ଉହାନ ଲ୍ୟାବରୁ କରୋନା ଭୂତାଣୁ ଲିକ୍‌ ମାମଲା: ଶୀଘ୍ର ତଦନ୍ତ ପାଇଁ କହିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୪।୩ : କରୋନା ଭାଇରସ ବିଷୟରେ ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି। ଏଠାରୁ ଏହା ଲିକ୍‌ ହୋଇ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା। ଏହାକୁ ନେଇ ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁହଁ ଖୋଲିଛି। ସଂଗଠନ କହିଛି ଯେ, ଏହି ମାମଲାର ଶୀଘ୍ର ତଦନ୍ତ କରାଯିବ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ ଯଦି କୌଣସି ଦେଶରେ ମହାମାରୀର ଉତ୍ପତ୍ତି ସମ୍ପର୍କରେ ସୂଚନା ଥାଏ, ତେବେ ଏହାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଅନ୍ତର୍ଜାତୀୟ ବୈଜ୍ଞାନିକ ସମ୍ପ୍ରଦାୟ ସହ ବାଣ୍ଟିବା ଆବଶ୍ୟକ।

ସେ କହିଛନ୍ତି, ଏହା ଦୋଷ ଦେବା ନୁହେଁ, ବରଂ ଏହି ମହାମାରୀ କିପରି ଆରମ୍ଭ ହେଲା ସେ ସମ୍ବନ୍ଧରେ ଆମର ବୁଝାମଣାକୁ ଆଗକୁ ବଢ଼ାଇବା ଯାହା ଦ୍ୱାରା ଆମେ ଭବିଷ୍ୟତରେ ଏଭଳି ମହାମାରୀକୁ ରୋକିବା ପାଇଁ ପ୍ରସ୍ତୁତି କରିବା ଏବଂ ଏହାର ମୁକାବିଲା କରିବାରେ ଅଧିକ ସକ୍ଷମ ହୋଇପାରିବା।

ସେ ଗଣମାଧ୍ୟମକୁ କହିଛନ୍ତି, କୋଭିଡ -୧୯ ମହାମାରୀର ଉତ୍ପତ୍ତି ଚିହ୍ନଟ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଉଦ୍ୟମ ଜାରି ରଖିଛି।

ଏଫବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ରେ କହିଛନ୍ତି ଯେ ଚାଇନା ସରକାରଙ୍କ ନିୟନ୍ତ୍ରିତ ଲାବୋରେଟୋରୀରେ କୋଭିଡ-୧୯ ପ୍ରସ୍ତୁତ ହୋଇଛି ବୋଲି ବ୍ୟୁରୋ ବିଶ୍ୱାସ କରେ। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଖ୍ରୀଷ୍ଟୋଫର କହିଛନ୍ତି, ’ଏଫବିଆଇ ଦୀର୍ଘ ଦିନ ଧରି ଆକଳନ କରିଛି ଯେ ମହାମାରୀର ଉତ୍ପତ୍ତି ଏକ ସମ୍ଭାବ୍ୟ ଲାବୋରେଟୋରୀ ଘଟଣା।’ କରୋନାଭାଇରସ ବିସ୍ଫୋରଣ ପରେ ଏଫବିଆଇର ଏହା ହେଉଛି ପ୍ରଥମ ସରକାରୀ ବିବୃତ୍ତି। ତେବେ ଚାଇନା ଏଭଳି ଅଭିଯୋଗକୁ ଖଣ୍ଡନ କରିବାରେ ଲାଗିଛି। ଖ୍ରୀଷ୍ଟୋଫରଙ୍କ ବିବୃତ୍ତିର ଗୋଟିଏ ଦିନ ପୂର୍ବରୁ ଚାଇନାରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଚାଇବା କରୋନାଭାଇରସ ବିଷୟରେ ଅଧିକ ସଚ୍ଚୋଟ ହେବାକୁ କହିଥିଲେ। ଚାଇନା ମହାମାରୀର ଉତ୍ସ ଜାଣିବା ପାଇଁ ପ୍ରୟାସରେ ବାଧା ସୃଷ୍ଟି କରୁଛି। ଏହା ସମସ୍ତଙ୍କ ପାଇଁ ଦୁର୍ଭାଗ୍ୟଜନକ। କେତେକ ଅଧ୍ୟୟନରୁ ଜଣାପଡିଛି ଯେ ଚାଇନାର ଉହାନର ଏକ ଲ୍ୟାବରେ ଏହି ଭୂତାଣୁ ବିକଶିତ କରାଯାଇଥିଲା।

ଏଠାରୁ ଏହା ପଶୁମାନଙ୍କ ନିକଟରେ ପହଞ୍ଚିଲା ଏବଂ ପରେ ପଶୁମାନଙ୍କଠାରୁ ମଣିଷକୁ ଆସିଥିଲା। ଉହାନରେ ବିଶ୍ୱର ଅଗ୍ରଣୀ ଭାଇରସ ଲାବୋରେଟୋରୀ ହେଉଛି ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି। କରୋନାଭାଇରସ ସମ୍ବନ୍ଧରେ ଏହିଠାରେ ଅନୁସନ୍ଧାନ ଚାଲିଥିଲା। ଏହାଠାରୁ ମାତ୍ର ୪୦ ମିନିଟ ଦୂରରେ ଏକ ସାମୁଦ୍ରିକ ଖାଦ୍ୟ ଏବଂ ମାଂସ ବଜାର ଅଛି। ଭୂତାଣୁ ଲିକ ହେବା ପରେ ଏହା ଏହି ବଜାର ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

ନେତାନ୍ୟାହୁଙ୍କୁ ଇସ୍ରାଏଲ୍‌ରେ ବିରୋଧ

ଜେରୁଜେଲମ୍‌,୩୧।୪:ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଓ ଇରାନକୁ ଟାର୍ଗେଟ କରୁଥିବାବେଳେ ଦେଶ ଭିତରେ ତାଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଅକ୍ଟୋବର ୭ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri