ଖୁସି ଖବର: କରୋନା ସଂକ୍ରମିତ ଫୁସ୍‌ଫୁସ୍‌ ଆପଣାଛାଏଁ ହେବ ସୁସ୍ଥ

ଲଣ୍ଡନ,୭।୯: କରୋନା ଭାଇରସ ଦ୍ୱାରା ଅଧିକ ପରିମାଣରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ନିକଟରେ ଫୁସ୍‌ଫୁସ୍‌ ଜନିତ ସମସ୍ୟା ଦେଖାଯିବ ଆଶଙ୍କା ରହିଛି। କାରଣ ଏହି ଭୂତାଣୁ ପ୍ରଥମେ ଗଳା ଓ ପରେ ଫୁସ୍‌ଫୁସ୍‌କୁ ସଂକ୍ରମଣ କରି ଏହାକୁ କ୍ଷତି ପହଞ୍ଚାଇଥାଏ। ତେଣୁ କରୋନାରେ ସଂକ୍ରମିତ ଲୋକେ କିଛିଦିନ ପର୍ଯ୍ୟନ୍ତ ଫୁସ୍‌ଫୁସ୍‌ ସମସ୍ୟା ଦେଇ ଗତି କରିପାରନ୍ତି ବୋଲି ଡାକ୍ତରମାନେ ମତ ଦେଉଛନ୍ତି। ଏବେ କିନ୍ତୁ ଏକ ନୂଆ ଅଧ୍ୟୟନରୁ ଜଣାପଡିଛି କି କରୋନା ଦ୍ୱାରା ଯେଉଁମାନଙ୍କର ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିବ ତାହା ଅପାଣାଛାଏଁ ଠିକ୍‌ ହୋଇଯିବ। ବ୍ରିଟିଶ ଟେଲିଗ୍ରାଫର ଏକ ରିପୋର୍ଟ ଅନୁଯାୟୀ, ପାଖାପାଖି ୩ ମାସ ମଧ୍ୟରେ କରୋନା ସଂକ୍ରମିତଙ୍କ ଫୁସ୍‌ଫୁସ୍‌ ଆପଣାଛାଏଁ ସୁସ୍ଥ ହୋଇଯାଇ ପାରିବ। ଏଥିରୁ ଆଶା କରାଯାଉଛି କି ଯେଉଁ କରୋନା ସଂକ୍ରମିତଙ୍କ ଫୁସ୍‌ଫୁସ୍‌ କ୍ଷତିଗସ୍ତ ହୋଇଥିବ ସେମାନେ ହୁଏତ ଲମ୍ବା ସମୟ ପର୍ଯ୍ୟନ୍ତ ଏହି ଅସୁବିଧାକୁ ସାମ୍ନା ନ କରି ପାରନ୍ତି। ଅଧ୍ୟୟନରୁ ଜଣାପଡିଛି କି ସଂକ୍ରମିତ ଲୋକଙ୍କ ମଧ୍ୟରୁ ପାଖାପାଖି ଅଧା ଲୋକଙ୍କ ପାଖରେ ଯେଉଁମାନେ ସୁସ୍ଥ ହୋଇଯାଇଛନ୍ତି ୧୨ ସପ୍ତାହ ପରେ ବି ସେମାନଙ୍କ ଫୁସ୍‌ଫୁସ୍‌ ସୁସ୍ଥ ରହିଛି। ତେବେ କରୋନା ସଂକ୍ରମିତଙ୍କ ସୁସ୍ଥ ଫୁସ୍‌ଫୁସ୍‌ ସମ୍ପର୍କିତ ଏହା ପ୍ରଥମ ଷ୍ଟଡି ବୋଲି କୁହାଯାଉଛି। ଅନ୍ୟପଟେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଅଧିକାଂଶ ଡାକ୍ତର ଏବେବି କହୁଛନ୍ତି କରୋନାରୁ ସୁସ୍ଥ ହେବାର କିଛି ସପ୍ତାହ ପର୍ଯ୍ୟନ୍ତ ରୋଗୀଙ୍କ ନିକଟରେ ଏହାର ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିବ। ଗବେଷଣା ସମୟରେ ଅଷ୍ଟ୍ରିୟାର ୮୬ ରୋଗୀଙ୍କୁ ନିଆଯାଇଥିବା ସୂଚନା ଦିଆଯାଇଛି। ଏମାନେ ୨୯ ଏପ୍ରିଲରୁ ୯ ଜୁନ୍‌ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବାର ୬ ଓ ୧୨ ସପ୍ତାହ ପରେ ଏମାନଙ୍କର ପରୀକ୍ଷା କରାଯାଇଥିଲା। ସୁସ୍ଥ ହେବାର ୬ ସପ୍ତାହ ପରେ ୮୮ ପ୍ରତିଶତଙ୍କ ନିକଟରେ ଫୁସ୍‌ଫୁସ୍‌ ସମସ୍ୟା ଦେଖାଯାଇଥିଲା। ହେଲେ ୧୨ ସପ୍ତାହ ପରେ ଏହା କମ୍‌ ହୋଇ ୫୬ ପ୍ରତିଶତରେ ପହଞ୍ଚିଥିଲା। ଏମାନଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ଥିବା ବେଳେ ଏମାନଙ୍କ ବୟସ ପାଖାପାଖି ୬୧ ବର୍ଷ ଥିଲା। ଏମାନଙ୍କ ମଧ୍ୟରୁ ଅଧା ଲୋକ ପୂର୍ବରୁ ସ୍ମୋକର ଥିବା ବେଳେ ଅନ୍ୟମାନେ କରୋନା ଯୋଗୁ ଆଇସିୟୁରେ ଚିକିତ୍ସିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri