କରୋନାର ବୈଜ୍ଞାନିକ ବିଶ୍ଳେଷଣ

ସଂଜୟ କୁମାର ସାମନ୍ତରାୟ

ସେଦିନ ଥିଲା ୨୦୧୯ ଡିସେମ୍ବର ୩୧ ତାରିଖ। ଚାଇନାର ଉହାନ୍‌ ସହରରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ପ୍ରଥମ ଅବସ୍ଥାରେ ଭୂତାଣୁଜନିତ ନିମୋନିଆରୁ ଆରମ୍ଭ ହୋଇଥିଲା। ଏହା ଗୋଟିଏ ନୂଆ କରୋନା ଭୂତାଣୁ (ସାରସ୍‌-କୋଭ୍‌-୨)ରୁ ସୃଷ୍ଟି। କରୋନା ଭୂତାଣୁର ଜିନୀୟକ୍ରମ ପ୍ରଥମେ ୨୦୨୦ ଜାନୁୟାରୀ ୧୦ରେ ପ୍ରକାଶିତ ହୋଇଥିଲା। କ୍ଷୀପ୍ର ବେଗରେ ଏହି ଭୂତାଣୁ ବ୍ୟାପୁଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ୨୦୨୦ ମାର୍ଚ୍ଚ ୧୧ରେ ଏହି ନୂଆ ରୋଗକୁ ବିଶ୍ୱସ୍ତରୀୟ ମହାମାରୀ ରୂପେ ଘୋଷଣା କରିଥିଲା। ଭୂତାଣୁ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରୁଥିବାରୁ ଏହା ମାନବ ଶରୀରରେ ନୂତନ ମାଇକ୍ରୋ ପରିବେଶର ସମ୍ମୁଖୀନ ହୁଏ ଏବଂ ଛୋଟ ଛୋଟ ପରିବର୍ତ୍ତନ ଯୋଗ କରେ। ସମୟ ସହିତ ଭୂତାଣୁ ଜିନୋମରେ ଏହି ପରିବର୍ତ୍ତନର ସଂଖ୍ୟା ମଧ୍ୟ ବୃଦ୍ଧିପାଏ। ନୋଭେଲ କରୋନା ଭାଇରସ୍‌ ସାରସ୍‌-କୋଭ-୨ର ବିବର୍ତ୍ତନ ହେତୁ କୋଭିଡ୍‌-୧୯ ମହାମାରୀ ସଂକଟର ମୁକାବିଲା ପାଇଁ ଏକ ବିଜ୍ଞାନଭିତ୍ତିକ ବିଶ୍ଳେଷଣର ଆବଶ୍ୟକତା ବୈଜ୍ଞାନିକମାନଙ୍କ ପାଇଁ ଆଜିର ଆହ୍ବାନ।
ଏପିଡେମୋଲୋଜିକାଲ ତଥ୍ୟ ଏବଂ ଜେନେଟିକ କ୍ରମ ବିଶ୍ଳେଷଣ ଦର୍ଶାଏ ଯେ କରୋନା ଭାଇରସ୍‌ ଷ୍ଟ୍ରେନ୍‌ ପ୍ରାଚୀନ କାଳରୁ ଅନେକ ପଶୁ ହୋଷ୍ଟରେ ବିଶେଷତଃ ବାଦୁଡ଼ି ମଧ୍ୟରୁ ଉପତ୍ନ୍ନ ହୋଇଥିଲେ। ଏହି ଜୀବାଣୁ ମାନବକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଅନେକ ଥର ପରିବର୍ତ୍ତନ ଏବଂ ହୋଷ୍ଟ ଆଦାନ ପ୍ରଦାନ କରିଥିଲେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ, ପରିବେଶ ପ୍ରଦୂଷଣ, ସାମ୍ପ୍ରତିକ ଆଧୁନିକୀକରଣ ଓ ଅନ୍ୟାନ୍ୟ କେତେକ କାରଣରୁ ଏହି ଭୂତାଣୁର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି। କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍‌ ଲକ୍ଷଣ ଆସିବା ପରେ ଏହା ନିଶ୍ଚିତ ହେବା ପାଇଁ ଓ ରୋଗ ନିରୂପଣ ପାଇଁ କୋଭିଡ୍‌ ପରୀକ୍ଷା କରାଯାଇଥାଏ। ଏହି ପରୀକ୍ଷା ମୁଖ୍ୟତଃ ଦୁଇ ପ୍ରକାର। ପ୍ରଥମଟି ହେଲା ଆରଟି ପିସିଆର ଓ ଦ୍ୱିତୀୟଟି ହେଲା ଆଣ୍ଟିଜେନ୍‌ ପରୀକ୍ଷା।
କରୋନା ରୋଗୀଠାରୁ ସୁସ୍ଥ ବ୍ୟକ୍ତି ପାଖକୁ ରୋଗୀର କାଶ, ଛିଙ୍କିବାବେଳେ ବାହାରୁଥିବା କ୍ଷୁଦ୍ର କଣିକା ଦ୍ୱାରା ଖୁବ୍‌ ଶୀଘ୍ର ବ୍ୟାପିଥାଏ। ଏହି ରୋଗର ଭୂତାଣୁ ପବନ ଦ୍ୱାରା ଜଣେ ବ୍ୟକ୍ତିଙ୍କ ପାଖରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖକୁ ପହଞ୍ଚତ୍ଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅତି କମ୍‌ରେ ଏକ ହଜାରଟି କରୋନା ଭୂତାଣୁ ଜଣେ ବ୍ୟକ୍ତିର ନାକରେ ପଶିଲେ ଉକ୍ତ ବ୍ୟକ୍ତିଟି କରୋନାରେ ସଂକ୍ରମିତ ହୋଇଥାଏ। ପୁନଶ୍ଚ ଅଧ ଘଣ୍ଟା ମଧ୍ୟରେ ଯେ କୌଣସି ସୁସ୍ଥ ଲୋକଙ୍କୁ କରୋନା ଭୂତାଣୁ ଆକ୍ରାନ୍ତ କରିପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଯେଉଁ ବ୍ୟକ୍ତି ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ଥାଆନ୍ତି ଓ କୌଣସି ଲକ୍ଷଣ ଦେଖାଇ ନଥାନ୍ତି ସେମାନେ ୫୮% ଲୋକଙ୍କୁ ଏହି ରୋଗର ଭୂତାଣୁ ଦେଇପାରନ୍ତି। ଭୂତାଣୁ ସଂସ୍ପର୍ଶରେ ଥିବା ରୋଗୀର ଜିନିଷପତ୍ର, ଜାଗାର ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ବ୍ୟାପିଥାଏ। ଏହି ଭୂତାଣୁ ରୋଗୀର ମଳ, ମୂତ୍ର ଓ ରକ୍ତରେ ମଧ୍ୟ ଦେଖାଯାଏ। ସେହିପରି ଅନ୍ୟ ଦୁଇଟି ଭୂତାଣୁ ଯଥା- ଏସ୍‌ଏଆର୍‌ଏସ୍‌ ମୁଖ୍ୟତଃ ଜଣକ ପାଖରୁ ଅନ୍ୟ ଜଣକୁ ବ୍ୟାପୁଥିବା ବେଳେ ଏମ୍‌ଇଆର୍‌ଏସ୍‌ ମୁଖ୍ୟତଃ ହସ୍‌ପିଟାଲରୁ ମନୁଷ୍ୟକୁ ସଂକ୍ରମିତ ହୋଇଥାଏ।
ଏସ୍‌ଏଆର୍‌ଏସ୍‌-କୋଭ-୨ ମାନବ ଶରୀରରେ ପ୍ରବେଶ କରିବା ପରେ କୋଭିଡ୍‌-୧୯ ଜନିତ ଲକ୍ଷଣ ଆରମ୍ଭ ହେବା ପାଇଁ ପ୍ରାୟ ୫ ରୁ ୬ ଦିନ ସମୟ ଲାଗିଥାଏ। ସେହିପରି ଏସ୍‌ଏଆର୍‌ଏସ୍‌ ଭୂତାଣୁ ପାଇଁ ଏହି ସମୟ ୪ ଦିନ ଓ ଏମଇଆର୍‌ଏସ୍‌ ଭୂତାଣୁ ପାଇଁ ଏହି ସମୟ ୫ ଦିନ। ଏସ୍‌ଏଆର୍‌ଏସ୍‌, ଏମ୍‌ଇଆର୍‌ଏସ୍‌ ଏବଂ ଏସ୍‌ଏଆର୍‌୍‌ଏସ-ସିଓଭି-୨ ଦ୍ୱାରା ସମସ୍ତ ବୟସର ଲୋକ ଆକ୍ରାନ୍ତ ହେବାର ସମ୍ଭାବନା ଥିବାବେଳେ ପିଲାମାନଙ୍କଠାରେ ଏ ରୋଗର ଲକ୍ଷଣ ପ୍ରାୟତଃ ଦେଖାଯାଇ ନ ଥାଏ। ଏସ୍‌ଏଆର୍‌ଏସ୍‌-ସିଓଭି-୨ ଦ୍ୱାରା ଆକ୍ରାନ୍ତ ମନୁଷ୍ୟଙ୍କ ମଧ୍ୟରୁ ହାରାହାରି ୨.୩% ମୃତ୍ୟୁବରଣ କରୁଥିବାବେଳେ (ସିଏଫ୍‌ଆର) ଅନ୍ୟ ରୋଗଗ୍ରସ୍ତ ମନୁଷ୍ୟଙ୍କ କ୍ଷେତ୍ରରେ ଏହି ହାର ଅଧିକ । କିନ୍ତୁ ଏମ୍‌ଇଆର୍‌ଏସ୍‌ ଦ୍ୱାରା ହେଉଥିବା ହାରାହାରି ମୃତ୍ୟୁହାର (ସିଏଫ୍‌ଆର୍‌) ୩୫.୫%। କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୬୮% ପୁରୁଷ ହୋଇଥିବା ବେଳେ ୩୨% ମହିଳା।
ବୈଜ୍ଞାନିକମାନଙ୍କ ମତରେ ମହିଳାମାନେ କମ୍‌ ଆକ୍ରାନ୍ତ ହେବାର କାରଣ ସେମାନଙ୍କ ଶରୀରରେ ଥିବା ଏକ୍ସ କ୍ରୋମୋଜୋମ୍‌ ଏବଂ ସେକ୍ସ ହରମୋନ ସେମାନଙ୍କଠାରୁ ଏହି ଭୂତାଣୁ ସୁରକ୍ଷା ପ୍ରଦାନ କରିଥାଏ। ଅନ୍ୟପକ୍ଷରେ ଏସ୍‌ଏଆର୍‌ଏସ୍‌ ଭୂତାଣୁ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ପ୍ରାୟ ୧.୨୫ଗୁଣ ଅଧିକ ମାତ୍ରାରେ ଆକ୍ରାନ୍ତ କରିଥାଏ।
ଏବେ ନୋଭେଲ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭାରତକୁ ଆଣିଛି ମହାମାରୀର ମହାସଙ୍କଟ। ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ ଭୟ ଓ ଆଶଙ୍କା ଦେଖାଦେଲାଣି। ବୈଜ୍ଞାନିକଙ୍କ କହିବାନୁସାରେ, କରୋନା ଭୂତାଣୁର ଟ୍ରିପଲ ମ୍ୟୁଟାଣ୍ଟ ଭାରିଆଣ୍ଟ ପଶ୍ଚିମବଙ୍ଗ ଓ ବିଦେଶରେ ଅଧିକ ନଜରକୁ ଆସିଛି। ପୂର୍ବରୁ ଠାବ ହୋଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନରେ ୨ଟି ରୂପାନ୍ତରର ଗୁଣ ପ୍ରକାଶ ପାଉଥିଲା। ପୁଣି ସେଥିରେ ଆଉ ଏକ ମ୍ୟୁଟେଶନ ହୋଇ ମୋଟ ୩ଟି ଷ୍ଟ୍ରେନ୍‌ର ଗୁଣ ପ୍ରକାଶ ପାଇଛି। ଏହି ଷ୍ଟ୍ରେନ୍‌ ଦ୍ରୁତ ସଂକ୍ରମଣ ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ହଠାତ୍‌ ହ୍ରାସ କରି ଦେଉଛି। ଏପରିକି ଟିକା ନେଇଥିବା ବ୍ୟକ୍ତିଙ୍କୁ ବି ପୁନଃ ଆକ୍ରାନ୍ତ ହେବାର ଅନେକ ଆଶଙ୍କା ଅଛି ବୋଲି ବିଶେଷଜ୍ଞଙ୍କ ମତ। ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ଟିକାକରଣ ଏକାନ୍ତ ଆବଶ୍ୟକ। ଡାକ୍ତରଙ୍କ ଚିକିତ୍ସ ସହ ଔଷଧ ସେବନ ଅପରିହାର୍ଯ୍ୟ। ପୁନଶ୍ଚ ଏହି ରୋଗର ନିଦାନ ସହ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ୱ, (୬ ଫୁଟ୍‌ ଦୂରତାରେ ରହିବା), ବାରମ୍ବାର ସାବୁନରେ ଓ ସାନିଟାଇଜରରେ ହାତ ସଫା କରିବା, ନାକ ପାଟି ଓ ଆଖିରେ ହାତ ନ ମାରିବା, ସବୁବେଳେ ଘରେ ରହିବା, ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିବା, ନିର୍ଦ୍ଦିଷ୍ଟ ସମୟରେ ଖାଇବା ଓ ଦିନକୁ ୮ ରୁ ୧୦ ଘଣ୍ଟା ସୁଖ ନିଦ୍ରାରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗରମ ଓ ସୁଷମ ଖାଦ୍ୟ ପ୍ରତିଦିନ ଖାଆନ୍ତୁ। ତାହା ସହ ଆବଶ୍ୟକ ମୁତାବକ ସତେଜ ଫଳ ଓ ପନିପରିବା ଖାଆନ୍ତୁ। ଆବଶ୍ୟକ ମୁତାବକ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରନ୍ତୁ। ପ୍ରତିଦିନ ୪୫ ମିନିଟ୍‌ ପ୍ରାତଃ ଭ୍ରମଣ କରନ୍ତୁ। ସୂର୍ଯ୍ୟ କିରଣରେ ୧ ଘଣ୍ଟା ବସନ୍ତୁ।
କୋଭିଡ୍‌-୧୯ ଭାଇରସ୍‌ ଦ୍ୱାରା ପୃଥିବୀର୨୨୦ ରାଷ୍ଟ୍ର କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାର ଅନେକ କାରଣ ଅଛି। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ, ବୈଷୟିକ ଜ୍ଞାନ ଓ ଅନୁସନ୍ଧାନରେ ଅଗ୍ରଗତି କରିଥିବା ମାନବ ଜାତି ପାଇଁ ନିଶ୍ଚୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ବିଷୟ। ଭବିଷ୍ୟତରେ ମଧ୍ୟ ଏହିପରି ମହାମାରୀ ଭିନ୍ନ ରୂପରେ ଦେଖାଦେବାର ଆଶଙ୍କା ରହିଛି। ଏଣୁ କୋଭଡ୍‌-୧୯ ମହାମାରୀରୁ ଶିକ୍ଷାନେଇ ପ୍ରକୃତି ଉପରେ ମାନବୀୟ ନକାରାମତ୍କ ପ୍ରଭାବକୁ ହ୍ରାସ କରି, ପ୍ରାକୃତିକ ନିୟମର ବଶବର୍ତ୍ତୀ ହୋଇ ଓ ତଦନୁଯାୟୀ ପ୍ରସ୍ତୁତ ହୋଇ ରହିଲେ ଆମେ ଭବିଷ୍ୟତରେ ଏହିପରି ମହାମାରୀଠାରୁ ମାନବଜାତିକୁ ଅଧିକ ସୁରକ୍ଷିତ ରଖିପାରିବା, ଏଥିରେ ସନ୍ଦେହ ନାହିଁ – ଏହା ହିଁ ଆଜିର ବୈଜ୍ଞାନିକଙ୍କର ଅନୁଚିନ୍ତା।
ପ୍ରାଧ୍ୟାପକ,ପ୍ରତିଷ୍ଠାତା ସଭାପତି, ଭାରତୀୟ ଜଳବାୟୁ କଂଗ୍ରେସ
ଓ ପ୍ରାକ୍ତନ ଅଧ୍ୟକ୍ଷ ଓୟୁଏଟି, ଭୁବନେଶ୍ୱର,
ମୋ -୯୪୩୮୧୨୬୯୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri