କରୋନାର ନୂଆ ଲହରକୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ

ଜେନେଭା,୧୬ ।୭: ସାରା ବିଶ୍ୱରେ ପୁଣିଥରେ କରୋନା ମହାମାରୀ ତା’ର ପ୍ରକୋପ ଦେଖାଇବା ଆରମ୍ଭ କଲାଣି । ଯେତେବେଳେ ସ୍ଥିତି ଆୟତ୍ତରେ ଥିଲା ଏବେ କିନ୍ତୁ ଏହା ଅଣାୟତ୍ତ ହେବାକୁ ଯାଉଛି । କେବଳ ସଂକ୍ରମିତ ନୁହେଁ ମୃତକଙ୍କକ ସଂଖ୍ୟା ବି ବଢିବାରେ ଲାଗିଛି । ଏହି ବଦଳୁଥିବା ଟେଣ୍ଡକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଚେତାବନୀ ଜାରି କରିଛି । ନୂଆ ଲହରକୁ ନେଇ ଡବ୍ଳୁଏଚଓ ଚେତାବନୀ ଜାରି କରିଛି ।
ଡବ୍ଳୁଏଚଓର ଚିଫ ସାଇଣ୍ଟିଷ୍ଟ ସୌମ୍ୟା ସ୍ୱାମିନାଥନ କହିଛନ୍ତି, ଏବେ କରୋନାର ନୂଆ ଲହର ପାଇଁ ପ୍ରସ୍ତୂତ ରହିବା ଦରକାର । ଯହାବି ନୂଆ ଭାରିଏଣ୍ଟ ଆସୁଛି ସବୁର ରୂପ ଭିନ୍ନ ଭିନ୍ନ ରହିଛି । ଏହା ଦ୍ରୁତ ଗତିରେ ପ୍ରସାର ଲାଭ କରୁଛି । ଯଦି ସଂକ୍ରମିତଙ୍କ ସଂଖ୍ୟା ବଢିବ ତେବେ ମୃତକଙ୍କ ସଂଖ୍ୟା ବି ବଢିବ ଓ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବି ବଢିବ । ଏହି ବଦଳୁଥିବା ସ୍ଥିତିକୁ ନେଇ ସବୁ ଦେଶ ନିଜ ନିକଟରେ ଏକ ଆକ୍ସନ ପ୍ଲାନ ପସ୍ତୁତ ରଖିବା ଜରୁରୀ ବୋଲି ସେ କହିଛନ୍ତି ।
ୱାର୍ଲ ବ୍ୟାଙ୍କର ଆଡଭାଇଜର ଫିଲିପ ସେଲକେନ୍ସଙ୍କ ଟୁଇଟକୁ ନେଇ ସୌମ୍ୟା ସ୍ୱାମିନାଥନ ଏହି ଟୁଇଟ କରିଛନ୍ତି । ଫିଲିପ କହିଥିଲେ ଯେ ବିଶ୍ୱରେ କରୋନାର ସ୍ଥିତି ପୁଣି ବଦଳିଯାଇଛି । ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ପୁଣିଥରେ ବିଗିଡିଯିବା ଲକ୍ଷ୍ୟ କରାଯାଉଛି । ଫିଲିପଙ୍କ ଏହି ଟୁଇଟକୁ ନେଇ ସୌମ୍ୟା ସ୍ୱାମିନାଥନ ଚେତାବନୀ ଜାରି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଆଲର୍ଟରେ କାବୁଲ ବିମାନ ବନ୍ଦର: ୪୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରଠାରେ ଗୁରୁବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଆମେରିକାର ୪ ମେରାଇନ...

ଚାଇନାରେ ସଂକ୍ରମଣ ୧କୁ ହ୍ରାସ

ବେଜିଂ,୩।୫: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚାଇନାରେ ଶୁକ୍ରବାର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାହା ବାହାରୁ ଆସିଥିବା ମାମଲା ବୋଲି କୁହାଯାଉଛି। ଡିସେମ୍ବର ମାସରେ ପ୍ରଥମେ...

ବନ୍ୟା ପରେ ବ୍ୟାପିଲାଣି ସଂକ୍ରାମକ ରୋଗ

ଇସଲାମାବାଦ,୨୧ା୯: ପାକିସ୍ତାନରେ ବନ୍ୟା ଛାଡ଼ିବା ପରେ ଲୋକମାନେ ନାନା ରୋଗର ଶିକାର ହେଉଛନ୍ତି। ଅଧିକାରୀମାନେ ବୁଧବାର କହିଛନ୍ତି, ଆବଶ୍ୟକ ସହାୟତା ନ ଆସିଲେ ପରିସ୍ଥିତି ନିୟନ୍ତ୍ରଣ...

ସାନିଟାଇଜର ବାଣ୍ଟିଲେ ସାଣ୍ଟା

ମୁମ୍ବାଇ,୧୯ା୧୨: ମୁମ୍ବାଇରେ ସାଣ୍ଟା ସାନିଟାଇଜର ବାଣ୍ଟୁଛନ୍ତି। ସାଣ୍ଟା କ୍ଲଜ୍‌ ପୋଷାକଧାରୀ ଜଣେ ବ୍ୟକ୍ତି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଲକ୍ଷ୍ମୀ ଚୌକ୍‌ ଏରିଆରେ ଲୋକଙ୍କୁ ସାନିଟାଇଜର...

କୁଶଭଦ୍ରାରେ ଚାପ ଖେଳିଲେ ରାଧାମାଧବ

ବାଲିଅନ୍ତା,୧୪ା୫(ଡି.ଏନ୍‌.ଏ.): ଲକଡାଉନ ସତ୍ତ୍ୱେ ସାମାଜିକ ଦୂରତ୍ୱକୁ ମାନି ବାଲିଅନ୍ତାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ବୁଧବାର ଦ୍ୱିତୀୟ ଦିବସ ଥିବାବେଳେ କରୋନା କଟକଣା ପାଇଁ ହଂସପାଳ...

ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା: ମମତା

କୋଲକାତା,୧୦ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଆବଶ୍ୟକ ଥିବା ସମସ୍ତ...

କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଘରେ ଘରେ ପହଞ୍ଚିବ ଟିକା

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ଭାଇରସ ଟିକାକରଣକୁ ନେଇ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଏହି ଟିକାକରଣ ପାଇଁ ପ୍ରାୟ ୯୬ ହଜାର କର୍ମୀଙ୍କୁ ପ୍ରଶିକ୍ଷଣ...

ଫ୍ରିଜର ଟ୍ରକ୍‌ରେ ବର୍ଷେ ହେଲା ପଡ଼ି ରହିଛି ୭୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ…

ନ୍ୟୁୟର୍କ,୧୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ବର୍ଷେ ହେଲା କରାଯାଇ ପାରି ନାହିଁ। ଏଭଳି ଅଭାବନୀୟ ଘଟଣା ଆମେରିକାର...

Advertisement
Archives

Model This Week