ଏଠାରେ କରୋନା ଭୟ ଶୂନ: ମାତ୍ର ୭୫ ଟଙ୍କାରେ ଘର କିଣି ରହିପାରିବେ

କରୋନା ଭାଇରସ ସମଗ୍ର ବିଶ୍ୱର ହଇଚଇ ସୃଷ୍ଟି କରିଛି। ଚାଇନାରୁ ଆରମ୍ଭ ହୋଇଥିଲା ଏହି ମରାମାରୀ ଯୋଗୁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାଦ୍ୱାରା ୟୂରୋପର ଇଟାଲୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଇଟାଲୀର ସ୍ଥିତି ସୁଧିରି ନାହିଁ। ମାତ୍ର ସେଠାରେ ଏମିତି ଏକ ଗାଁ ରହିଛି ଯେଉଁଠାରେ ଆଦୌ ହେଲେ କରୋନା ସଂକ୍ରମିତ ନାହାନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଏହି ଗାଁରେ ଘର ବହୁତ ଶସ୍ତାରେ ମିଳାଥାଏ। ପ୍ରାକୃତିକ ସନ୍ଦର୍ଯ୍ୟରେ ଭରପୂର ଏହି ଗାଁରେ ଗୋଟିଏ ଘରର ମୂଲ୍ୟ ମାତ୍ର ୧ ଡଲାଣ, ଭାରତୀୟ ମୂଲ୍ୟରେ ୭୫ ଟଙ୍କା ହେବ। ଏହି ଗାଁ ନାମ ହେଉଛି ସିନ୍‌କେଫୋଣ୍ଡି। ଦକ୍ଷିଣ ଇଟାଲୀର କଲାବ୍ରିଆର ସମୂଦ୍ର ତଟରେ ଏହି ଗାଁ ଅବସ୍ଥିତ। ଗାଁର ଅଳ୍ପ ଦୂରରେ ସମୂଦ୍ର ରହିଛି। ପର୍ଯ୍ୟଟକମାନେ ସବୁ ସମୟରେ ଏଠାକୁ ଆସିଥାନ୍ତି। ଏଠାରେ ଘର କିଣିବାକୁ ହେଲେ ସବୁ ସମୟରେ ଘରକୁ ପରିଷ୍କାର ରଖିବା ସହ ମଝିରେ ମଝିରେ ରଙ୍ଗ ଦେବାକୁ ପ୍ରତିଜ୍ଞା କରିବାକୁ ପଡ଼ିବ। ଏଠାରେ ଚର୍ଚ୍ଚ ସହ ଐତିହାସିକସ୍ଥଳୀ ମଧ୍ୟ ରହିଛି। ଘରର ମୂଲ୍ୟ ୭୫ ଟଙ୍କା ହୋଇଥିବା ବେଳେ, କ୍ରେତାଙ୍କୁ ବାର୍ଷିକ ୨୮୦ ଟଙ୍କାର ବୀମା କରିବାକୁ ପଡ଼ିବ। ଘର କିଣିବାର ୩ ବର୍ଷ ମଧ୍ୟରେ ଏହାର ମରାମତି ଏବଂ ସାଜଜଜ୍ଜା ନ ହେଲେ ୨୨ହଜାର ଡଲାର ଅର୍ଥାତ୍‌ ୧୬ ଲକ୍ଷ ୪୩ ହଜାର ୯୪୩ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏ ନେଇ ଗାଁର ମେୟର ମିଶେଲା କୋନିଆ କୁହନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଗାଁରେ ଜଣେ ହେଲେ କରୋନା ପଜିଟିଭ ଚିହ୍ନଟ ହୋଇ ନାହାନ୍ତି। ତେବେ ଗାଁରେ ଜନସଂଖ୍ୟା ବୃଦ୍ଧି ପାଇଁ ଶସ୍ତାରେ ଘର ବିକ୍ରି ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାପାର୍ଶ୍ୱରେ ମୃତଦେହ ପଡ଼ିଥିବା ଭାବି ଭିଡ଼ ଜମାଇଲେ ଲୋକେ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ପ୍ରଥମେ ଭୟ କରିବେ ପରେ ହସି ହସି ଗଡ଼ିଯିବେ। ଜଣେ ବ୍ୟକ୍ତି...

ବିଡିଏ ଅଫିସ୍‌ ୨ଦିନ ବନ୍ଦ

ଭୁବନେଶ୍ୱର, ୨।୭(ବ୍ୟୁରୋ): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଫିସ୍‌କୁ ୨ଦିନ ପାଇଁ ବନ୍ଦ ରଖାଯାଇଛି। କିଛିଦିନ ପୂର୍ବରୁ ଜଣେ ସିକ୍ୟୁରିଟି ଗାର୍ଡ ଓ ନିକଟରେ ଇଞ୍ଜିନିୟରିଂ...

୧୦୫ ବର୍ଷରେ ପରୀକ୍ଷା ପାସ୍‌ କଲେ ବୃଦ୍ଧା

ଥିରୁଭାନନ୍ତପୁରମ,୬।୧: କେରଳର ୧୦୫ ବର୍ଷର ଜଣେ ବୃଦ୍ଧା ଚତୁର୍ଥ ଶ୍ରେଣୀ ପାସ୍‌ କରିଛନ୍ତି। ଭଗୀରଥି ଆମ୍ମା ନାମ୍ନୀ ଏହି ବୃଦ୍ଧା ଜଣଙ୍କ ଭାରତର ସବୁଠୁ ବୟସ୍କ...

ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ବ୍ୟବସାୟୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼

ବରଗଡ଼ ଅଫିସ,୨୫।୩: ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ୨୧ଦିନ ପାଇଁ ହୋଇଥିବା ଏହି...

୧୦୦ କୋଟି ହୀରା-ମୋତି ଅଳଙ୍କାରରେ ଝଲସିଲେ ରାଧାକୃଷ୍ଣ

ଗ୍ବାଲିଅର,୧୨।୮- ସାରା ଦେଶରେ ଜନମାଷ୍ଟମୀ ପର୍ବ ପାଳନ କରାଯାଉଛି। ତେବେ ମହାମାରୀ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଏକ ନିଷେଧାଦେଶ...

ଏକାଧିକଥର ଓଡ଼ିଶା ଆସିଥିଲେ ଗାନ୍ଧିଜୀ, ମିଳିଥିଲା ଅନେକ ଭେଟି: ଜାଣନ୍ତୁ ସେ ସମ୍ପର୍କରେ..

ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ । ଯେଉଁଥିପାଇଁ ସେ ସାରା ଦେଶର କୋଣଅନୁକୋଣରେ ବୁଲି...

ଛତ୍ରପୁର ଏସ୍‌ଡିପିଓ-ଆଇଆଇସିଙ୍କୁ କରୋନା: ଟୁଇଟ୍‌ କରି ସୂଚନା ଦେଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୧୩।୬(ଡି.ଏନ୍‌.ଏ.):  ଗଞ୍ଜାମ ଜିଲା ପୋଲିସ ଅଧୀନ ଛତ୍ରପୁର ଏସ୍‌ଡିପିଓ ଓ ଥାନା ଆଇଆଇସି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଶନିବାର...

ମଣିଷ ପରି ଦେଖାଯାଉଥିବା କୁକୁର: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପ୍ରଜାତିର କୁକୁର ଦେଖିଛେ, ଯାହାର ନିଜର ଏକ ସ୍ବତନ୍ତ୍ରତା ମଧ୍ୟ ରହିଥାଏ। ହେଲେ ଏମିତି ଏକ କୁକୁର ରହିଛି, ଯାହା...

Coronavirus Update


Archives

Model This Week

Why Dharitri