ଜେଲରେ ବିସ୍ଫୋରକ ରୂପ ନେବ କରୋନା

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଓଡ଼ିଶା ଜେଲ୍‌ରେ ପଶିଲାଣି ମହାମାରୀ କରୋନା। ପୁରୀ, ରାଉରକେଲା ଓ ବ୍ରହ୍ମପୁର ଜେଲ୍‌ର ୧୦ କଏଦୀଙ୍କଠାରେ କୋଭିଡ୍‌-୧୯ ପଜିଟିଭ୍‌ ଠାବ ପରେ ଜେଲ୍‌ରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାସତ୍ତ୍ୱେ ଏଯାଏ ସମସ୍ତ କଏଦୀ ଓ କର୍ମଚାରୀଙ୍କର କୋଭିଡ୍‌ ପରୀକ୍ଷା ହୋଇନାହିଁ। କେବଳ ମାସ୍କ ଓ ସାନିଟାଇଜର ଧରାଇ ଦାୟିତ୍ୱ ସାରିଛି ଜେଲ୍‌ ବିଭାଗ। ପୋଲିସ ଉପରେ ସବୁକିଛି ଛାଡ଼ିଦେଇ ଅଚିନ୍ତାରେ ରହୁଛନ୍ତି ଅଧିକାରୀ। ଧରିତ୍ରୀ ପକ୍ଷରୁ ରାଜ୍ୟର ଦୁଇ ପ୍ରମୁଖ ଝାରପଡ଼ା ଓ ଚୌଦ୍ୱାର ଜେଲ୍‌ରେ କରୋନା ସ୍ଥିତିର ଅନୁସନ୍ଧାନବେଳେ ଏପରି ଅବ୍ୟବସ୍ଥା ନଜରକୁ ଆସିଛି। ରାଜ୍ୟ ଜେଲ୍‌ ବିଭାଗର ଏଭଳି ଢିଲା ପଦକ୍ଷେପ ଆଗାମୀ ଦିନରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।
ହସ୍ତଗତ ସୂଚନାନୁସାରେ, ଜେଲ କର୍ତ୍ତୃପକ୍ଷ ନୂଆ କଏଦୀଙ୍କ ସ୍ବାବ୍‌ ପରୀକ୍ଷା ନ କରି ପୋଲିସ ଉପରେ ଭରସା କରୁଛନ୍ତି। କାରଣ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋଭିଡ଼ ପରୀକ୍ଷା କରାଇ କୋର୍ଟ ଚାଲାଣ କରୁଛି। ତେଣୁ ଅଭିଯୁକ୍ତ ଜଣକ ଜେଲ୍‌ ଆସିଲେ କେବଳ ଥର୍ମାଲ ସ୍କ୍ରିନିଂ ଛଡ଼ା ତାଙ୍କର ଆଉ କୌଣସି ପରୀକ୍ଷା କରାଯାଉ ନାହିଁ। ଅନ୍ୟପକ୍ଷରେ ପୂର୍ବରୁ ନିଆଯାଇଥିବା ସ୍ବାବ୍‌ ରିପୋର୍ଟ ୩ଦିନ ପରେ ଆସିବାବେଳକୁ ତାଙ୍କ ସଂସ୍ପର୍ଶରେ ଆସି ଅନ୍ୟ କଏଦୀ ଓ କର୍ମଚାରୀମାନେ ସଂକ୍ରମିତ ହେବାର ସମ୍ଭାବନା ରହୁଛି। ଏପଟେ କଏଦୀମାନେ ମିଳିମିଶି ଖାଉଥିବା ନେଇ ଜେଲ୍‌ କର୍ତ୍ତୃପକ୍ଷ ନିଜେ କହୁଛନ୍ତି। ଫଳରେ ଏସବୁ କାରଣରୁ ରାଜ୍ୟରେ ବିଭିନ୍ନ ଜେଲ୍‌ରେ ଏବେ ସଂକ୍ରମଣ ବ୍ୟାପିବାର ବାଟ ଫିଟିଯାଇଛି। ଏ ସମ୍ପର୍କରେ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଜେଲକୁ ଆସୁଥିବା ନୂଆ କଏଦୀଙ୍କୁ ପୋଲିସ କରୋନା ପରୀକ୍ଷା କରୁଛି। କିନ୍ତୁ ଆମେ ତାଙ୍କୁ ଜେଲରେ ଏକ ସ୍ବତନ୍ତ୍ର ସେଲ୍‌ରେ ରଖୁଛୁ। ସେମାନଙ୍କୁୁ କାହା ସଂସ୍ପର୍ଶରେ ଆସିବାକୁ ଦିଆଯାଉ ନାହିଁ। ସମସ୍ତଙ୍କୁ ଅଲଗା ଅଲଗା ସେଲ୍‌ରେ ରଖାଯାଉଛି। ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ କୋଭିଡ୍‌ ପରୀକ୍ଷା କରୁଛୁ। ରିପୋର୍ଟ ପଜିଟିଭ୍‌ ଆସିଲେ ଚିକିତ୍ସା ପାଇଁ ତାଙ୍କୁ କୋର୍ଟ ଜାମିନ ଦେଉଛନ୍ତି। ସେ ସୁସ୍ଥ ହେବା ପରେ ପୁଣି ତାଙ୍କୁ ଜେଲକୁ ଅଣାଯାଉଛି। ତେବେ ଜେଲରେ ରହୁଥିବା କଏଦୀ ଓ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନ ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହୁଥିବାବେଳେ ବାସ୍ତାବତା କିନ୍ତୁ ଭିନ୍ନ ରହୁଛି। ରାଜ୍ୟର ଜେଲ୍‌ରେ କୋଭିଡ୍‌ ପରିଚାଳନା ସ୍ଥିତିକୁ ଦେଖିଲେ ବହୁ ବ୍ୟତିକ୍ରମ ନଜରକୁ ଆସୁଛି। ରାଜ୍ୟରେ କଏଦୀଙ୍କୁ କରୋନା ହେବା ପୂର୍ବରୁ ଦେଶର ବହୁ ଘଟଣା ସତର୍କ ଘଣ୍ଟି ବଜାଇଛି। ମୁମ୍ବାଇ ଆର୍ଥରରୋଡ୍‌ ଜେଲ୍‌ରେ ୧୮୧ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଦିଲ୍ଲୀ ତିହାର ଜେଲ୍‌ର ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଅନ୍ୟ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଚେନ୍ନାଇର କୁଡୁଲୋର ଜେଲ୍‌ର ୪ଜଣ ସଂକ୍ରମିତ ହୋଇଥିବାବେଳେ ଦିଲ୍ଲୀ ମାଣ୍ଡୋଲୀ ଜେଲ୍‌ର ଜଣେ କଏଦୀଙ୍କର ମୁଣ୍ଡ ନେଇଛି କରୋନା। ହେଲେ ଓଡ଼ିଶା ଜେଲ୍‌ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ନ ଥିବା ଅନୁସନ୍ଧାନରୁ ଜଣାପଡିଛି। ବର୍ତ୍ତମାନ ରାଜ୍ୟରେ ୯୦ ଜେଲ୍‌ ରହିଥିବାବେଳେ କେତେକ ଜେଲ୍‌ରେ କଏଦୀଙ୍କ ସଂଖ୍ୟା କ୍ଷମତାଠାରୁ ଅଧିକ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ’ ୨୫ ମଧ୍ୟରେ ରାଜ୍ୟର ବିଭିନ୍ନ ଜେଲ୍‌ରୁ ୭୨୩୫ଜଣ କଏଦୀଙ୍କୁ ଖଲାସ କରାଯାଇଥିବାବେଳେ ସଂକ୍ରମଣ ଏଡ଼ାଇବାକୁ ବାସ୍ତବମୁଖୀ ପଦକ୍ଷେପ ନିଆଯାଇ ନାହିଁ। କଏଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ଝାରପଡ଼ା ଜେଲରେ କଏଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କୌଣସି ସ୍ଥାୟୀ ଡାକ୍ତର ନାହାନ୍ତି। ଜଣେ ଠିକା ଡାକ୍ତର ନିଯୁକ୍ତ ହୋଇଥିଲେ ମଧ୍ୟ ଏଯାଏ କାର୍ଯ୍ୟରେ ଯୋଗଦେଇନାହାନ୍ତି। କଏଦୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହୁନି। କେବଳ ଥର୍ମାଲ ସ୍କ୍ରିନିଂ କରାଯାଉଥିବାରୁ ସଂକ୍ରମିତଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନି।
ଜେଲ ବିଭାଗର ତଥ୍ୟ ଅନୁସାରେ, ଝାରପଡ଼ା ଜେଲରେ ୭୪୯ କଏଦୀ ରହିବା ପାଇଁ ବ୍ୟବସ୍ଥା ଥିବାବେଳେ ମାର୍ଚ୍ଚରେ ୮୨୦ଜଣ ରହିଥିଲେ। କରୋନା ପାଇଁ କର୍ତ୍ତୃପକ୍ଷ ୭୦ଜଣ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ସେହିଭଳି ଚୌଦ୍ୱାର ଜେଲରେ ୯୬୧ ବଦଳରେ ୯୭୪ଜଣ ଅନ୍ତେବାସୀ ରହିଥିବାରୁ ୧୦୦ ଜଣଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାସହ ପ୍ରତିଦିନ ନୂଆ କଏଦୀ ଆସୁଛନ୍ତି ଓ ଆଉ କେତେଜଣ ମଧ୍ୟ ଖଲାସ ହେଉଛନ୍ତି। ତେବେ ସେମାନଙ୍କର କେବଳ ଥର୍ମାଲ ସ୍କ୍ରିନିଂ କରାଯାଇଥିବାରୁ କଏଦୀ ଓ କର୍ମଚାରୀମାନେ ଆଶଙ୍କା ଭିତରେ ରହୁଛନ୍ତି। କାରଣ ଥର୍ମାଲ ସ୍କ୍ରିନିଂରେ କେବଳ କେତେକ ଲକ୍ଷଣ ଜଣାପଡିଥାଏ। ମାତ୍ର ଭାରତରେ ଚିହ୍ନଟ ହୋଇଥିବା ୮୫ ପ୍ରତିଶତ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଲକ୍ଷଣ ଜଣାପଡ଼ି ନ ଥିଲା। ଓଡ଼ିଶାରେ ମଧ୍ୟ ଏଭଳି ବହୁ ଆକ୍ରାନ୍ତ ଚିହ୍ନଟ ହେବା ପୂର୍ବରୁ ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ତେଣୁ କେବଳ ଥର୍ମାଲ ସ୍କ୍ରିନିଂ ଆଗକୁ ବିପଦକୁ ଡାକି ଆଣିପାରେ। ଅନ୍ୟପକ୍ଷରେ ତଦାରଖ ସମୟରେ କର୍ମଚାରୀମାନେ ମଧ୍ୟ ଏକଦୀଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଏହାଛଡ଼ା କର୍ମଚାରୀମାନେ ବାହାରେ ବୁଲାବୁଲି କରିବା ସହ ନିଜ ପରିବାର ଲୋକଙ୍କ ସହ ମିଳାମିଶା କରି ଜେଲ ଭିତରକୁ ଯାଉଛନ୍ତି। ସେହିଭଳି ଏମାନଙ୍କ ଦ୍ୱାରା ଜେଲ୍‌ ଓ ବାହାରେ ମଧ୍ୟ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏବେ ଜେଲ୍‌ଗୁଡ଼ିକରେ ବହୁ ପଦବୀ ଖାଲି ରହିଥିବାରୁ ଦାୟିତ୍ୱରେ ରହୁଥିବା କର୍ମଚାରୀ ସଂକ୍ରମିତ ହେଲେ ସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି। ତେଣୁ ଜେଲ୍‌ ପରିସରରେ କଟକଣାକୁ କଡାକଡି ପାଳନ କରାଯିବା ସହ ସମସ୍ତ କଏଦୀ ଓ କର୍ମଚାରୀଙ୍କର କୋଭିଡ୍‌ ପରୀକ୍ଷାର ଜରୁରୀ ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର,(ବ୍ୟୁରୋ)/: କଟକ ଅଫିସ, ୮ା୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା...

୨୬ରେ ଓଡ଼ିଶା ଆସିବେ ଶାହା

ଭୁବନେଶ୍ୱର,୧୧ା୩(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚଳିତମାସ ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ଆସି ଶାହା ଭଦ୍ରକ ଜିଲା ଧାମନଗର...

ଉଦ୍‌ଘାଟନର ୧୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ରକ୍ତଭଣ୍ଡାର

ବାସୁଦେବପୁର, ୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଉଦ୍‌ଘାଟନ ହେବାର ୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ।...

୨୦ ସୁଦ୍ଧା ଦୈନିକ ୫୦ ହଜାର ଟେଷ୍ଟ

ଭୁବନେଶ୍ୱର, ୧୩ା୮(ବ୍ୟୁରୋ) – କରୋନା ମୁକାବିଲାକୁ ରାଜ୍ୟ ସରକାର ଆହୁରି ବ୍ୟାପକ କରିଛନ୍ତି। ବିଶେଷକରି ପଜିଟିଭ୍‌ ଚିହ୍ନଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଗତ...

ଅନାଥାଶ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ବିଦ୍ୟାର୍ଥୀ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ରମାନେ ଅନାଥ ଆଶ୍ରମ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରିଛନ୍ତି। ବୁଧବାର ଡୁମ୍‌ଡୁମାସ୍ଥିତ ଆଶ୍ରୟ ଅନାଥାଶ୍ରମ...

ଜୁଲାଇ ୩ରେ ଜେଇଇ ଆଡ୍‌ଭାନ୍ସ

ଭୁବନେଶ୍ୱର,୮।୧(ବ୍ୟୁରୋ): ଆଇଆଇଟି ସମେତ ଦେଶର ପ୍ରମୁଖ ବେଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ସର୍ବଭାରତୀୟସ୍ତରୀୟ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଆସନ୍ତା ଜୁଲାଇ ୩ରେ ଅନୁଷ୍ଠିତ ହେବ। ଚଳିତବର୍ଷ...

ଜଗତ୍‌ସିଂହପୁର ଥାନା: ସପ୍ତାହରେ ସର୍ବାଧିକ ନାରୀ ନିର୍ଯାତନା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୪ା୧୧: ଜଗତ୍‌ସିଂହପୁର ଥାନାରେ ଗତ୬ରୁ ୧୨ତାରିଖ ମଧ୍ୟରେ ମୋଟ ୧୬ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ସର୍ବାଧିକ ନାରୀ ନିର୍ଯାତନା ସମ୍ବନ୍ଧୀୟ ଥିବା ଜଣାଯାଇଛି।...

୨ଦିନ ଜଙ୍ଗଲରେ ରହିଲେ ପ୍ରବାସୀ: ସଙ୍ଗରୋଧ କେନ୍ଦ୍ର ଯିବା ରାସ୍ତାରୁ ଖସି ପଳାଇଥିଲେ 

ଭଞ୍ଜନଗର,୬।୬(ଡି.ଏନ.ଏ)- ସଙ୍ଗରୋଧ କେନ୍ଦ୍ର ଯିବା ରାସ୍ତାରୁ ଖସି ଗଁାକୁ ଚାଲିଗଲେ। ଗ୍ରାମବାସୀ ବିରୋଧ କରିବାରୁ ୨ଦିନ ଗଁା ପାଖ ଜଙ୍ଗଲରେ ରହିଲେ। ଶନିବାର ସକାଳେ ଘଟଣାଟି...

Advertisement
Archives

Model This Week