କବାଟର ହ୍ୟାଣ୍ଡେଲ ଛୁଇଁଲେ ଅବା ବଟନ ଦବାଇଲେ ହେବନାହିଁ କରୋନା!

ୱାଶିଂଟନ,୬ ।୧୦: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ପୂର୍ବରୁ କୁହାଯାଉଥିଲା ଯେ କୌଣସି ସ୍ଥାନକୁ ଅବା ବସ୍ତୁକୁ ଛୁଇଁବା ପରେ ପ୍ରଥମେ ହାତକୁ ସାନିଟାଇଜ କରିବା ଦରକାର । ନଚେତ୍ କରୋନା ସଂକ୍ରମଣ ଭୟ ରହିଛି । ହେଲେ ଏବେ କାଲିଫର୍ନିଆ ୟୁନିଭର୍ସିଟିର ଏକ ଗବେଷଣା କହିଛି କବାଟର ହ୍ୟାଣ୍ଡେଲ ଛୁଇଁଲେ ଅବା ବଟନ ଦବାଇଲେ କରୋନା ସଂକ୍ରମଣ ଆଶଙ୍କା କମ୍ ରହିଥାଏ । ଏବେ ଅନ୍‌ଲକରେ ସବୁ ଖୋଲିଯାଇଥିବା ବେଳେ ଲୋକେ ଅଧିକ ଭୟଭୀତ ଥିଲେ । ଏହାସହ ବିଶେଷ ଭାବେ ମେଟ୍ରୋରେ ଯାତାୟତ କରୁଥିବା ଲୋକ ସବୁବେଳେ ଶଙ୍କା ଭିତରେ ରହୁଥିଲେ । ହେଲେ ଏହି ଗବେଷଣା କହିଛି ମେଟ୍ରୋର ଡୋର ଖୋଲିଲେ ବା ବଟନ ଦବାଇଲେ କରୋନା ଆଶଙ୍କା କମ୍ ରହିଛି । ଗବେଷଣାରେ କୁହାଯାଇଛି ଯେ ପ୍ରକୃତରେ ବସ୍ତୁକୁ ଛୁଇଁବା ଦ୍ୱାରା ଯେଉଁ କରୋନା ସଂକ୍ରମଣ ହେଉଥିଲା ତାହା ଏବେ ଆଉ ନାହିଁ । ଏହାସହ କୌଣସି ବାହ୍ୟ ଭାଗରେ ଉପସ୍ଥିତ କରୋନା ଭାଇରସ ସଂକ୍ରମଣ ହେଲେବି ଏହା ଏତେ ଜଟିଳ ନୁହେଁ ବୋଲି କୁହାଯାଇଛି । ଏହି ଗବେଷଣା ମାଧ୍ୟମରେ ଆହୁରି କୁହାଯାଇଛି କି କୌଣସି ବସ୍ତୁକୁ ନ ଛୁଇଁବା ଅବା ହାତ ଧୋଇବା କେବଳ କରୋନା ଭାଇରସକୁ ଦୂରେଇବ ତା’ ନୁହେଁ । ବରଂ ସୋସିଆଲ ଡିଷ୍ଟାନସିଂ ଓ ମାସ୍କ ପିନ୍ଧିବା ଦ୍ୱାରା କରୋନାକୁ ଅନେକାଂଶରେ ଏଡାଇ ଦେଇହେବ । ଏହାସହ ବାରମ୍ବାର ଶରୀରରେ ବ୍ୟାକ୍ଟେରିଆ ନିରୋଧି ସ୍ପ୍ରେ କରିବା ବି ଉଚିତ୍ ନୁହେଁ । ତେବେ ସବୁଠାରୁ ବିପଦପୂର୍ଣ୍ଣ ହେଉଛି ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା । ଏହାଦ୍ୱାରା ଜଣେ ସଂକ୍ରମିତ ହେଲେ ଜୀବନ ଯିବାର ଭୟ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri