ଆସନ୍ତା ୧୦ରୁ ୧୫ଦିନ ମଧ୍ୟରେ ଶୀର୍ଷରେ ପହଞ୍ଚିବ କରୋନା: ରିପୋର୍ଟ

ନୂଆଦିଲ୍ଲୀ,୪।୫: ଭାରତରେ କରୋନା ଭାଇରସର ନୂତନ ଏକ୍ସଇ ଭାରିଆଣ୍ଟର ବର୍ଦ୍ଧିତ ମାମଲା ଏବେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ବିଶେଷକରି ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦେଖିଲେ ପରିସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ଗତ କିଛି ଦିନରୁ ଦିଲ୍ଲୀରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବଡ଼ ବଡ଼ ହସ୍ପିଟାଲଗୁଡ଼ିକର ଡାକ୍ତରମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ରାଜଧାନୀରେ କରୋନା ମାମଲା ଶୀର୍ଷରେ ପହଞ୍ଚିବ। କିନ୍ତୁ ଏହାର କିଛି ସମୟ ପରେ ପୁଣି ସଂକ୍ରମଣ ହ୍ରାସ ପାଇବାକୁ ଆରମ୍ଭ କରିବ ବୋଲି ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ଧରି ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ହଜାରରୁ ଅଧିକ ମାମଲା ଚିହ୍ନଟ ହେଉଛି। ସୋମବାର ଦେଶର ସର୍ବୋଚ୍ଚ ଡାକ୍ତରୀ ଅନୁସନ୍ଧାନ ସଂସ୍ଥା ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ, ଦେଶରେ କରୋନାର ବର୍ଦ୍ଧିତ ମାମଲାକୁ ଚତୁର୍ଥ ଲହର ଅପେକ୍ଷା ଲୋକାଲ ଟ୍ରେଣ୍ଡ ଭାବେ ଦେଖାଯିବା ଉଚିତ। କାରଣ ଦିଲ୍ଲୀରେ ଯେତିକି ସଂଖ୍ୟାରେ କରୋନା ମାମଲା ଚିହ୍ନଟ ହେବାର ଆଶଙ୍କା କରାଯାଉଥିଲା, ତା’ଅପେକ୍ଷା କମ୍‌ ରହିଛି। କାରଣ ଟେଷ୍ଟିଂ କମିଯିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି ବୋଲି ଡାକ୍ତରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତାନ୍ତ୍ରିକ ଅନୁଷ୍ଠାନ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି କଂଗ୍ରେସ: ଭୂପେନ୍ଦ୍ର ଯାଦବ…

ନୂଆଦିଲ୍ଲୀ,୧।୪ : କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଶନିବାର କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି ସେମାନେ ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ପ୍ରକ୍ରିୟା...

ମୋଦିଙ୍କ ଜନ୍ମଦିନରେ ଏହି କାର୍ଯ୍ୟ ଆରମ୍ଭ କରିବେ ସ୍ମୃତି ଇରାନୀ

ଆମେଠି,୨।୯: ଟୋକିଓ ଅଲିମ୍ପିକ୍ସ ଏବଂ ପାରା ଅଲିମ୍ପିକ୍ସରେ ଭାରତର ଚମତ୍କାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆମେଠିରେ କୁସ୍ତି ପ୍ରତିଯୋଗିତା ଆରମ୍ଭ ହେବାକୁ...

ଭାଜପା ନେତା ଜିତୁ ଚୌଧୁରୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୨୧ ।୪: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏବେ ଯେମିତି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଛି । ନିକଟରେ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଥମି ନ ଥିବା...

ଉତ୍ତରାଖଣ୍ଡରେ ପ୍ରତିରକ୍ଷା ଗ୍ରାମ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ, ୨୭ା୫: ସୀମା ବିବାଦକୁ ନେଇ ଭାରତ ସହ ଦୀର୍ଘଦିନ ମୁହାଁମୁହିଁ ସ୍ଥିତି ଲାଗିରହିବା ପରେ ଚାଇନା ଏବେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ଠାରୁ ୧୧...

ଜ୍ୟାକଲିନଙ୍କୁ ଜାମିନ

ମୁମ୍ବାଇ,୧୫ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ମିଳିଛି ଆଶ୍ୱସ୍ତି । କୋର୍ଟ ପକ୍ଷରୁ ତାଙ୍କୁ...

ନୀତୀଶଙ୍କ ସହ ପୁଣି ହାତ ମିଳାଇବେ ତେଜସ୍ୱୀ!

ପାଟନା,୨୩ ।୮: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଆଜିକାଲି ଏକାଠି ଦେଖିବାକୁ ମିଳୁଛି । ରବିବାର...

ଏମ୍‌-ଯୋଗ ଆପ୍‌ ବହୁ ଭାଷାରେ ହେବ ଉପଲବ୍ଧ: ମୋଦି..

ନୂଆଦିଲ୍ଲୀ,୨୧।୬: ଏଣିକି ପୃଥିବୀବ୍ୟାପୀ ଏମ୍‌-ଯୋଗ ଆପ୍‌ ବହୁ ଭାଷାରେ ଉପଲବ୍ଧ ହେବ। ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ...

ସ୍ବାଧୀନତା ଦିବସରେ ଭାରତରେ ଅଶାନ୍ତି ସୃଷ୍ଟି ଲାଗି ଆତଙ୍କବାଦୀ ଟିମ୍‌କୁ ସକ୍ରିୟ କରିଛନ୍ତି ପାକିସ୍ତାନୀ ସୈନ୍ୟବାହିନୀ-ଆଇଏସ୍‌ଆଇ…

ନୂଆଦିଲ୍ଲୀ, ୧୦।୮ : ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନର ଉଦ୍ୟମ ଅବ୍ୟାହତ ରହିଛି। ୭୫ ତମ ସ୍ବାଧୀନତା ଦିବସ ପାଳନ ପାଇଁ ସାରା ଦେଶରେ...

Advertisement
Archives

Model This Week