ଓଡ଼ିଶାରେ ଦୁର୍ନୀତି ନୀତି ହୋଇଛି: ଧର୍ମେନ୍ଦ୍ର

ଢେଙ୍କାନାଳ, ୨୮।୬(ରତନ ନାୟାର): ରାଜ୍ୟ ଆଜି ଓଡ଼ିଆଙ୍କ ଅସ୍ମିତା ଓ ଭାବାବେଗକୁ ବୁଝୁ ନ ଥିବା ଦୁର୍ନୀତିଖୋରଙ୍କ ହାବୁଡ଼ରେ ପଡ଼ିଛି। ଏଠି ବାବୁମାନେ ପ୍ରତିନିଧି। ବାବୁଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଠାରେ ଦୁର୍ନୀତି ନୀତି ହୋଇଛି ବୋଲି ମଙ୍ଗଳବାର ଢେଙ୍କାନାଳ ଜିଲା ଗଁଦିଆରେ ଅନୁଷ୍ଠିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଏଭଳି କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଲେ, ସବ୍‌କା ସାଥ, ସବ୍‌କା ବିକାଶ, ସବକା ବିଶ୍ୱାସ, ସବ୍‌କା ପ୍ରୟାସ କେନ୍ଦ୍ର ସରକାରଙ୍କ ଶାସନର ମୂଳମନ୍ତ୍ର ହୋଇଛି। ଗରିବ କଲ୍ୟାଣ ଯୋଜନାରେ ଢେଙ୍କାନାଳ ଜିଲାର ୨ ଲକ୍ଷ ୭୦ ହଜାର ୮୭୬ ପରିବାରକୁ ୮ ହଜାର ୮୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ପରିବାର ପିଛା ପ୍ରାୟ ୩ ଲକ୍ଷ ୨୫ ହଜାର ୪୬୭ ଟଙ୍କା ମିଳିଛି। ମୋଦି ସରକାରରେ ଓଡ଼ିଶାରେ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହଁ। ହେଲେ କେନ୍ଦ୍ରୀୟ ଅନୁଦାନକୁ ବିଭିନ୍ନ ବାଟରେ ହଡ଼ପ କରାଯାଉଛି। ଯୋଗ୍ୟ ହିତାଧିକାରୀଙ୍କୁ ଏହାର ସୁଫଳରୁ ବଞ୍ଚତ୍ତ କରାଯାଉଛି। ଓଡ଼ିଶାରେ ଶାସନ ନୁହେଁ ଭ୍ରଷ୍ଟାଚାର ଚାଲିଛି। କେନ୍ଦ୍ର ସରକାରଙ୍କ ଆବାସ ଯୋଜନାରେ ହାତଗୁଞ୍ଜା ଦାବି କରାଯାଉଛି। ଯିଏ ଦେଇପାରୁନାହିଁ, ତାହାର ନାମ ୱେଟିଂଲିଷ୍ଟରେ ରହୁଛି। କୋଇଲାରେ ଭରପୂର ଓଡ଼ିଶା ଦୀପତଳ ଭଳି ଅନ୍ଧାର। ନିକଟରେ ଦୁର୍ନୀତିରେ ଲିପ୍ତ ଜଣେ ସହକାରୀ ଉପଜିଲାପାଳଙ୍କ ଘରୁ ଟଙ୍କାର ପାହାଡ଼ ଠାବ ହୋଇଥିଲା। ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ ତୃତୀୟ ମହଲା ଅଧିକାରୀଙ୍କ ଅଧିକ ପ୍ରିୟ। ଏ ବିଷୟରେ ପଚାରିଲେ ଶାସକ କଳର ଭଡ଼ାଟିଆ ଗୁଣ୍ଡା ଚଉଦ ପୁରୁଷ ବଖାଣୁଛନ୍ତି। ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଲେ, ସେ ଯୁଆଡ଼େ ଯାଉଛନ୍ତି ରାଜ୍ୟ ସରକାର ଉକ୍ତ ସ୍ଥାନକୁ ତୁରନ୍ତ ଅନୁଦାନ ଦେଉଛନ୍ତି। ଯଦି ଏଭଳି ହେଉଛି, ତେବେ ସେ ସପ୍ତଶଯ୍ୟା, କୁଆଳୋ ଅଷ୍ଟଶମ୍ଭୁ, ସରାଙ୍ଗ ଅନନ୍ତଶୟନ, ଶହୀଦ ପୀଠ ନୀଳକଣ୍ଠପୁର ଯିବେ। ସେଠାକୁ ମଧ୍ୟ ରାଜ୍ୟ ସରକାର ଅନୁଦାନ ଦିଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଜିଲା ଭାଜପା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି, ପ୍ରେମାନନ୍ଦ ଜେନା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାମଚନ୍ଦ୍ର ପାତ୍ର, ଶତ୍ରୁଘ୍ନ ଜେନା, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମକର୍ତ୍ତା ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri