ଖୁସି ଖବର: କରୋନା ସଂକ୍ରମିତ ଫୁସ୍‌ଫୁସ୍‌ ଆପଣାଛାଏଁ ହେବ ସୁସ୍ଥ

ଲଣ୍ଡନ,୭।୯: କରୋନା ଭାଇରସ ଦ୍ୱାରା ଅଧିକ ପରିମାଣରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ନିକଟରେ ଫୁସ୍‌ଫୁସ୍‌ ଜନିତ ସମସ୍ୟା ଦେଖାଯିବ ଆଶଙ୍କା ରହିଛି। କାରଣ ଏହି ଭୂତାଣୁ ପ୍ରଥମେ ଗଳା ଓ ପରେ ଫୁସ୍‌ଫୁସ୍‌କୁ ସଂକ୍ରମଣ କରି ଏହାକୁ କ୍ଷତି ପହଞ୍ଚାଇଥାଏ। ତେଣୁ କରୋନାରେ ସଂକ୍ରମିତ ଲୋକେ କିଛିଦିନ ପର୍ଯ୍ୟନ୍ତ ଫୁସ୍‌ଫୁସ୍‌ ସମସ୍ୟା ଦେଇ ଗତି କରିପାରନ୍ତି ବୋଲି ଡାକ୍ତରମାନେ ମତ ଦେଉଛନ୍ତି। ଏବେ କିନ୍ତୁ ଏକ ନୂଆ ଅଧ୍ୟୟନରୁ ଜଣାପଡିଛି କି କରୋନା ଦ୍ୱାରା ଯେଉଁମାନଙ୍କର ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିବ ତାହା ଅପାଣାଛାଏଁ ଠିକ୍‌ ହୋଇଯିବ। ବ୍ରିଟିଶ ଟେଲିଗ୍ରାଫର ଏକ ରିପୋର୍ଟ ଅନୁଯାୟୀ, ପାଖାପାଖି ୩ ମାସ ମଧ୍ୟରେ କରୋନା ସଂକ୍ରମିତଙ୍କ ଫୁସ୍‌ଫୁସ୍‌ ଆପଣାଛାଏଁ ସୁସ୍ଥ ହୋଇଯାଇ ପାରିବ। ଏଥିରୁ ଆଶା କରାଯାଉଛି କି ଯେଉଁ କରୋନା ସଂକ୍ରମିତଙ୍କ ଫୁସ୍‌ଫୁସ୍‌ କ୍ଷତିଗସ୍ତ ହୋଇଥିବ ସେମାନେ ହୁଏତ ଲମ୍ବା ସମୟ ପର୍ଯ୍ୟନ୍ତ ଏହି ଅସୁବିଧାକୁ ସାମ୍ନା ନ କରି ପାରନ୍ତି। ଅଧ୍ୟୟନରୁ ଜଣାପଡିଛି କି ସଂକ୍ରମିତ ଲୋକଙ୍କ ମଧ୍ୟରୁ ପାଖାପାଖି ଅଧା ଲୋକଙ୍କ ପାଖରେ ଯେଉଁମାନେ ସୁସ୍ଥ ହୋଇଯାଇଛନ୍ତି ୧୨ ସପ୍ତାହ ପରେ ବି ସେମାନଙ୍କ ଫୁସ୍‌ଫୁସ୍‌ ସୁସ୍ଥ ରହିଛି। ତେବେ କରୋନା ସଂକ୍ରମିତଙ୍କ ସୁସ୍ଥ ଫୁସ୍‌ଫୁସ୍‌ ସମ୍ପର୍କିତ ଏହା ପ୍ରଥମ ଷ୍ଟଡି ବୋଲି କୁହାଯାଉଛି। ଅନ୍ୟପଟେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଅଧିକାଂଶ ଡାକ୍ତର ଏବେବି କହୁଛନ୍ତି କରୋନାରୁ ସୁସ୍ଥ ହେବାର କିଛି ସପ୍ତାହ ପର୍ଯ୍ୟନ୍ତ ରୋଗୀଙ୍କ ନିକଟରେ ଏହାର ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିବ। ଗବେଷଣା ସମୟରେ ଅଷ୍ଟ୍ରିୟାର ୮୬ ରୋଗୀଙ୍କୁ ନିଆଯାଇଥିବା ସୂଚନା ଦିଆଯାଇଛି। ଏମାନେ ୨୯ ଏପ୍ରିଲରୁ ୯ ଜୁନ୍‌ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବାର ୬ ଓ ୧୨ ସପ୍ତାହ ପରେ ଏମାନଙ୍କର ପରୀକ୍ଷା କରାଯାଇଥିଲା। ସୁସ୍ଥ ହେବାର ୬ ସପ୍ତାହ ପରେ ୮୮ ପ୍ରତିଶତଙ୍କ ନିକଟରେ ଫୁସ୍‌ଫୁସ୍‌ ସମସ୍ୟା ଦେଖାଯାଇଥିଲା। ହେଲେ ୧୨ ସପ୍ତାହ ପରେ ଏହା କମ୍‌ ହୋଇ ୫୬ ପ୍ରତିଶତରେ ପହଞ୍ଚିଥିଲା। ଏମାନଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ଥିବା ବେଳେ ଏମାନଙ୍କ ବୟସ ପାଖାପାଖି ୬୧ ବର୍ଷ ଥିଲା। ଏମାନଙ୍କ ମଧ୍ୟରୁ ଅଧା ଲୋକ ପୂର୍ବରୁ ସ୍ମୋକର ଥିବା ବେଳେ ଅନ୍ୟମାନେ କରୋନା ଯୋଗୁ ଆଇସିୟୁରେ ଚିକିତ୍ସିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri