ଉହାନ ଲ୍ୟାବରୁ କରୋନା ଭୂତାଣୁ ଲିକ୍‌ ମାମଲା: ଶୀଘ୍ର ତଦନ୍ତ ପାଇଁ କହିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୪।୩ : କରୋନା ଭାଇରସ ବିଷୟରେ ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି। ଏଠାରୁ ଏହା ଲିକ୍‌ ହୋଇ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା। ଏହାକୁ ନେଇ ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁହଁ ଖୋଲିଛି। ସଂଗଠନ କହିଛି ଯେ, ଏହି ମାମଲାର ଶୀଘ୍ର ତଦନ୍ତ କରାଯିବ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ ଯଦି କୌଣସି ଦେଶରେ ମହାମାରୀର ଉତ୍ପତ୍ତି ସମ୍ପର୍କରେ ସୂଚନା ଥାଏ, ତେବେ ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଅନ୍ତର୍ଜାତୀୟ ବୈଜ୍ଞାନିକ ସମ୍ପ୍ରଦାୟ ସହ ବାଣ୍ଟିବା ଆବଶ୍ୟକ।

ସେ କହିଛନ୍ତି, ଏହା ଦୋଷ ଦେବା ନୁହେଁ, ବରଂ ଏହି ମହାମାରୀ କିପରି ଆରମ୍ଭ ହେଲା ସେ ସମ୍ବନ୍ଧରେ ଆମର ବୁଝାମଣାକୁ ଆଗକୁ ବଢ଼ାଇବା ଯାହା ଦ୍ୱାରା ଆମେ ଭବିଷ୍ୟତରେ ଏଭଳି ମହାମାରୀକୁ ରୋକିବା ପାଇଁ ପ୍ରସ୍ତୁତି କରିବା ଏବଂ ଏହାର ମୁକାବିଲା କରିବାରେ ଅଧିକ ସକ୍ଷମ ହୋଇପାରିବା।

ସେ ଗଣମାଧ୍ୟମକୁ କହିଛନ୍ତି, କୋଭିଡ -୧୯ ମହାମାରୀର ଉତ୍ପତ୍ତି ଚିହ୍ନଟ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଉଦ୍ୟମ ଜାରି ରଖିଛି।

ଏଫବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ରେ କହିଛନ୍ତି ଯେ ଚାଇନା ସରକାରଙ୍କ ନିୟନ୍ତ୍ରିତ ଲାବୋରେଟୋରୀରେ କୋଭିଡ-୧୯ ପ୍ରସ୍ତୁତ ହୋଇଛି ବୋଲି ବ୍ୟୁରୋ ବିଶ୍ୱାସ କରେ। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଖ୍ରୀଷ୍ଟୋଫର କହିଛନ୍ତି, ’ଏଫବିଆଇ ଦୀର୍ଘ ଦିନ ଧରି ଆକଳନ କରିଛି ଯେ ମହାମାରୀର ଉତ୍ପତ୍ତି ଏକ ସମ୍ଭାବ୍ୟ ଲାବୋରେଟୋରୀ ଘଟଣା।’ କରୋନାଭାଇରସ ବିସ୍ଫୋରଣ ପରେ ଏଫବିଆଇର ଏହା ହେଉଛି ପ୍ରଥମ ସରକାରୀ ବିବୃତ୍ତି। ତେବେ ଚାଇନା ଏଭଳି ଅଭିଯୋଗକୁ ଖଣ୍ଡନ କରିବାରେ ଲାଗିଛି। ଖ୍ରୀଷ୍ଟୋଫରଙ୍କ ବିବୃତ୍ତିର ଗୋଟିଏ ଦିନ ପୂର୍ବରୁ ଚାଇନାରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଚାଇବା କରୋନାଭାଇରସ ବିଷୟରେ ଅଧିକ ସଚ୍ଚୋଟ ହେବାକୁ କହିଥିଲେ। ଚାଇନା ମହାମାରୀର ଉତ୍ସ ଜାଣିବା ପାଇଁ ପ୍ରୟାସରେ ବାଧା ସୃଷ୍ଟି କରୁଛି। ଏହା ସମସ୍ତଙ୍କ ପାଇଁ ଦୁର୍ଭାଗ୍ୟଜନକ। କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଚାଇନାର ଉହାନର ଏକ ଲ୍ୟାବରେ ଏହି ଭୂତାଣୁ ବିକଶିତ କରାଯାଇଥିଲା।

ଏଠାରୁ ଏହା ପଶୁମାନଙ୍କ ନିକଟରେ ପହଞ୍ଚିଲା ଏବଂ ପରେ ପଶୁମାନଙ୍କଠାରୁ ମଣିଷକୁ ଆସିଥିଲା। ଉହାନରେ ବିଶ୍ୱର ଅଗ୍ରଣୀ ଭାଇରସ ଲାବୋରେଟୋରୀ ହେଉଛି ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି। କରୋନାଭାଇରସ ସମ୍ବନ୍ଧରେ ଏହିଠାରେ ଅନୁସନ୍ଧାନ ଚାଲିଥିଲା। ଏହାଠାରୁ ମାତ୍ର ୪୦ ମିନିଟ ଦୂରରେ ଏକ ସାମୁଦ୍ରିକ ଖାଦ୍ୟ ଏବଂ ମାଂସ ବଜାର ଅଛି। ଭୂତାଣୁ ଲିକ ହେବା ପରେ ଏହା ଏହି ବଜାର ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗରାଜଙ୍କୁ ଭାଜପା ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜିଲାର ବିଭିନ୍ନ ପଦପଦବୀ…

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଏବଂ ଗଞ୍ଜାମ ଜିଲା ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ଜିଲା ଯୁବମୋର୍ଚ୍ଚା ସଭାପତି…

ଫୁଲବାଣୀରୁ ବିହାର ହେଉଥିଲା ଗଞ୍ଜେଇ ଚାଲାଣ, ମାଡ଼ିବସିଲା ବଲାଙ୍ଗୀର ଅବକାରୀ ଟିମ୍

ବଲାଙ୍ଗୀର,୨୪ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଜଙ୍ଗଲ ନିକଟରୁ ଜବତ ହେଲା ଗଞ୍ଜେଇ ବୋଝେଇ ଟ୍ରକ ।ଫୁଲବାଣୀରୁ ବିହାର ଚାଲାଣ ହେଉଥିବା ଏକ…

ଅନଶନରେ ଯୋଗଦେବା ପାଇଁ ଅଭିନେତାମାନଙ୍କୁ ଟଙ୍କା ଦିଆଯାଉଛି? ହଇଚଇ ସୃଷ୍ଟି କରିଛି ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୭: ଛାତ୍ର ଆନ୍ଦୋଳନ ମଧ୍ୟରେ ‘ବିଗ ବସ ଓଟିଟି’ ଫେମ ଆକାଂକ୍ଷା ପୁରୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ‘ବିଘ୍ନହର୍ତା ଗଣେଶ’ରେ ଦେବୀ ପାର୍ବତୀ ଭୂମିକାରେ ଅଭିନୟ…

CJP ସହ ବୈଠକ ପରେ ନଡ୍ଡାଙ୍କ ବଡ଼ ବୟାନ! ‘୩ ଦାବି, ୫ ପ୍ରସ୍ତାବ ମିଳିଛି’, କାଲି ହେବ…

ନୂଆଦିଲ୍ଲୀ,୨୪ା୭: NEET ପରୀକ୍ଷାରେ ଅନିୟମିତତା ଅଭିଯୋଗରୁ ସୃଷ୍ଟି ହୋଇଥିବା ପ୍ରତିବାଦ ଏବେ ଧୀରେ ଧୀରେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଖେଳୁଖେଳୁ ପୋଖରୀରେ ପଡ଼ି ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପାଟଣା,୨୪ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆ ପଶୀ ଗ୍ରାମର ଶୁକ୍ରବାର ଅପରାହ୍ନରେ ଜଣେ ୪ବର୍ଷର ଶିଶୁକନ୍ୟାଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଘଟଣା…

Sonam Wangchuk: ସୋନମ ଓ୍ବାଙ୍ଗଚୁକଙ୍କ ଅନଶନ ଭାଙ୍ଗିବା ପଛରେ ଅଛି ସ୍ତ୍ରୀ ଗୀତାଞ୍ଜଳିଙ୍କ ହାତ, ଲଦାଖ ଯିବେ କି ଓ୍ବାଙ୍ଗଚୁକ? ଜାଣନ୍ତୁ

ନୂଆଦିଲ୍ଲୀ,୨୪।୭: ୨୬ ଦିନ ପରେ ଗୁରୁବାର ବିଳମ୍ବିତ ରାତିରେ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ଶେଷ କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ସେ…

ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରୁ ପଛକୁ ହଟୁନି CJP! ୨ ଦାବି ମାନିଲେ, ସରକାର କହିଲେ କାଲି ଧର୍ମେନ୍ଦ୍ର ପ୍ରଧାନ…

ନୂଆଦିଲ୍ଲୀ,୨୪ା୭: ପେପର ଲିକ୍ ବିବାଦ ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ ଶୁକ୍ରବାର, ଦିଲ୍ଲୀର ବିଠଲ ହାଉସରେ କେନ୍ଦ୍ର ସରକାର ଏବଂ କୋକ୍ରୋଚ୍ ଜନତା ପାର୍ଟି (CJP)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri