ଏଇ ଭାରତରେ

ଚା ଗଛର ପତ୍ରରୁ ସ୍ବାଦିଷ୍ଟ ଚା ପିଇବାରେ ଆମେ ଅଭ୍ୟସ୍ତ। କିନ୍ତୁ ବାମ୍ବୋ ଲିଫ୍‌ ଟି ବା ବାଉଁଶ ପତ୍ର ଚା କେବେ ପିଇଛନ୍ତି କି? ଏମିତି ଚା ପ୍ରସ୍ତୁତ କରୁଛନ୍ତି ତ୍ରିପୁରାର ସମୀର ଜାମାତିଆ। ବାଉଁଶପତ୍ର ଚା’କୁ ସେ ୟୁରୋପ ଏବଂ ଇଂଲଣ୍ଡକୁ ରପ୍ତାନି କରୁଛନ୍ତି। ଏକ କେଜି ଚା ମୂଲ୍ୟ ୧୨୦ ଟଙ୍କା। ଏବେ ସୁଦ୍ଧା ସେ ୬୦୦ କେଜି ଚା ରପ୍ତାନି କରିସାରିଲେଣି। ସମୀରଙ୍କ ବୟସ ୩୬। ତାଙ୍କ ଘର ଗୋମତି ଜିଲା ଗରଜି ଗାଁରେ। ସେ ମଧ୍ୟ ବାଉଁଶରୁ ବିଭିନ୍ନ ଉପତ୍ାଦ ନିର୍ମାଣ କରନ୍ତି। ତାଙ୍କୁ ବାମ୍ବୋ ଟେକ୍ନୋଲୋଜିଷ୍ଟ ଭାବେ ସମସ୍ତେ ଜାଣନ୍ତି। ସେ ଚାଇନାରେ ବାମ୍ବୋ ଟେକ୍ନୋଲୋଜିରେ ଡିପ୍ଲୋମା କରିଛନ୍ତି। ୨୦୦୮ରେ ଚାଇନାରୁ ଫେରି ସେ ଏହି ଚା ପ୍ରସ୍ତୁତ କରିବାକୁ ଅନୁସନ୍ଧାନ ଚଳାଇ ଶେଷରେ ସଫଳ ହୋଇଛନ୍ତି । ଏହାବାଦ୍‌ ବାଉଁଶର ଉପଯୋଗିତା ସମ୍ପର୍କରେ ଜାଣିବା ଲାଗି ସେ କାମ୍ବୋଡିଆ ଏବଂ ଭିଏଟ୍‌ନାମ ଯାଇଛନ୍ତି। ତ୍ରିପୁରାରେ ୩୦ ପ୍ରକାର ବାଉଁଶ ରହିଛି ଓ ପ୍ରତ୍ୟେକରୁ ପ୍ରସ୍ତୁତ ଚା’ର ସ୍ବାଦ ଭିନ୍ନ ବୋଲି କହନ୍ତି ସମୀର। କଅଁଳିଆ ବାଉଁଶ ପତ୍ର ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ସଂଗ୍ରହ କରି ସେ ଚା ପ୍ରସ୍ତୁତ କରୁଛନ୍ତି। ଏଭଳି ଚା ପ୍ରସ୍ତୁତ କରିବା ପଛରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଅବଦୁଲ କଲାମଙ୍କ ପ୍ରେରଣା ରହିଛି ବୋଲି ସମୀର କହନ୍ତି । ପୂର୍ବୋତ୍ତର ରଜ୍ୟରେ ବାଉଁଶ କାରିଗରି ଉପରେ ଡ. କଲାମ ତାଙ୍କୁ ସମ୍ମାନିତ କରିବା ଅବସରରେ ତାଙ୍କଠାରୁ ସେ ଏଭଳି ପ୍ରେରଣା ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁର କେତେଜଣ ଯୁବକଙ୍କ ସେବା ମନୋଭାବ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛି। ୨୨ ବର୍ଷୀୟ ଆଣ୍ଡ୍ରିିୟୁ ବାପଟିଷ୍ଟ୍‌ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ଦୀର୍ଘ ୪...

ଏକ ନିଆରା ପରମ୍ପରା

ମୋହନ ଚରଣ ବିଷି ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ। ଉତ୍ପନ୍ନ ହେଉଥିବା ଖାଦ୍ୟଶସ୍ୟକୁ ନିଜେ ପ୍ରଥମେ ଭକ୍ଷଣ କରିବା ପୂର୍ବରୁ ଦିଅଁ ଦେବତା, ଠାକୁର, ଠାକୁରାଣୀ,...

କୃଷି ଉତ୍ପାଦ ବିପଣନରେ ସଂସ୍କାର ଅନିବାର୍ଯ୍ୟ

ନଟବର ଖୁଣ୍ଟିଆ ଭାରତର କୃଷକ ଆନ୍ଦୋଳନରେ ଜଣେ ତୁଙ୍ଗ ନେତା ଓ ଶେତକାରୀ ସଂଗଠନର ପ୍ରତିଷ୍ଠାତା ଶରଦ ଯୋଶୀ ଚାରି ଦଶନ୍ଧି ତଳେ କହିଥିଲେ, ”ଭାରତୀୟ...

ଏଇ ଭାରତରେ

ପ୍ରେମ ଦୁଇ ଆତ୍ମାର ମିଳନ ଘଟାଏ। ଏଥିରେ ଲିଙ୍ଗଗତ ଭେଦଭାବ କିଛି ନ ଥାଏ। ଏ କଥା ବୁଝିଛନ୍ତି କୋଲକାତାର ଦୁଇ କିନ୍ନର ତିସ୍ତା ଦାସ...

ମହାଭାରତ: ବିଜ୍ଞାନ ଓ ବାସ୍ତବତା

ଉପେନ୍ଦ୍ର ବିଶ୍ୱାଳ ପଶ୍ଚିମବଙ୍ଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହସ୍ପିଟାଲରେ ଦେଖିବାକୁ ମିଳେ ଏକ ଅଭାବନୀୟ ଦୃଶ୍ୟ, ଗତ ଜୁନ ମାସରେ। ନଅବର୍ଷ କାଳ ସୁଖଦ...

ପ୍ରତିବାଦକୁ ମାରିଦେବା

ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାର ଟିକୁନିଆରେ ୩ ଅକ୍ଟୋବରରେ ଚାଷୀଙ୍କ ଉପରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ସହ ତିନୋଟି...

ଗଣତନ୍ତ୍ର ନା ଭୋଗୀତନ୍ତ୍ର

ସହଦେବ ସାହୁ ସୁଇଜରଲାଣ୍ଡରେ ଜନ୍ମିତ ଆମେରିକାନ୍‌ କିୟୁବ୍ଲର-ରସ୍‌ (୧୯୨୬-୨୦୦୪) କହନ୍ତି ସମସ୍ୟାର ୫ଟି ସ୍ତର ଅଛି- ନାପସନ୍ଦ, ରାଗ, ମୂଲଚାଲ, ବିଷାଦ ଓ ମାନିଯିବା (ଡିନାୟାଲ୍‌,...

ଚାଷୀ ହସିଲେ ଓଡ଼ିଶା ହସିବ

ସବ୍ୟସାଚୀ ଅମିତାଭ   ଓଡ଼ିଶାର ଶତକଡ଼ା ସତୁରି ଭାଗ ଲୋକଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ। ତେଣୁ ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷି ଉତ୍ପାଦନ ଉପରେ...

Advertisement
Archives

Model This Week