ମୁଁ ପଚାରୁଛି, ମୁଁ ଦୁଃଖିତ। ଝିଅଟିର ନାମ ଆମି। ଲୋକମାନେ ଏହି ଫଟୋକୁ ବହୁତ ମାତ୍ରାରେ ପସନ୍ଦ କରିବା ସହ ଶେୟାର ମଧ୍ୟ କରୁଛନ୍ତି। ଏହି ଟୁଇଟ୍‌ ଉପରେ ମନ୍ତବ୍ୟ ଦେଇ ନିକୋଲ ଋଷି ସୁନକଙ୍କୁ ଟ୍ୟାଗ୍‌ କରିଛନ୍ତି। ଏଥିରୁ ଏହା ବୁଝାପଡୁଛି ଝିଅ ଏବଂ ତାଙ୍କ ପରିବାର ଇଂଲଣ୍ଡରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri