ଚାଇନାରେ ପୁଣି କାୟା ବିସ୍ତାର କଲା କରୋନା: ୨ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରିବା ମନା

ବେଜିଂ,୧।୯: କରୋନା ମହାମାରୀ ହେତୁ ଚାଇନାର ଅନେକ ସହରରେ ପୁଣି ଲକଡାଉନ ଘୋଷଣା କରାଯାଇଛି। ଚେଙ୍ଗଡୁ ସହରରେ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଦୁଇ କୋଟିରୁ ଅଧିକ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି। ଚାଇନା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଚେଙ୍ଗଡୁରେ ଏକ ବିରାଟ କୋଭିଡ ପରୀକ୍ଷା ଅଭିଯାନର ଆୟୋଜନ କରାଯାଇଛି। ଦକ୍ଷିଣ ପଶ୍ଚିମ ସିଚୁଆନ ପ୍ରଦେଶର ରାଜଧାନୀରେ ସମସ୍ତ ବାସିନ୍ଦାଙ୍କୁ ସା ୬ ପରେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗୁରୁବାର ସାଠାରୁ ଚେଙ୍ଗଡୁ ରେ ଲକଡାଉନ ଘୋଷଣା କରାଯାଇଛି। ଏହାପୂର୍ବରୁ କରୋନା ମାମଲା ବୃଦ୍ଧି ହେତୁ ଚାଇନାର ଡାଲିଆନ ଏବଂ ଶେନଜେନରେ ଏକ ଲକଡାଉନ ପକାଯାଇଥିଲା। ଏହି ସଂକ୍ରମଣରେ ରାଜଧାନୀ ବେଜିଂ ଏତେ ପ୍ରଭାବିତ ହୋଇ ନାହିଁ। ତେବେ ରାଜଧାନୀରେ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ଲୋକଙ୍କୁ ପ୍ରତିଦିନ କରୋନା ପରୀକ୍ଷା କରିବାକୁ କୁହାଯାଇଛି। ଚେଙ୍ଗଡୁ ବ୍ୟତୀତ ଉତ୍ତର-ପୂର୍ବରେ ଶେନୟାଙ୍ଗ ଏବଂ ଦକ୍ଷିଣ ପୂର୍ବର ଜିଶୁଇ ଭଳି ସହର ମଧ୍ୟ ଆଂଶିକ ଲକ୍‌ଡାଉନ ପଡିଛି। ରିପୋର୍ଟରେ କୁହାଯାଇଛି ଯେ, ‘ଜିରୋ କୋଭିଡ ପଲିସି’ ଅଧୀନରେ ଚାଇନାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ବିଦ୍ୟୁତ୍‌ ଆମଦାନୀ କରିବ ଇରାକ

ତେହରାନ,୨୧ା୭: ଇରାକ ବର୍ତ୍ତମାନ ତୁର୍କୀରୁ ଦେଶକୁ ବିଦ୍ୟୁତ୍‌ ଆମଦାନୀ କରିବ। ଏକ ବିବୃତ୍ତିରେ ଇରାକ ରବିବାର କହିଛି, ଏକ ନୂତନ ବିଦ୍ୟୁତ୍‌ ଲାଇନ ତୁର୍କୀରୁ ଏହାର...

ସଂସଦରେ ଆସ୍ଥା ଭୋଟରେ ଜିତିଲେ ଓଲି

କାଠମାଣ୍ଡୁ,୨୧।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଆଜି (ଜୁଲାଇ ୨୧) ରବବାର ସଂସଦରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ବରିଷ୍ଠ କମ୍ୟୁନିଷ୍ଟ...

ମେରିଟ୍‌ ଭିତ୍ତିରେ ମିଳିବ ୯୩% ସରକାରୀ ଚାକିରି: ବିବାଦୀୟ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତନ କଲେ ବାଂଲାଦେଶ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୧।୭: ହିଂସାତ୍ମକ ବିରୋଧ ମଧ୍ୟରେ ବାଂଲାଦେଶର ସୁପ୍ରିମକୋର୍ଟ ରବିବାର ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ବଜାୟ ରଖିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାତିଲ କରିଛନ୍ତି। ତେବେ ସୁପ୍ରିମକୋର୍ଟ...

୧୫ ଦିନ ତଳେ କରିଥିଲେ ବିବାହ, ସାମାନ୍ୟ କଥାରୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ, ୨୧।୭: ରାସ୍ତାରେ କାର ପାର୍କିଂକୁ ନେଇ ସାମାନ୍ୟ ଯୁକ୍ତି ତର୍କରୁ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଛି । ଏପରି ଏକ ଘଟଣା...

ଏଲନ ମସ୍କଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଲ ଗେଟ୍ସ

ଓ୍ବାଶିଂଟନ୍‌,୨୧।୭: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଟେସଲା ତଥା ଏକ୍ସର ମାଲିକ ଏଲନ ମସ୍କଙ୍କୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ଜଳବାୟୁ ପରିବର୍ତ୍ତନକୁ ନେଇ ଖୋଲା...

ସ୍ତ୍ରୀ ସମେତ ୪୨ ମହିଳାଙ୍କୁ କରିଛି ହତ୍ୟା, ଶବକୁ ଖଣ୍ଡଖଣ୍ଡ କରି…

ନୂଆଦିଲ୍ଲୀ,୨୧।୭: କେନିଆର ରାଜଧାନୀ ନୈରେବୀରେ ଜଣେ ବ୍ୟକ୍ତି ୪୨ ମହିଳାଙ୍କୁ ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଲୋମ ଟାଙ୍କୁରା...

ସଂରକ୍ଷଣ ବିରୋଧୀ ଆନ୍ଦୋଳନ: ସଂଘର୍ଷରେ ଗଲାଣି ୧୩୦ ଜୀବନ

ଢାକା,୨୧।୭: ବାଂଲାଦେଶ ସରକାରୀ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିରେ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟି ଇତିମଧ୍ୟରେ...

ସ୍ତ୍ରୀ ପାଇଁ ଦିନକୁ ୩୨୦ କି.ମି. ଯାତ୍ରା

ବେଜିଂ,୨୧ା୭: ଚାଇନାର ଜଣେ ନବ ବିବାହିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଦୈନିକ ୩୨୦ କି.ମି. ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ତ୍ରୀଙ୍କ ପ୍ରତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri