ସଂଶୋଧନର ସମୟ

ମକର ସଂକ୍ରାନ୍ତି ଆସିଲେ ସାରା ଭାରତର ବିଭିନ୍ନ ଅଞ୍ଚଳରେ କୃଷିିଭିତ୍ତିକ ପରମ୍ପରାଗୁଡ଼ିକୁ ନେଇ ପରିବେଶ ଚଳଚଞ୍ଚଳ ହୋଇଉଠେ। ବିଶେଷକରି ତାମିଲନାଡୁରେ ପାଳିତ ପୋଙ୍ଗଲରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାଲ୍ଲିିକାଟ୍ଟୁ ଖେଳର ଆଦର ଅଧିକ। ଏହି ପାରମ୍ପରିକ ଖେଳରେ ଷଣ୍ଢକୁ ସାମିଲ କରାଯାଏ। ଆବଦ୍ଧ ସ୍ଥାନରେ ଷଣ୍ଢକୁ ଛାଡ଼ିଦିଆଯାଏ ଓ ପ୍ରତିଯୋଗୀମାନେ ତାକୁ ଆୟତ୍ତ କରିବାକୁ ଚେଷ୍ଟା କରନ୍ତିି। ଏଥିରେ ଅନେକେ ଆହତ ହୁଅନ୍ତି ଓ ବହୁ ସମୟରେ ପ୍ରତିଯୋଗୀଙ୍କ ମୃତ୍ୟୁ ହେବା ଦେଖାଯାଏ। ଚଳିତ ବର୍ଷ ମଦୁରାଇର ଅବନ୍ୟାପୁରମ୍‌, ପାଲାମେଡୁ ଏବଂ ଆଲାଙ୍ଗାନାଲ୍ଳୁରରେ ମାଲିକମାନଙ୍କ ପାଖାପାଖି ୯,୭୦୦ ଷଣ୍ଢ ପଞ୍ଜୀକୃତ ହୋଇଥିବାବେଳେ ସେଗୁଡ଼ିକୁ କାବୁ କରିବା ପାଇଁ ୫,୪୦୦ ପ୍ରତିଯୋଗୀ ଚୁକ୍ତିବଦ୍ଧ ହୋଇଛନ୍ତି। କିନ୍ତୁ ୧୬ ଜାନୁୟାରୀରେ ପାଲାମେଡୁରେ ଆୟୋଜିତ ଜାଲ୍ଲିକାଟ୍ଟୁ ଖେଳରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୬୦ ଜଣ ଆହତ ହୋଇଛନ୍ତି। ଏହାର ଦିନକ ପରେ ଅର୍ଥାତ୍‌ ୧୭ ଜାନୁୟାରୀରେ ଆଲାଙ୍ଗାନାଲ୍ଲୁର ଜାଲ୍ଲିକାଟ୍ଟୁରେ ୫୩ ଜଣ ଆହତ ହୋଇଛନ୍ତି। ଅତୀତରେ ଏହା ଉପରେ ଅନେକଥର କଟକଣା ଲଗାଯାଇଥିଲେ ବି ଲୋକଙ୍କ ଦାବି ଯୋଗୁ ଏହାକୁ ପୁନର୍ବାର ଅନୁମତି ଦିଆଯାଇଛି। ତାମିଲନାଡୁ ସରକାରଙ୍କ ଦ୍ୱାରା ଜାଲ୍ଲିକାଟ୍ଟୁକୁୁ ଅନୁମତି ଦେବାକୁ ଚ୍ୟାଲେଞ୍ଜ କରି ନିକଟରେ ଦାୟର ପିଟିଶନ ଉପରେ ଡିସେମ୍ବର ୮ରେ ସୁପ୍ରିମକୋର୍ଟର ୫ଜଣ ସଦସ୍ୟବିଶିଷ୍ଟ ଖଣ୍ଡପୀଠ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। ଆଶା କରାଯାଉଥିଲା କି ଚଳିତ ବର୍ଷ ଜାଲ୍ଲିକାଟୁ ଆୟୋଜନ ଆରମ୍ଭ ହେବା ପୂର୍ବରୁ ଅଦାଲତ ପ୍ରାଣୀ ନିର୍ଯାତନା ବିରୋଧୀ ଅଧିନିୟମ(ତାମିଲନାଡୁ ସଂଶୋଧନ), ୨୦୧୭ର ବୈଧତା ଉପରେ ରାୟ ଶୁଣାଇବେ। ହେଲେ ତାହା ହୋଇପାରିନାହିଁ। ଉଲ୍ଲେଖଯୋଗ୍ୟ ଯେ, ୨୦୧୪ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ପାରମ୍ପରିକ ଖେଳକୁ କିଛି ବର୍ଷ ଅନୁମତି ଦିଆଯାଇ ନ ଥିଲା। ସେତେବେଳେ ଅଦାଲତ ତାମିଲନାଡୁ ଜାଲ୍ଲିିକାଟ୍ଟୁ ଅଧିନିୟମ ୨୦୦୯କୁ ରଦ୍ଦ କରିଦେଇଥିଲେ, କାରଣ ଏଥିରେ ଷଣ୍ଢଙ୍କୁ କାବୁ କରିବା କଥା ରହିଥିଲା; ଯାହା ପ୍ରାଣୀ ନିର୍ଯାତନାକୁ ସୂଚାଏ। ଉଲ୍ଲେଖଯୋଗ୍ୟ ଯେ, ପିପୁଲ୍ସ ଫର୍‌ ଦି ଏଥିକାଲ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ (ପେଟା) ଅନୁଯାୟୀ ୨୦୧୭ ପରଠାରୁ ଜାଲ୍ଲିକାଟ୍ଟୁରେ ଅତିକମ୍‌ରେ ୮୬ ଜଣ ଲୋକ ଓ ୨୩ ଷଣ୍ଢଙ୍କର ମୃତ୍ୟୁ ଘଟିଛି। ଡିସେମ୍ବର ୨୦୧୬ରେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦେହାନ୍ତ ପରେ ଏହି ଖେଳ ପାଇଁ ଦାବି ଜୋରଦାର ହୋଇଥିଲା। ୬ ବର୍ଷ ପୂର୍ବେ ମରିନା ବିଚ୍‌ରେ ଦୀର୍ଘ ସମୟ ଧରି ଆନ୍ଦୋଳନକୁ ଲକ୍ଷ୍ୟ କରି ପ୍ରାଣୀ ବିରୋଧୀ ନିର୍ଯାତନା ନିବାରଣ ଅଧିନିୟମ-୧୯୬୦, କେନ୍ଦ୍ର ଆଇନରେ ରାଜ୍ୟସ୍ତରୀୟ ବିଶେଷ ସଂଶୋଧନ, ୨୦୧୭ ଅଣାଯାଇଥିଲା। ପରମ୍ପରା ଓ ସଂସ୍କୃତିକୁ ଦୃଷ୍ଟିରେ ରଖି ଖେଳରେ ଷଣ୍ଢକୁ ସାମିଲ କରାଯାଇଥିବା ଏଥିରେ ଦର୍ଶାଯାଇଥିଲା। ସଂଶୋଧନ କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏହା କେବଳ ପଶୁ ନିର୍ଯାତନା ବିଷୟରେ ଅଟକିଗଲା, ହେଲେ କେମିତି ଲୋକଙ୍କ ଜୀବନ ନ ଯିବ ସେ ସମ୍ପର୍କରେ ଏଥିରେ କିଛି ସୁନିଶ୍ଚିତ କରାଗଲା ନାହିଁ। ବାସ୍ତବରେ ନିୟମ କଡ଼ା ଭାବେ ଲାଗୁ କରିବା ଜରୁରୀ।
ଆଜିର ସମୟରେ ଜାଲ୍ଲିକାଟ୍ଟୁର ସୁରକ୍ଷିତ ସୁପରିଚାଳନା ଆବଶ୍ୟକ। ପ୍ରତ୍ୟେକ ପ୍ରଥା ସମୟ ଅନୁଯାୟୀ ପରିବର୍ତ୍ତନ ହେଉଛି ଓ ହେବାରେ ଲାଗିଛି । ପଶୁବଳିଠାରୁ ଆରମ୍ଭକରି କୁକୁଡ଼ା ଲଢ଼େଇ, ଗ୍ରାମୀଣ ମହାରାଷ୍ଟ୍ରର ବଳଦ ଦୌଡ଼, ରାଜସ୍ଥାନର ଓଟ ଦୌଡ଼, କୁକୁର ଲଢ଼େଇ ଆଦି ଉପରେ କଟକଣା ଲଗାଯାଇଥିବାବେଳେ ତାମିଲନାଡୁର ଜାଲ୍ଲିକାଟ୍ଟୁ ଏହି ନିୟମ ବାହାରେ ଅଛି। ଏଥିରେ ମଧ୍ୟ ସଂଶୋଧନର ସମୟ ଆସିଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri