ସଂଶୋଧନର ସମୟ

ମକର ସଂକ୍ରାନ୍ତି ଆସିଲେ ସାରା ଭାରତର ବିଭିନ୍ନ ଅଞ୍ଚଳରେ କୃଷିିଭିତ୍ତିକ ପରମ୍ପରାଗୁଡ଼ିକୁ ନେଇ ପରିବେଶ ଚଳଚଞ୍ଚଳ ହୋଇଉଠେ। ବିଶେଷକରି ତାମିଲନାଡୁରେ ପାଳିତ ପୋଙ୍ଗଲରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାଲ୍ଲିିକାଟ୍ଟୁ ଖେଳର ଆଦର ଅଧିକ। ଏହି ପାରମ୍ପରିକ ଖେଳରେ ଷଣ୍ଢକୁ ସାମିଲ କରାଯାଏ। ଆବଦ୍ଧ ସ୍ଥାନରେ ଷଣ୍ଢକୁ ଛାଡ଼ିଦିଆଯାଏ ଓ ପ୍ରତିଯୋଗୀମାନେ ତାକୁ ଆୟତ୍ତ କରିବାକୁ ଚେଷ୍ଟା କରନ୍ତିି। ଏଥିରେ ଅନେକେ ଆହତ ହୁଅନ୍ତି ଓ ବହୁ ସମୟରେ ପ୍ରତିଯୋଗୀଙ୍କ ମୃତ୍ୟୁ ହେବା ଦେଖାଯାଏ। ଚଳିତ ବର୍ଷ ମଦୁରାଇର ଅବନ୍ୟାପୁରମ୍‌, ପାଲାମେଡୁ ଏବଂ ଆଲାଙ୍ଗାନାଲ୍ଳୁରରେ ମାଲିକମାନଙ୍କ ପାଖାପାଖି ୯,୭୦୦ ଷଣ୍ଢ ପଞ୍ଜୀକୃତ ହୋଇଥିବାବେଳେ ସେଗୁଡ଼ିକୁ କାବୁ କରିବା ପାଇଁ ୫,୪୦୦ ପ୍ରତିଯୋଗୀ ଚୁକ୍ତିବଦ୍ଧ ହୋଇଛନ୍ତି। କିନ୍ତୁ ୧୬ ଜାନୁୟାରୀରେ ପାଲାମେଡୁରେ ଆୟୋଜିତ ଜାଲ୍ଲିକାଟ୍ଟୁ ଖେଳରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୬୦ ଜଣ ଆହତ ହୋଇଛନ୍ତି। ଏହାର ଦିନକ ପରେ ଅର୍ଥାତ୍‌ ୧୭ ଜାନୁୟାରୀରେ ଆଲାଙ୍ଗାନାଲ୍ଲୁର ଜାଲ୍ଲିକାଟ୍ଟୁରେ ୫୩ ଜଣ ଆହତ ହୋଇଛନ୍ତି। ଅତୀତରେ ଏହା ଉପରେ ଅନେକଥର କଟକଣା ଲଗାଯାଇଥିଲେ ବି ଲୋକଙ୍କ ଦାବି ଯୋଗୁ ଏହାକୁ ପୁନର୍ବାର ଅନୁମତି ଦିଆଯାଇଛି। ତାମିଲନାଡୁ ସରକାରଙ୍କ ଦ୍ୱାରା ଜାଲ୍ଲିକାଟ୍ଟୁକୁୁ ଅନୁମତି ଦେବାକୁ ଚ୍ୟାଲେଞ୍ଜ କରି ନିକଟରେ ଦାୟର ପିଟିଶନ ଉପରେ ଡିସେମ୍ବର ୮ରେ ସୁପ୍ରିମକୋର୍ଟର ୫ଜଣ ସଦସ୍ୟବିଶିଷ୍ଟ ଖଣ୍ଡପୀଠ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। ଆଶା କରାଯାଉଥିଲା କି ଚଳିତ ବର୍ଷ ଜାଲ୍ଲିକାଟୁ ଆୟୋଜନ ଆରମ୍ଭ ହେବା ପୂର୍ବରୁ ଅଦାଲତ ପ୍ରାଣୀ ନିର୍ଯାତନା ବିରୋଧୀ ଅଧିନିୟମ(ତାମିଲନାଡୁ ସଂଶୋଧନ), ୨୦୧୭ର ବୈଧତା ଉପରେ ରାୟ ଶୁଣାଇବେ। ହେଲେ ତାହା ହୋଇପାରିନାହିଁ। ଉଲ୍ଲେଖଯୋଗ୍ୟ ଯେ, ୨୦୧୪ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ପାରମ୍ପରିକ ଖେଳକୁ କିଛି ବର୍ଷ ଅନୁମତି ଦିଆଯାଇ ନ ଥିଲା। ସେତେବେଳେ ଅଦାଲତ ତାମିଲନାଡୁ ଜାଲ୍ଲିିକାଟ୍ଟୁ ଅଧିନିୟମ ୨୦୦୯କୁ ରଦ୍ଦ କରିଦେଇଥିଲେ, କାରଣ ଏଥିରେ ଷଣ୍ଢଙ୍କୁ କାବୁ କରିବା କଥା ରହିଥିଲା; ଯାହା ପ୍ରାଣୀ ନିର୍ଯାତନାକୁ ସୂଚାଏ। ଉଲ୍ଲେଖଯୋଗ୍ୟ ଯେ, ପିପୁଲ୍ସ ଫର୍‌ ଦି ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ (ପେଟା) ଅନୁଯାୟୀ ୨୦୧୭ ପରଠାରୁ ଜାଲ୍ଲିକାଟ୍ଟୁରେ ଅତିକମ୍‌ରେ ୮୬ ଜଣ ଲୋକ ଓ ୨୩ ଷଣ୍ଢଙ୍କର ମୃତ୍ୟୁ ଘଟିଛି। ଡିସେମ୍ବର ୨୦୧୬ରେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦେହାନ୍ତ ପରେ ଏହି ଖେଳ ପାଇଁ ଦାବି ଜୋରଦାର ହୋଇଥିଲା। ୬ ବର୍ଷ ପୂର୍ବେ ମରିନା ବିଚ୍‌ରେ ଦୀର୍ଘ ସମୟ ଧରି ଆନ୍ଦୋଳନକୁ ଲକ୍ଷ୍ୟ କରି ପ୍ରାଣୀ ବିରୋଧୀ ନିର୍ଯାତନା ନିବାରଣ ଅଧିନିୟମ-୧୯୬୦, କେନ୍ଦ୍ର ଆଇନରେ ରାଜ୍ୟସ୍ତରୀୟ ବିଶେଷ ସଂଶୋଧନ, ୨୦୧୭ ଅଣାଯାଇଥିଲା। ପରମ୍ପରା ଓ ସଂସ୍କୃତିକୁ ଦୃଷ୍ଟିରେ ରଖି ଖେଳରେ ଷଣ୍ଢକୁ ସାମିଲ କରାଯାଇଥିବା ଏଥିରେ ଦର୍ଶାଯାଇଥିଲା। ସଂଶୋଧନ କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏହା କେବଳ ପଶୁ ନିର୍ଯାତନା ବିଷୟରେ ଅଟକିଗଲା, ହେଲେ କେମିତି ଲୋକଙ୍କ ଜୀବନ ନ ଯିବ ସେ ସମ୍ପର୍କରେ ଏଥିରେ କିଛି ସୁନିଶ୍ଚିତ କରାଗଲା ନାହିଁ। ବାସ୍ତବରେ ନିୟମ କଡ଼ା ଭାବେ ଲାଗୁ କରିବା ଜରୁରୀ।
ଆଜିର ସମୟରେ ଜାଲ୍ଲିକାଟ୍ଟୁର ସୁରକ୍ଷିତ ସୁପରିଚାଳନା ଆବଶ୍ୟକ। ପ୍ରତ୍ୟେକ ପ୍ରଥା ସମୟ ଅନୁଯାୟୀ ପରିବର୍ତ୍ତନ ହେଉଛି ଓ ହେବାରେ ଲାଗିଛି । ପଶୁବଳିଠାରୁ ଆରମ୍ଭକରି କୁକୁଡ଼ା ଲଢ଼େଇ, ଗ୍ରାମୀଣ ମହାରାଷ୍ଟ୍ରର ବଳଦ ଦୌଡ଼, ରାଜସ୍ଥାନର ଓଟ ଦୌଡ଼, କୁକୁର ଲଢ଼େଇ ଆଦି ଉପରେ କଟକଣା ଲଗାଯାଇଥିବାବେଳେ ତାମିଲନାଡୁର ଜାଲ୍ଲିକାଟ୍ଟୁ ଏହି ନିୟମ ବାହାରେ ଅଛି। ଏଥିରେ ମଧ୍ୟ ସଂଶୋଧନର ସମୟ ଆସିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?