୫ କୋଟି ଟଙ୍କାର କାମରେ ଦୁର୍ନୀତିର ଗନ୍ଧ

ଜଗତ୍‌ସିଂହପୁର ଅଫିସ,୨ା୩: ଜଗତ୍‌ସିଂହପୁର ସଦର ମହକୁମାସ୍ଥିତ ବଙ୍ଗଳା ଛକ ନିକଟରେ ଜଳ ସମ୍ପଦ ବିଭାଗର ୧୦ ନଂ. ଡିଷ୍ଟ୍ରିବ୍ୟୁଟାରୀରେ ଏକ ବକ୍ସ କଲଭର୍ଟ କରାଯାଇଛି। ଏହି କଲଭର୍ଟଠାରୁ ବସ୍‌ଷ୍ଟାଣ୍ଡ ଆଗ ଏଲ୍‌ଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ କେନାଲ ଉପରେ ୫ କୋଟି ଟଙ୍କା ବିନିମୟରେ ବକ୍ସ କଲଭର୍ଟର ସମ୍ପ୍ରସାରଣ କାମ ଆରମ୍ଭ ହୋଇଛି। କିନ୍ତୁ ଏଥିରେ ବହୁ ଟଙ୍କା ଦୁର୍ନୀତିର ଗନ୍ଧ ବାରି ହେବା ସହ ବହୁ ସରକାରୀ ଅର୍ଥ ବରବାଦ ହେଉଥିବା ଗୁରୁତର ଅଭିଯୋଗ ହେଉଛି। ବଡ କଥା ନଗର ଉନ୍ନୟନ ବିଭାଗ ଜଗତ୍‌ସିଂହପୁର ପୌର ପରିଷଦକୁ ଏହି କଲଭର୍ଟ ନିର୍ମାଣ ପାଇଁ ୫ କୋଟି ଟଙ୍କା ଦେଇଥିଲା। ପରିଷଦ ଏହି ରାଶି ଜଗତ୍‌ସିଂହପୁର ଜଳ ସମ୍ପଦ ବିଭାଗକୁ ହସ୍ତାନ୍ତର କରିଥିଲା। ଜଗତ୍‌ସିଂହପୁର ସୁପରିଟେଣ୍ଡିଂ ଇଞ୍ଜିନିୟରଙ୍କ ତତ୍ତ୍ବାବଧାନରେ କଲଭର୍ଟ ନିର୍ମାଣ ଚାଲିଛି। ହେଲେ କାମ ସଂକ୍ରାନ୍ତୀୟ କୌଣସି ସୂଚନା ପରିଷଦକୁ ଦିଆଯାଇନାହିଁ। ବରଂ ପରିଷଦ ପକ୍ଷରୁ ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ପାମ ଗଛ ପିଣ୍ଡି ଭାଙ୍ଗି ଦିଆଯାଉଛି। ପାମ ଗଛଗୁଡିକ ମୂଳ ଛିଡି ଯାଉଥିବାରୁ ଏଗୁଡିକ ମରିଯିବାର ଆଶଙ୍କା ପ୍ରକାଶ ପାଇଛି। କେବଳ ଏତିକି ନୁହେଁ, ଜାତୀୟ ରାଜପଥ, ବିଏସ୍‌ଏନ୍‌ଏଲ୍‌, ବିଦ୍ୟୁତ୍‌ ବିଭାଗ ସହ ସମନ୍ବୟ ରକ୍ଷା କରାଯାଇ ନ ଥିବାରୁ ସମସ୍ତ ବିଭାଗ କ୍ଷତିରେ ପଡିଛନ୍ତି। ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ଫୁଟ ଦୂରରେ ଏଭଳି କାମ ଚାଲିଥିବା ବେଳେ ଜିଲାପାଳ ନୀରବ ରହିବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବଙ୍ଗଳା ଛକ ପୁରୁଣା ବକ୍ସ କଲଭର୍ଟ ପାର୍ଶ୍ୱ ନୂଆ କଲଭର୍ଟ ନିର୍ମାଣ ସଂକ୍ରାନ୍ତୀୟ ଲୋକଙ୍କ ଅବଗତି ନିମନ୍ତେ ଏକ ବୋର୍ଡ ମରାଯାଇଛି। ଯେଉଁଥିରେ ଉଲ୍ଲେଖ ଅଛି ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରୀର ଦେଉଳୀଗ୍ରାମେଶ୍ୱରଠାରୁ ରଶ୍ମି ହଲ୍‌ ମଧ୍ୟସ୍ଥ ପୋଷ୍ଟ ଅଫିସ ସ୍କୋୟାରରୁ ଏଲ୍‌ଆଇସି ଅଫିସ ପର୍ଯ୍ୟନ୍ତ ବକ୍ସ କଲଭର୍ଟ ନିର୍ମାଣ ପାଇଁ ବିରିଡ଼ି ବ୍ଲକ ଅଢ଼ଙ୍ଗଗଡ଼ ବାରାହାପୁର ଗଁାର ଶ୍ରାବଣୀ ଦଳାଇଙ୍କୁ ଠିକା କାମ ଦିଆଯାଇଛି। ରାଜିନାମାରେ ପ୍ରକଳ୍ପ ପରିମାଣ ୩,୬୦,୬୮,୫୩୯ ଟଙ୍କା ଥିବାବେଳେ ୨୦ା୧ା୨୩ରୁ କାମ ଆରମ୍ଭ ହୋଇ ୧୯ା୧୨ା୨୩ ମଧ୍ୟରେ ସରିବା କଥା ସ୍ପଷ୍ଟ କରାଯାଇଛି। କିନ୍ତୁ ଅନ୍ୟ ସୂଚନା ଯଥା କାମର ଦୈର୍ଘ୍ୟ, ପ୍ରସ୍ଥ, ମୋଟେଇ, ବ୍ୟବହାର ହେବାକୁ ଥିବା ସାମଗ୍ରୀର ଭାଗମାପ ଆଦି ସମ୍ପର୍କରେ କୌଣସି ସୂଚନା ନାହିଁ। ବିଶେଷକରି କେଉଁ ଗ୍ରେଡ୍‌ର କଂକ୍ରିଟ, ଷ୍ଟିଲ (ରଡ୍‌), ଗୋଡି ଓ ସିମେଣ୍ଟ (ବ୍ରାଣ୍ଡ ଅନୁସାରେ) ବ୍ୟବହାର ହେବ ତା’ ଉପରେ ସୂଚନା ନାହିଁ। କେବଳ ଏତିକି ନୁହେଁ ସିମେଣ୍ଟ, ବାଲି, ଗୋଡି ଓ ରଡ ଆଦି କେତେ ପରିମାଣର ବ୍ୟବହାର ହେବ ତା’ ଉପରେ କିଛି ଉଲ୍ଲେଖ ନାହିଁ। କାନ୍ଥ ଓ ଛାତର ଲମ୍ବା, ପ୍ରସ୍ଥ, ମୋଟେଇ ସାଙ୍ଗକୁ ତଳ ବେଡ୍‌ର କଂକ୍ରିଟ ଭାଗମାପ, ରଡ ବାଇଣ୍ଡିଂ ଗ୍ୟାପ (ଦୂରତା) ଆଦି ଉପରେ ପୂର୍ଣ୍ଣ ସୂଚନା ସ୍ପଷ୍ଟ କରାଯାଇନାହିଁ। କେହି ଏ ସମ୍ପର୍କରେ ସୁପରିଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟକୁ ଯାଇ ବୁଝିବାକୁ ଚେଷ୍ଟା କଲେ ମଧ୍ୟ ତଥ୍ୟ ଲୁଚାଯାଉଛି। ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ଏହା ପାର୍ଶ୍ୱରେ ଅର୍ଥାତ ବଙ୍ଗଳା ଛକରୁ ରଶ୍ମି ଟକିଜ୍‌ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପାର୍ଶ୍ୱରେ ୫୨ଟି ପାମ ଗଛ ଲଗାଯିବା ସହ ପ୍ରତି ଗଛ ଚାରିପଟେ ପିଣ୍ଡି କରାଯାଇଥିଲା। ଏବେ ପିଣ୍ଡି ଭଙ୍ଗା ଯାଇଥିବାରୁ ଏହା ମରିଯିବାର ଆଶଙ୍କା ପ୍ରକାଶ ପାଇଛି। ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରେ ଆମେ ଟଙ୍କା ଦେଲୁ। କିନ୍ତୁ କାମ କିପରି ହେବ କି ହେଉଛି ତା’ ଉପରେ ଆମକୁ କୌଣସି ସୂଚନା ଦିଆଯାଇନାହିଁ। ବରଂ ପରିଷଦ ପ୍ରଭୁତ କ୍ଷତି ସହୁଛି ବୋଲି କହିଥିଲେ। ବିଏସ୍‌ଏନ୍‌ଏଲ୍‌ ଏସ୍‌ଡିଓ ପ୍ରଣବ କୁମାର ମଲ୍ଲିକଙ୍କୁ ପଚାରିବାରେ ମନଇଛା କାମ କରି ୨ଟି କେବୁଲ ଛିଡାଇ ଦିଆଯାଇଛି। ଯେଉଁଥିପାଇଁ ୧୫ ଦିନ ହେବ ଶତାଧିକ ସରକାରୀ, ବେସରକାରୀ ସଂସ୍ଥା ଓ ବ୍ୟକ୍ତି ବିଶେଷ ଟେଲିଫୋନ ଓ ଇଣ୍ଟରନେଟ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। ମେଶିନ୍‌ ଖୋଳାଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜାତୀୟ ରାଜପଥ ଜଗତ୍‌ସିଂହପୁର ସବ୍‌ଡିଭିଜନ ନିର୍ବାହୀ ଯନ୍ତ୍ରୀ କମଳ କୁମାର ସ୍ବାଇଁଙ୍କୁ ପଚାରିବାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେହେତୁ ରାଜପଥର ଏହା ଏକମାତ୍ର ନିର୍ଭରଯୋଗ୍ୟ ରାସ୍ତା ତେଣୁ ଭାରିଯାନଠାରୁ ସମସ୍ତ ପ୍ରକାର ଗାଡିମଟର ଯାତାୟାତ କରୁଛି। ହେଲେ ଜଳସମ୍ପଦ ବିଭାଗ କାମ ଆରମ୍ଭ ପୂର୍ବରୁ ବିଭାଗକୁ ଅବଗତ କରିନାହିଁ। ଏବେ ରାଜପଥ ପାର୍ଶ୍ୱ ମନଇଚ୍ଛା ଖୋଳା ଯାଉଥିବାରୁ ବିପଦର ଯଥେଷ୍ଟ ସମ୍ଭାବନା ଅଛି। ରାଜପଥ ପଥର ମଧ୍ୟ କଲଭର୍ଟ ଚଟାଣରେ ବ୍ୟବହାର ହେଉଥିବା ଶୁଣାଯାଉଛି। ତା’ ଉପରେ ଅନୁଧ୍ୟାନ ହେବା ସହ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଟାଟା ପାୱାର ଜଗତ୍‌ସିଂହପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ମହାନ୍ତି କହିଛନ୍ତ,ି ବିଦ୍ୟୁତ୍‌ କେବୁଲ ପ୍ରତି ବିପଦ ଥିବାରୁ କାମ ବନ୍ଦ କରାଯାଇଛି। ଗୁରୁବାର ଉଭୟ ଜଳସମ୍ପଦ ଓ ଟାଟା ପାୱାର ସହ ଯୁଗ୍ମ ସର୍ଭେ ପରେ କଲଭର୍ଟ କାମ ହେବ। ଏ ସମ୍ପର୍କରେ ଜଳ ସମ୍ପଦ ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରତାପ ଶତପଥୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri