ଅଭିନେତା ପାର୍ଥ ସମ୍‌ଥାନଙ୍କୁ କରୋନା

ନୂଆଦିଲ୍ଲୀ,୧୩।୭: ଅଭିନେତା ପାର୍ଥ ସମ୍‌ଥାନ କରୋନାରେ ଆକ୍ରାନ୍ତ ହୋଇଛନ୍ତିି। ‘କସୌଟି ଜିନ୍ଦେଗୀ କେ’ ଟିଭି ସିରିୟଲରେ ଅନୁରାଗ ବସୁ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ରବିବାର ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା କହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଏହିକଥା ଶେୟାର କରି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି କରୋନା ଟେଷ୍ଟ କରିବା ଉଚିତ ବୋଲି କହିଛନ୍ତି। ସମସ୍ତେ ନିଜ ନିଜର ଯତ୍ନନେବା ସହ ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ପାର୍ଥଙ୍କ ସହକର୍ମୀ ଓ ସମର୍ଥକମାନେ ତାଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପାର୍ଥଙ୍କ ଅସୁସ୍ଥତା କାରଣରୁ ଏବେ ଶୁଟିଂ ବନ୍ଦ କରାଯାଇଥିବା ପ୍ରଯୋଜକ ଏକ୍‌ତା କପୁର ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ଟିଭି ଶୋ ‘ଗୁମ୍‌ରାହ’, ‘ଏଣ୍ଡ ଅଫ୍‌ ଇନୋସେନ୍ସ’, ସାବ୍‌ଧାନ ଇଣ୍ଡିଆ’, ‘ପ୍ୟାର୍‌ ତୁନେ କ୍ୟା କିୟା’ ଭଳି ଅନେକ ସିରିୟଲରେ ପାର୍ଥଙ୍କ ନିଖୁଣ ଅଭିନୟର ଯାଦୁ ଦେଖିବାକୁ ମିଳେ। ସୋସିଆଲ ମିଡିଆରେ ଫ୍ୟାନ୍‌ମାନେ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ମୋଦି କିଏ? ଯାହାଙ୍କ ସହ ଅନନ୍ତ ଅମ୍ବାନୀଙ୍କ ବିବାହରେ ପହଞ୍ଚିଛନ୍ତି ଶ୍ରଦ୍ଧା କପୁର…

ବମ୍ବେ: ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଚୁଲବୁଲି ନାୟିକା ଶ୍ରଦ୍ଧା କପୁର। ଏବେ ସେ ଅମ୍ବାନୀ ପରିବାରର ଅତିଥି ସାଜି ଅନନ୍ତଙ୍କ ବିବାହରେ ଯୋଗ...

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ

ମୁମ୍ବାଇ: ଲୋକ ସଭା ନିର୍ବାଚନକୁ ନେଇ ଉତ୍ସାହ ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା...

ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’

ନୂଆଦିଲ୍ଲୀ,୨।୩: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ...

ବଡ଼ ପରଦାକୁ ଫେରୁଛନ୍ତି ବର୍ଷା, ୭ରେ ରିଲିଜ ହେବ ‘ବସ୍‌’

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଫିଲ୍ମ ‘ବସ୍‌’ରେ ସେ ନାୟିକା ଭାବେ ନଜର ଆସିବେ।...

ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ନିତା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବ ସମାରୋହ ଆରମ୍ଭ ହୋଇଛି। କକଟେଲ...

ଅମ୍ବାନୀଙ୍କ ବିବାହ ଉତ୍ସବରେ ଖାଦ୍ୟ ପରଷୁଛନ୍ତି ଅମୀର-ଅମିତାଭ ବଚ୍ଚନ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାରରେ ଏବେ ଗହଳି ଚହଳି ଲାଗି ରହିଛି। ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପାଇଁ...

ପାଦରେ ଆଘାତ, ହାତରେ ବାସି ରୁଟି; ଧର୍ମେନ୍ଦ୍ରଙ୍କ ଏଭଳି ଅବସ୍ଥା ଦେଖି ଚିନ୍ତାରେ ପ୍ରଶଂସକ

ବମ୍ବେ: ଗୋଡରେ ଲାଗିଛି ଆଘାତ, ହାତରେ ବାସି ରୁଟି। ଅଧାରାତିରେ ଫଟୋ ଶେୟାର କରିବା ପରଠାରୁ ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର। ତାଙ୍କୁ କ’ଣ ହୋଇଛି,...

ଅନନ୍ତ ଅମ୍ବାନୀଙ୍କ ବିବାହରେ ଅତିଥିଙ୍କୁ ଝୁମାଇବେ ରିହାନା, ନେଇଛନ୍ତି ମୋଟା ଅଙ୍କର ପାଉଣା

ବମ୍ବେ: ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ। ଏହାକୁ ନେଇ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଗ୍ଲୋବାଲ ପପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri