ଟ୍ରେନ୍‌ରେ ଯାତ୍ରା କରୁଥିଲେ ସାବଧାନ… : ୮ ଫୁଟ ଦୂରତାରେ ବସିଲେ ମଧ୍ୟ ହେବେ କରୋନା ସଂକ୍ରମିତ

ଟ୍ରେନ୍‌ରେ ଯାତ୍ରାକରିବା ସମୟରେ ଯଦି ଜଣେ ବ୍ୟକ୍ତି କରୋନା ସଂକ୍ରମିତଙ୍କ ଠାରୁ ୮ ଫୁଟ ଦୂରରେ ବସନ୍ତି ତେବେ ମଧ୍ୟ ସେ ସଂକ୍ରମିତ ହେବାର ଆଶଙ୍କା ରହିଛି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଉକ୍ତ ଗବେଷଣା ଅନୁଯାୟୀ, ଏକ ଘଣ୍ଟାର ଟ୍ରେନ୍‌ ଯାତ୍ରା ସମୟରେ ସାମାଜିକ ଦୂରତ୍ୱ ୩.୨ ଫୁଟ(୧ ମିଟର) ରୁ ଅଧିକ ରଖିବା ଆବଶ୍ୟକ।
ଚାଇନାର ହାଇ ସ୍ପିଡ୍‌ ଟ୍ରେନ୍‌କୁ ଧ୍ୟାନରେ ରଖି ବ୍ରିଟେନର ସାଉଥମ୍ପଟନ ୟୁନିଭର୍ସିଟି ଓ୍ବାଲ୍ଡପପ୍‌ ପ୍ରୋଜେକ୍ଟ ଅଧୀନରେ ଏହି ଗବେଷଣା କରାଯାଇଥିଲା। ୧୯ ଡିସେମ୍ବର ୨୦୧୯ରୁ ୬ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ଏହି ପରୀକ୍ଷା ହୋଇଥିଲା। ଏଥିରୁ ଜଣାପଡ଼ିଛି ଯେ, ଜଣେ କରୋନା ସଂକ୍ରମିତ ରୋଗୀଠାରୁ ୫ଟି ସିଟ୍‌ ଆଗରେ ବା ପଛରେ ବସିବା ଦ୍ୱାରା ଜଣେ ସୁସ୍ଥ ବ୍ୟକ୍ତି ୦.୩୨ ପ୍ରତିଶତ ସଂକ୍ରମିତ ହେଉଥିବା ବେଳେ ନିକଟରେ ବସିଥିବା ବ୍ୟକ୍ତି ୩.୫ ପ୍ରତିଶତ ସଂକ୍ରମିତ ହେବାର ଆଶଙ୍କା ରହିଛି। କ୍ଲିନିକାଲ ଇନ୍‌ଫେକ୍ସନ୍‌ ଡିଜିଜେସ୍‌ ଜର୍ଣ୍ଣାଲରେ ଏହା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, କରୋନା ସଂକ୍ରମିତ ବ୍ୟକ୍ତି ଥିବା ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ସଂକ୍ରମଣ ହାର ୧.୫ ପ୍ରତିଶତ ଅଟେ। ତେଣୁ ବ୍ରିଟେନରେ ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଯାତ୍ରା ସମୟରେ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ତିଷ୍ଠି ନାହାନ୍ତି କୌଣସି ପ୍ରଧାନମନ୍ତ୍ରୀ

ଇସଲାମାବାଦ, ୧ା୪: ୧୯୪୭ରେ ସ୍ବାଧୀନତା ପରଠାରୁ ପାକିସ୍ତାନରେ ୧୮ ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ହେଲେ ଏ ଯାଏ ସେଠାରେ କୌଣସି ପ୍ରଧାନମନ୍ତ୍ରୀ ୫ ବର୍ଷ କାର୍ଯ୍ୟକାଳ...

ସୌରମଣ୍ଡଳ ବାହାର ଉପଗ୍ରହରେ ଜଳ

ଲଣ୍ଡନ,୮ା୬(ପି.ଟି.): ଆମ ସୌରମଣ୍ଡଳ ବାହାରେ ଗ୍ରହ ଚାରିପାଖେ ଘୂରିବୁଲୁଥିବା ଉପଗ୍ରହ(ଚନ୍ଦ୍ର)ରେ ଜଳ ତରଳ ଅବସ୍ଥାରେ ଥାଇପାରେ। ଏଥିପାଇଁ ପୃଥିବୀ ବାହାରେ ଜୀବନ ତିଷ୍ଠିବା ସମ୍ଭବପର ବୋଲି...

ସାମାଜିକ ଦୂରତ୍ୱ ରକ୍ଷା କରୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ଭିଡ଼

ବରଗଡ଼ ଅଫିସ,୧୫ା୪: ମହାମାରୀ କରୋନା ଭୂତାଣୁ ପ୍ରତିହତ ପାଇଁ ସରକାର ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ମାତ୍ର ବାରମ୍ବାର...

ବସ୍‌ଙ୍କୁ ମେସେଜ୍‌ କରି ଚାକିରି ହରାଇଲେ ମହିଳା କର୍ମଚାରୀ

ବେଜିଂ,୨୦।୬: ଚାଇନାର ଏକ କମ୍ପାନୀରେ କାମ କରୁଥିବା ଜଣେ ମହିଳାଙ୍କୁ ସାମାନ୍ୟ କାରଣ ପାଇଁ ଚାକିରି ହରାଇବାକୁ ପଡିଛି। କାରଣ ହେଉଛି ସେ ତାଙ୍କ ବସ୍‌ଙ୍କ...

ଆଇସିଜେ ଯିବ ପାକିସ୍ତାନ

ଇସ୍‌ଲାମାବାଦ,୨୧ା୮(ପି.ଟି.)- ଜମ୍ମୁ-କଶ୍ମୀରରୁ ଭାରତ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବାର ଦୁଇ ସପ୍ତାହ ପରେ ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ଙ୍କ ଦ୍ୱାରସ୍ଥ ହେବାକୁ ଯାଉଛି।...

ଇଟାଲୀ ରାଷ୍ଟ୍ରଦୂତଙ୍କୁ ହତ୍ୟା

ରୋମ୍‌, ୨୩ା୨: ଡେମୋକ୍ରାଟିକ୍‌ ରପବ୍ଲିକ ଅଫ୍‌ କଙ୍ଗୋରେ ଇଟାଲୀ ରାଷ୍ଟ୍ରଦୂତ ଲୁକା ଆଟେନେସିଓଙ୍କୁ ସୋମବାର ହତ୍ୟା କରାଯାଇଛି। ଏ ନେଇ ଇଟାଲୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ...

୧୦୦ ଫୁଟ ଉପରୁ ହଠାତ୍‌ ଖସିପଡ଼ିଲା ବାଲକୋନି, ତଳେ ଥିଲେ ମହିଳା; ଆଉ ତା’ ପରେ…

ସେଣ୍ଟପିଟର୍ସବର୍ଗ,୨।୫: ରୁଷିଆର ଏକ ବହୁତଳ ପ୍ରାସାଦର ବାଲକୋନି ଖସିପଡ଼ିଛି। ଠିକ୍‌ ଏହି ସମୟରେ ତଳେ ଠିଆ ହୋଇଥିବା ଦୁଇ ମହିଳା ପ୍ରାଣ ବିକଳରେ ଦୌଡ଼ିଥିଲେ। ସିସିଟିଭିରେ...

ଡାକ ବିଭାଗର ଅତ୍ୟାବଶ୍ୟକୀୟ ସେବା: ବିଭିନ୍ନ ହସ୍ପିଟାଲକୁ ପଠାଗଲା ଡାଏଲିସିସ୍‌ କିଟ୍‌

କଟକ ଅଫିସ,୧୧।୪: ମହାମାରୀ କରୋନା କାୟାରେ ଆଜି ସାରା ବିଶ୍ୱ କବଳିତ। ଏନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସବୁ ଲୋକ ଘରେ ରହି...

Advertisement
Archives

Model This Week