କରୋନା ଓ ହ୍ବାଇଟ୍‌ ଫଙ୍ଗସ୍‌

ନାରାୟଣ ଚନ୍ଦ୍ର ବିଶ୍ୱାଳ

କୋଭିଡ୍‌ ମହାମାରୀ ସମୟରେ ଏହା ପାଟି ଓ ନାକ ରୋଗର ମୁଖଶାଳା ହୋଇଥିବାରୁ ଏହାର ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ। ଏହି ସମୟରେ ଗୁଟ୍‌ଖା, ପାନ, ସିଗାରେଟ୍‌, ନାସ, ଖଇନିଠାରୁ ଦୂରେଇ ରୁହନ୍ତୁ। ପ୍ରତ୍ୟହ ବିଟାଡାଇନ୍‌ ବା କ୍ଲୋରହେକ୍ସିଡିନ କୁଳି ଦୁଇଥର କରନ୍ତୁ। କରୋନା ପ୍ରଭାବିତ ହୋଇ ଭଲ ହୋଇଥିବା ବ୍ୟକ୍ତି କୁଳୁକୁଞ୍ଚା ଓ ତଣ୍ଟିରେ କୁଳି ତିନିରୁ ପାଞ୍ଚଥର କରନ୍ତୁ। ଦାନ୍ତବିନ୍ଧା ବା ଦାନ୍ତମାଢ଼ି ବା ଗଳା ସଂକ୍ରମଣ, ଖସ୍‌ଖସ୍‌ ବା ଫୁଲା ଥିଲେ ତୁରନ୍ତ ଉପଚାର କରନ୍ତୁ। କୌଣସି ଅସ୍ତ୍ରୋପଚାର ଅତ୍ୟାବଶ୍ୟକ ଥିଲେ କୋଭିଡ୍‌ ଟେଷ୍ଟ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ହ୍ବାଇଟ୍‌ ଫଙ୍ଗସ୍‌ ଲକ୍ଷଣ କ’ଣ ଆସନ୍ତୁ ଜାଣିବା। ବିନା ପୋକଖିଆ ବା ଡିକେ ନ ହୋଇ ତୀବ୍ର ଭାବରେ ଦାନ୍ତ ବିନ୍ଧିବା, ମୁଣ୍ଡ ବୁଲାଇବା, ମାଢ଼ିରେ ପୂଯ ହେବା, ପଚା ଦୁର୍ଗନ୍ଧ ହେବା ଓ ଧଳା ଫିମ୍ପି ଭଳି ମାଢ଼ି, ଗାଲ, ପେଟି, ଜ୍ଞାନଦାନ୍ତ ମୂଳ ଓ ତାଳୁରେ ଫଳିଯିବା। ଦାନ୍ତ ଡାକ୍ତରଙ୍କ ପାଖକୁ ଆସିବା ପୂର୍ବରୁ ବେଞ୍ଜାଇଲ ଡାଏମିନ୍‌ରେ ଦାନ୍ତ ପାଟି କୁଳୁକୁଞ୍ଚା ଦିନକୁ ଚାରିଥର କରନ୍ତୁ। ଶର୍କରା ଲେବଲ ଦେଖି ଦାନ୍ତ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ। ଏହା ବ୍ୟକ୍ତିଠୁ ବ୍ୟକ୍ତିକୁ ସଂକ୍ରମଣ କରେନାହିଁ। ତେଣୁ ଅତ୍ୟଧିକ ଶଙ୍କାଗ୍ରସ୍ତ ନ ହୋଇ ଔଷଧ ସେବନ ଠିକ୍‌ ଭାବରେ କରନ୍ତୁ। ଆସ୍କରେଜେଲସ ନାମକ କବକ ଫ୍ରିଜ୍‌ରେ ଦେଖାଦିଅନ୍ତି। ଖାଦ୍ୟ ତିନିରୁ ଅଧିକ ଦିନ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଫ୍ରିଜ୍‌, ସିଙ୍କ ବେସିନ ନିୟମିତ ସଫା କରନ୍ତୁ। ଗୁଟ୍‌ଖା, ଖଇନି, ନିଶାଠାରୁ ଦୂରରେ ରୁହନ୍ତୁ। ନଚେତ୍‌ ଏହା ବଢ଼ିଗଲେ ମୁଖ ହନୁହାଡ଼ ବା ମୁଖହାଡ଼, ନାକହାଡ଼ ପୂର୍ଣ୍ଣ ଅସ୍ତ୍ରୋପଚାର ସମ୍ଭାବନା ଅଛି।
ମୁଖ, ନାକ, ପାଟିର ଚିକିତ୍ସା ସମ୍ବନ୍ଧରେ କିଛି ଜାଣନ୍ତୁ। ଏହି ସମୟରେ ଲିଉକୋପ୍ଲାକିଆ, କ୍ୟାନ୍‌ସର, ଥାଇରଏଡ୍‌ ରୋଗ ପାଇଁ ଘଡ଼ିସନ୍ଧି ମୁହୂର୍ତ୍ତ। ତେଣୁ ସତର୍କତା ଅବଲମ୍ବନ ସହ ଦନ୍ତ ଓ କର୍ଣ୍ଣ, ନାକ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ଓ ପ୍ରତିକାର ବିଧେୟ। ଦାନ୍ତବିନ୍ଧା ଏକ ଭୀଷଣ ପ୍ରକ୍ରିୟା ହୋଇଥିବାରୁ ରୁଟ୍‌ କେନାଲ କରିଦେବା ଜରୁରୀ।
ବ୍ଲାକ ଫଙ୍ଗସ୍‌ କ’ଣ ପ୍ରଥମେ ବୁଝନ୍ତୁ। ମୁକରୋମାଇକୋସିସ୍‌ ନାମକ ମାଟିର କବକ ଏବେ ଭାଇରାଲ ହୋଇଛି। ଏହା ଏବେ କୋକୁଆ ଭୟ ସୃଷ୍ଟି କରିଛି। କୋଭିଡ୍‌ ପରବର୍ତ୍ତୀ ପର୍ଯ୍ୟାୟରେ ଶରୀର ପ୍ରାକୃତିକ ଆର୍ଦ୍ରସ୍ଥାନ ଆଖି, ନାକ, ମୁଖ, ପାଟି, ଗଳାରେ ଏହାର ପ୍ରତିଫଳନ ହେବା ଦେଖାଯାଉଛି।
ପାଟିରେ ହ୍ବାଇଟ୍‌ ଫଙ୍ଗସ୍‌ କ’ଣ ଆସନ୍ତୁ ଜାଣିବା। ପାଟିରେ ହ୍ବାଇଟ୍‌ ଫଙ୍ଗସ୍‌ ସାଧାରଣତଃ ଗୁଟ୍‌ଖା ମାଢ଼ି ସଂକ୍ରମଣ, ଯକୃତ ସମସ୍ୟାରୁ ଦେଖା ଦେଇଥାଏ। ଏବେ କୋଭିଡ୍‌ ସୁସ୍ଥଙ୍କଠାରେ ପ୍ରତିରୋଧକ ଶକ୍ତି କମିବାରୁ ଓ ଅଚଳାବସ୍ଥାରୁ ଏହା ବହୁଧା ପରିଲକ୍ଷିତ। ଭୟଭୀତ ନ ହୋଇ ତୁରନ୍ତ ଡେଣ୍ଟାଲ ଓ ଓରାଲ ସର୍ଜନଙ୍କ ସହ ପରାମର୍ଶ କରନ୍ତୁ। ଆମ୍ପୋଟେରିସିନ୍‌ ଓ ନିଷ୍ଟାବିନ୍‌ ସହ କ୍ଲିଣ୍ଡାମାଇସିନ୍‌ର ସେବନ ଏହାକୁ ଏକ ସପ୍ତାହ ମଧ୍ୟରେ ପ୍ରଶମିତ କରେ। ସଂପୂର୍ଣ୍ଣ ଏକ ପାର୍ଶ୍ୱ ମାଢ଼ି ଓ ଗାଲପାଟି ସଂକ୍ରମଣ ହେଲେ ସ୍ଥଳବିଶେଷରେ ଏହାର ଅସ୍ତ୍ରୋପଚାର କରିବାକୁ ପଡ଼ିଥାଏ।
ଯେଉଁ ବ୍ୟକ୍ତିର ମୁଣ୍ଡ ଏବଂ ବେକ ସଂକ୍ରମିତ ହେଉଛି, ତାଙ୍କଠାରେ ସେହି ଫଙ୍ଗସ୍‌ ନିଃଶ୍ୱାସପ୍ରଶ୍ୱାସ ନେବାର ପଥ ଯଥା ନାକ ଏବଂ ସାଇନସ୍‌କୁ ବ୍ୟାପିବାର ଆଶଙ୍କା ରହିଛି। ଏହାପରେ ଏହି ଫଙ୍ଗସ୍‌ ଆଖି ଚାରିପଟେ ଥିବା ହାଡ଼ ଏବଂ ମସ୍ତିଷ୍କ ମଧ୍ୟକୁ ବ୍ୟାପିବା ସମ୍ଭାବନା ଥାଏ। ତେଣୁ ଏହାର ଆଗୁଆ ଚିହ୍ନଟ ଏବଂ ଚିକିତ୍ସା ଆବଶ୍ୟକତା ରହିଛି। ଫଙ୍ଗସ୍‌ ସଂକ୍ରମଣଗୁଡ଼ିକ ମଧ୍ୟରେ ଏହା ସବୁଠୁ ଅଧିକ ହଠାତ୍‌ ଦେଖାଯାଉଥିବା ଏବଂ କ୍ଷତିକାରକ ରୋଗ। ଉକ୍ତ ରୋଗକୁ ଚିହ୍ନଟ କରିବା କଷ୍ଟସାଧ୍ୟ। ଏଥିଯୋଗୁଁ ରୋଗୀ ଆରୋଗ୍ୟ ହେବା ବିଳମ୍ବ ହୋଇଥାଏ। ଜ୍ୱର, ମୁଣ୍ଡବିନ୍ଧା, ନାକ ଏବଂ ଆଖି ଚାରିପଟେ ଚର୍ମ ଲାଲ ଏବଂ ଫୁଲିବା, ଆଖିପତା ଫୁଲିବା, ମୁହଁରେ ଯନ୍ତ୍ରଣା, ଦୃଷ୍ଟିଶକ୍ତି ନଷ୍ଟ ହୋଇଯିବା ଭଳି ବିଭିନ୍ନ ଲକ୍ଷଣ ଏହି ରୋଗରେ ଦେଖାଯାଇଥାଏ। ଅନ୍ୟ କୌଣସି ରୋଗ ଥିବା ପ୍ରମାଣିତ ହୋଇ ନଥିଲେ ମୁକରମାଇକୋସିସ୍‌ରେ ଆକ୍ରାନ୍ତ ହୋଇଥିବା ଧରିନେବା। ଏଥିପାଇଁ ଇଏନ୍‌ଟି ଡାକ୍ତରଙ୍କ ତୁରନ୍ତ ପରାମର୍ଶ ନେବା, ନାଜାଲ ଏଣ୍ଡୋସ୍କୋପି, ନାଜାଲ ସ୍ବାବ୍‌ ଏବଂ ଏମ୍‌ଆରଆଇ ସ୍କାନ ଆଦି କରାଇନେବା ଆବଶ୍ୟକ। ଉଭୟ ଔଷଧ ଏବଂ ଅସ୍ତ୍ରୋପଚାର ମାଧ୍ୟମରେ ଏହି ରୋଗର ଚିକିତ୍ସା କରାଯାଇ ପାରିବ।
ବାକ୍‌ ଶ୍ରବଣ ବିଶେଷଜ୍ଞ ,‘ଧ୍ୱନୀ’, କାଠଗୋଲା ରୋଡ଼, ମଙ୍ଗଳାବାଗ, କଟକ,
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?